ସ୍ବେଛାସେବୀ ସଙ୍ଗଠନ ‘ସଖା’ ପକ୍ଷରୁ ଏଡସ୍ ଦିବସ ପାଳିତ
ଏଡସ୍ ବିଷୟରେ ଜାଣନ୍ତୁ ଏବଂ ସଚେତନ ହୁଅନ୍ତୁ – ମୀରା ପରିଡ଼ା ଡେସ୍କ: ଦୀର୍ଘ ୧୫ ବର୍ଷ ଧରି ଏଚଆଇଭି ଏଡସ ସଂର୍ପକରେ ସାରା ରାଜ୍ୟରେ ସଚେତନତା ସୃଷ୍ଟି କରି ଆସୁଥିବା ଅଗ୍ରଣୀ ସ୍ବେଛାସେବୀ ସଙ୍ଗଠନ ସଖା ପକ୍ଷରୁ କ୍ୟାପିଟାଲ ଓ ମ୍ୟୁନିସିପାଲିଟି ହସ୍ପିଟାଲ ପରିସରରେ ଏଡସ୍ ସଂପର୍କରେ ସଚେତନତା ଏବଂ ଟ୍ରାନ୍ସଜେଣ୍ଡରମାନଙ୍କର ଅଧିକାର ଓ ଅସ୍ତିତ୍ବ ସମ୍ୱନ୍ଧରେ ଏକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଡସ୍ ବିଷୟରେ ଜାଣିବା ଓ ସଚେତନ ରହିବା ନିହାତି ଜରୁରୀ। […]

ଏଡସ୍ ବିଷୟରେ ଜାଣନ୍ତୁ ଏବଂ ସଚେତନ ହୁଅନ୍ତୁ – ମୀରା ପରିଡ଼ା
ଡେସ୍କ: ଦୀର୍ଘ ୧୫ ବର୍ଷ ଧରି ଏଚଆଇଭି ଏଡସ ସଂର୍ପକରେ ସାରା ରାଜ୍ୟରେ ସଚେତନତା ସୃଷ୍ଟି କରି ଆସୁଥିବା ଅଗ୍ରଣୀ ସ୍ବେଛାସେବୀ ସଙ୍ଗଠନ ସଖା ପକ୍ଷରୁ କ୍ୟାପିଟାଲ ଓ ମ୍ୟୁନିସିପାଲିଟି ହସ୍ପିଟାଲ ପରିସରରେ ଏଡସ୍ ସଂପର୍କରେ ସଚେତନତା ଏବଂ ଟ୍ରାନ୍ସଜେଣ୍ଡରମାନଙ୍କର ଅଧିକାର ଓ ଅସ୍ତିତ୍ବ ସମ୍ୱନ୍ଧରେ ଏକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଡସ୍ ବିଷୟରେ ଜାଣିବା ଓ ସଚେତନ ରହିବା ନିହାତି ଜରୁରୀ। ଏହା ସହ ଏଡସ୍ ରୋଗୀଙ୍କ ପ୍ରତି ସହାନୁଭୂତି ଦେଖାଇବା ଏବଂ ଏହି ରୋଗର ପ୍ରତିରୋଧ କରିବାକୁ କାର୍ଯ୍ୟକ୍ରମର ମୁଖ୍ୟ ଅତିଥୀ ତଥା ବିଶିଷ୍ଟ ସମାଜସେବୀ ମୀରା ପରିଡ଼ା ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ଏଚଆଇଭି ଏଡସ୍ ସଚେତନତା ସହ ଟ୍ରାନ୍ସ ଜେଣ୍ଡର ପ୍ରୋଟେକ୍ସନ ଆକ୍ଟ ୨୦୧୯ ଓ ଟ୍ରାନ୍ସ ଜେଣ୍ଡର ମାନଙ୍କର ସ୍ୱାସ୍ଥ୍ୟ ଓ ଅଧିକାର ସମ୍ପର୍କରେ ତଥ୍ୟ ରଖିଥିଲେ କମ୍ୟୁନିଟି ଲିଡର ଇଞ୍ଜନିୟର ଆସିସା ବେହେରା ଓ ସମଜସେବି ମମତା ସିଂ। ସଖାର ସଭାନେତ୍ରୀ ନେହା ମହାପାତ୍ର ଏଡସ୍ ରୋଗର ଭୟାଭୟତା ବିଷୟରେ ନିଜ ମତ ରଖିଥିଲେ। ଟ୍ରାନ୍ସଜେଣ୍ଡରମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା କିପରି ଅତି ସହଜରେ ନିବାରଣ କରିହେବ ସେ ନେଇ ସଖା ପକ୍ଷରୁ ବରିଷ୍ଠ ଡାକ୍ତରମାନଙ୍କ ସହ ଆଲୋଚନା କରାଯାଇଥିଲା।
କାର୍ଯ୍ୟକ୍ରମରେ କ୍ୟାପିଟାଲ ହସ୍ପିଟାଲର ଏଆରଟି ବିଭାଗର ସିନିୟର ମେଡିକାଲ ଅଫିସର ଡା. ବୈକୁଣ୍ଠ ନାଥ ତ୍ରିପାଠୀ ଓ ମ୍ୟୁନିସିପାଲିଟି ହସ୍ପିଟାଲର ଚି଼ଫ ମେଡ଼ିକାଲ ଅଫିସର ଡା. ସିଦ୍ଧାର୍ଥ ରାୟଙ୍କ ସମେତ ଅନ୍ୟ ଡାକ୍ତର, ନର୍ସ ଓ ଟ୍ରାନ୍ସଜେଣ୍ଡର ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ସଖାର କର୍ମକର୍ତ୍ତା ଓ ମେଡିକାଲ କର୍ତ୍ତୃପକ୍ଷ ଦ୍ୱାରା ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା।