ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଏତିକି ରେଡିଓଗ୍ରାଫରଙ୍କୁ ମିଳିବ ନିଯୁକ୍ତିପତ୍ର
ଭୁବନେଶ୍ୱର,୧ା୧୨: ରାଜ୍ୟରେ ସ୍ବାସ୍ଥ୍ୟସେବାରେ ଉନ୍ନତି ଆଣିବା ପାଇଁ ରେଡିଓଗ୍ରାଫରଙ୍କୁ ନିଯୁକ୍ତିପତ୍ର ମିଳିବ। ଏନେଇ ରବିବାର ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଛନ୍ତି, ରେଡିଓଗ୍ରାଫର ଦ୍ୱାରା ସ୍ବାସ୍ଥ୍ୟକ୍ଷେତ୍ରରେ ଉନ୍ନତି ହେବ। ୨୫୦ ରେଡିଓଗ୍ରାଫରଙ୍କୁ ନିଯୁକ୍ତିପତ୍ର ମିଳିବ। ଆଗାମୀ ଦିନରେ ଆହୁରି ନୂଆ ପଦବୀ ସୃଷ୍ଟି କରିବାକୁ ସରକାରଙ୍କ ଲକ୍ଷ୍ୟ ରହିଥିବା ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟରେ ଚଳିତ ଆର୍ଥିକ ବର୍ଷରୁ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ। ଗୋପବନ୍ଧୁ ଆରୋଗ୍ୟ ସହ […] The post ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଏତିକି ରେଡିଓଗ୍ରାଫରଙ୍କୁ ମିଳିବ ନିଯୁକ୍ତିପତ୍ର appeared first on Dharitri Odia News.
ଭୁବନେଶ୍ୱର,୧ା୧୨: ରାଜ୍ୟରେ ସ୍ବାସ୍ଥ୍ୟସେବାରେ ଉନ୍ନତି ଆଣିବା ପାଇଁ ରେଡିଓଗ୍ରାଫରଙ୍କୁ ନିଯୁକ୍ତିପତ୍ର ମିଳିବ। ଏନେଇ ରବିବାର ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଛନ୍ତି, ରେଡିଓଗ୍ରାଫର ଦ୍ୱାରା ସ୍ବାସ୍ଥ୍ୟକ୍ଷେତ୍ରରେ ଉନ୍ନତି ହେବ। ୨୫୦ ରେଡିଓଗ୍ରାଫରଙ୍କୁ ନିଯୁକ୍ତିପତ୍ର ମିଳିବ। ଆଗାମୀ ଦିନରେ ଆହୁରି ନୂଆ ପଦବୀ ସୃଷ୍ଟି କରିବାକୁ ସରକାରଙ୍କ ଲକ୍ଷ୍ୟ ରହିଥିବା ସେ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟରେ ଚଳିତ ଆର୍ଥିକ ବର୍ଷରୁ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ। ଗୋପବନ୍ଧୁ ଆରୋଗ୍ୟ ସହ ଆୟୁଷ୍ମାନ ଭାରତ ଯୋଜନାର ମିଳିତ ଏମ୍ଓୟୁ ହେବ। ସାଢ଼େ ୩ କୋଟି ଲୋକଙ୍କୁ ସ୍ବତନ୍ତ୍ର କାର୍ଡ ଦିଆଯିବ। କଶ୍ମୀରରୁ କନ୍ୟାକୁମାରୀ ଯାଏ ୨୭ ହଜାର ହସ୍ପିଟାଲରେ ସ୍ବାସ୍ଥ୍ୟ ସୁବିଧା ରହିବ ବୋଲି ମନ୍ତ୍ରୀ ବଡ଼ ସୂଚନା ଦେଇଛନ୍ତି।
The post ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଏତିକି ରେଡିଓଗ୍ରାଫରଙ୍କୁ ମିଳିବ ନିଯୁକ୍ତିପତ୍ର appeared first on Dharitri Odia News.