ସ୍ମାର୍ଟ ମିଟରରେ ଆସୁଛି ଅଧିକ ବିଲ୍‌: ଚିନ୍ତାରେ ଉପଭୋକ୍ତା

ବରଗଡ,୨୨।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ବିଦ୍ୟୁତ ଉପଭୋକ୍ତା ସଂଘର ଏକ ପ୍ରତିନିଧି ଦଳ ବୁଧବାର ଟିପିଡ଼ବ୍ଲ୍ୟୁଓଡିଏଲର ନିର୍ବାହୀ ଯନ୍ତ୍ରୀ ବିଭୂତି ଭୂଷଣ ଶତପଥୀଙ୍କୁ ଫେରାଦ ହୋଇ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସ୍ମାର୍ଟ ମିଟରରେ ଅଧିକ ବିଲ୍‌ ଆସୁଥିବା ଯୋଗୁ ସେଗୁଡ଼ିକୁ ହଟାଯାଇ ପୂର୍ବରୁ ଦିଆଯାଉଥିବା ମିଟର ପୁନଃ ସ୍ଥାପନ କରିବାକୁ ସ୍ମାରକପତ୍ରରେ ଦାବି ହୋଇଛି। ସେହିପରି ବାରମ୍ବାର ବିଦ୍ୟୁତ ସରବରାହ ବନ୍ଦ ରହୁଥିବାରୁ ତାର ସମାଧାନ ପାଇ ଦାବି କରାଯାଇଛି। ଉକ୍ତ ଦାବି ପୂରଣ ନ ହେଲେ […] The post ସ୍ମାର୍ଟ ମିଟରରେ ଆସୁଛି ଅଧିକ ବିଲ୍‌: ଚିନ୍ତାରେ ଉପଭୋକ୍ତା appeared first on Dharitri Odia News.

ସ୍ମାର୍ଟ ମିଟରରେ ଆସୁଛି ଅଧିକ ବିଲ୍‌: ଚିନ୍ତାରେ ଉପଭୋକ୍ତା

ବରଗଡ,୨୨।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ବିଦ୍ୟୁତ ଉପଭୋକ୍ତା ସଂଘର ଏକ ପ୍ରତିନିଧି ଦଳ ବୁଧବାର ଟିପିଡ଼ବ୍ଲ୍ୟୁଓଡିଏଲର ନିର୍ବାହୀ ଯନ୍ତ୍ରୀ ବିଭୂତି ଭୂଷଣ ଶତପଥୀଙ୍କୁ ଫେରାଦ ହୋଇ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସ୍ମାର୍ଟ ମିଟରରେ ଅଧିକ ବିଲ୍‌ ଆସୁଥିବା ଯୋଗୁ ସେଗୁଡ଼ିକୁ ହଟାଯାଇ ପୂର୍ବରୁ ଦିଆଯାଉଥିବା ମିଟର ପୁନଃ ସ୍ଥାପନ କରିବାକୁ ସ୍ମାରକପତ୍ରରେ ଦାବି ହୋଇଛି। ସେହିପରି ବାରମ୍ବାର ବିଦ୍ୟୁତ ସରବରାହ ବନ୍ଦ ରହୁଥିବାରୁ ତାର ସମାଧାନ ପାଇ ଦାବି କରାଯାଇଛି। ଉକ୍ତ ଦାବି ପୂରଣ ନ ହେଲେ ସଂଘ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ସଂଘର ଉପସଭାପତି ବିଷ୍ଣୁଚରଣ ଦାଶ, ସମ୍ପାଦକ ସର୍ଦ୍ଦାର ପ୍ରୀତମ ସିଂ, କୃଷ୍ଣଚନ୍ଦ୍ର ପଣ୍ଡା, କୋଷାଧ୍ୟକ୍ଷ କମଳ ଯୋଷୀ, ପ୍ରତୁଲ ଚନ୍ଦ୍ର ତ୍ରିପାଠୀ, ତୁଳସୀ ଚରଣ ଦାଶ, ଆଶୁତୋଷ ରଥ, ପ୍ରୀତି ଗୁରୁ, ଆରତୀ ଗୋୟଲ, ମହମ୍ମଦ ନିଜାମ ପ୍ରମୁଖ ସ୍ମାରକପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ।

The post ସ୍ମାର୍ଟ ମିଟରରେ ଆସୁଛି ଅଧିକ ବିଲ୍‌: ଚିନ୍ତାରେ ଉପଭୋକ୍ତା appeared first on Dharitri Odia News.