ସ୍ବାସ୍ଥ୍ୟକେନ୍ଦ୍ରରେ ନାହାନ୍ତି ଡାକ୍ତର, ଫେରିଗଲେ ରୋଗୀ: ବଢୁଛି ଉତ୍ତେଜନା
ଗଞ୍ଜାମ,୧୦।୯(ବିଦ୍ୟାଧର ସାହୁ ): ମଙ୍ଗଳବାର ସକାଳ ସମୟ ପ୍ରାୟ ୯ରେ ୩ଜଣ ଗୁରୁତର ରୋଗୀ ଉପଯୁକ୍ତ ଚିକିତ୍ସା ନ ପାଇ ଗଞ୍ଜାମ ସ୍ବାସ୍ଥ୍ୟ କେନ୍ଦ୍ରରୁ ଫେରିଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ ଆଲୋଡନ ସୃଷ୍ଟି କରିଛି। ରମ୍ଭା ନିକଟସ୍ଥ ଏକ ଢାବା ସମୁଖରେ ସଡ଼କ ଦୁର୍ଘଟଣାରେ ଜଣେ ବୟସ୍କ ବ୍ୟକ୍ତି, ଜଣେ ଯୁବକ ଓ ଜଣେ ମହିଳା ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ରମ୍ଭା ଦମକଳ ବାହିନୀ କର୍ମଚାରୀ ଗଞ୍ଜାମ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। କିନ୍ତୁ ସେଠାରେ […] The post ସ୍ବାସ୍ଥ୍ୟକେନ୍ଦ୍ରରେ ନାହାନ୍ତି ଡାକ୍ତର, ଫେରିଗଲେ ରୋଗୀ: ବଢୁଛି ଉତ୍ତେଜନା appeared first on Dharitri Odia News.
ଗଞ୍ଜାମ,୧୦।୯(ବିଦ୍ୟାଧର ସାହୁ ): ମଙ୍ଗଳବାର ସକାଳ ସମୟ ପ୍ରାୟ ୯ରେ ୩ଜଣ ଗୁରୁତର ରୋଗୀ ଉପଯୁକ୍ତ ଚିକିତ୍ସା ନ ପାଇ ଗଞ୍ଜାମ ସ୍ବାସ୍ଥ୍ୟ କେନ୍ଦ୍ରରୁ ଫେରିଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ ଆଲୋଡନ ସୃଷ୍ଟି କରିଛି। ରମ୍ଭା ନିକଟସ୍ଥ ଏକ ଢାବା ସମୁଖରେ ସଡ଼କ ଦୁର୍ଘଟଣାରେ ଜଣେ ବୟସ୍କ ବ୍ୟକ୍ତି, ଜଣେ ଯୁବକ ଓ ଜଣେ ମହିଳା ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ରମ୍ଭା ଦମକଳ ବାହିନୀ କର୍ମଚାରୀ ଗଞ୍ଜାମ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। କିନ୍ତୁ ସେଠାରେ ଡାକ୍ତର କିମ୍ବା ଫାର୍ମାସିଷ୍ଟ ନ ଥିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ମହିଳା ଜଣକ ବେଶୀ ଗୁରୁତର ଥିବାବେଳେ ଯୁବକଙ୍କର ଦୁର୍ଘଟଣାରେ ଗୋଟିଏ କାନ କଟିଯାଇଥିବା ସହ ମୁଁହରୁ ପ୍ରଚୁର ରକ୍ତସ୍ରାବ ହେଉଥିବା ଦେଖିବାକୁ ମିଳିଥିଲା।
ଅନ୍ୟପଟେ ବୟସ୍କ ଲୋକଟି ମଧ୍ୟ ଚେତାଶୂନ୍ୟ ଥିଲେ। ଏଭଳି ପରିସ୍ଥିତିରେ ଗଞ୍ଜାମ ସ୍ବାସ୍ଥ୍ୟକେନ୍ଦ୍ରରେ କୌଣସି ଜଣେ ବି ଡାକ୍ତର ନ ଥିବା ହେତୁ ସ୍ଥାନୀୟ ଅଞ୍ଚଳ ବାସୀ ପ୍ରବଳ ହୋହାଲ୍ଲl କରିଥିଲେ। ଏଥିସହ ଏଠାରୁ ଆମ୍ବୁଲାନ୍ସ କୁଆଡେ ଗଲା ବୋଲି ଲୋକେ ପ୍ରଶ୍ନ କରିଥିଲେ। କୌଣସି ଉପାୟ ନ ପାଇ ପୁଣି ସେହି ଅଗ୍ନିଶମ ଗାଡିରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିଶମ କର୍ମଚାରୀମାନେ ଛତ୍ରପୁର ମେଡିକାଲ ନେଇଥିଲେ।
ଏହି ମେଡିକାଲରେ ଅନେକ ସମୟରେ ବାରମ୍ବାର ଏଭଳି ଅଭିଯୋଗ ହୋଇଆସୁଥିଲେ ମଧ୍ୟ ଜିଲା ଉଚ୍ଚ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନାଁହାନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।
The post ସ୍ବାସ୍ଥ୍ୟକେନ୍ଦ୍ରରେ ନାହାନ୍ତି ଡାକ୍ତର, ଫେରିଗଲେ ରୋଗୀ: ବଢୁଛି ଉତ୍ତେଜନା appeared first on Dharitri Odia News.