ସ୍ଵାମୀଙ୍କୁ ଇନଷ୍ଟାରେ ଦୁବାଇ ରାଜକୁମାରୀଙ୍କ ଟ୍ରିପଲ ତଲାକ, କହିଲେ-‘ପ୍ରିୟ ସ୍ୱାମୀ ତୁମେ ବ୍ୟସ୍ତ ରହୁଛ...
ନୂଆଦିଲ୍ଲୀ ୧୮।୦୭: ସୋସିଆଲ ମିଡିଆରେ ସ୍ୱାମୀଙ୍କୁ ଟ୍ରିପଲ୍ ତଲାକ । ଜଣେ ମହିଳାଙ୍କ ଦ୍ୱାରା କରାଯାଇଥିବା ଏହି ପ୍ରଥମ ଘଟଣାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା । ସେ ଆଉ କେହି ନୁହନ୍ତି, ବରଂ ଦୁବାଇ ରାଜକୁମାରୀ । ଦୁବାଇ ଶାସକ ଓ ସଂଯୁକ୍ତ ଆରବ ଏମିରେଟ୍ସର ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ରଶିଦ ଅଲ ମକତୁମଙ୍କ ଝିଅ ଇନ୍ଷ୍ଟାଗ୍ରାମ୍ରେ ସ୍ୱାମୀଙ୍କୁ ଟ୍ରିପଲ୍ ତଲାକ ଦେଇଛନ୍ତି । ମକତୁମଙ୍କ ଝିଅ ଶୈଖା ମାହରା ବିନ୍ତ ଦୁଇ ମାସ ତଳେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ସ୍ୱାମୀ ଶେଖ ମନା ବିନ୍ ମହମ୍ମଦ ବିନ୍ ରଶିଦ ବିନ୍ ମାନା ଅଲ୍ ମକତୁମ୍ଙ୍କଠୁ ଟ୍ରିପଲ୍ ତଲାକ ଘୋଷଣା କରି ଇନ୍ଷ୍ଟାରେ ସେ ଲେଖିଛନ୍ତି ‘ପ୍ରିୟ ସ୍ୱାମୀ, ଯେମିତିକି ତୁମେ ଅନ୍ୟ ଲୋକଙ୍କ ସହ ବ୍ୟସ୍ତ ରହୁଛ। ଇତିମଧ୍ୟରେ ମୁଁ ଆମର ତଲାକ ଘୋଷଣା କରୁଛି । ମୁଁ ତୁମକୁ ତଲାକ ଦେଉଛି । ମୁଁ ତୁମକୁ ତଲାକ ଦେଉଛି । ମୁଁ ତୁମକୁ ତଲାକ ଦେଉଛି । ନିଜର ଯତ୍ନ ନେବ । ତୁମର ପୂର୍ବ ପତ୍ନୀ।’ ଇସ୍ଲାମ ଆଇନରେ ତତ୍କାଳ ତଲାକ ପ୍ରଥାକୁ ‘ତଲାକ୍ଏ-ବିଦ୍ଦତ୍’ କୁହାଯାଏ । ଏଥିରେ ସ୍ୱାମୀ ବୈବାହିକ ସମ୍ପର୍କ ତୁରନ୍ତ ଛିନ୍ନ କରିବା ପାଇଁ ୩ ଥର ‘ତଲାକ’ ଉଚ୍ଚାରଣ କରନ୍ତି । ଇସ୍ଲାମ ଆଇନରେ ପାରମ୍ପରିକ ଭାବେ ସ୍ୱାମୀ ତଲାକ ଉଚ୍ଚାରଣ କରି ବିବାହ ସମ୍ପର୍କ ଛିନ୍ନ କରିପାରିବେ । ଅନ୍ୟପକ୍ଷେ, ମହିଳା ଭିନ୍ନ ଏକ ପ୍ରକ୍ରିୟା ଜରିଆରେ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇଥାନ
ନୂଆଦିଲ୍ଲୀ ୧୮।୦୭: ସୋସିଆଲ ମିଡିଆରେ ସ୍ୱାମୀଙ୍କୁ ଟ୍ରିପଲ୍ ତଲାକ । ଜଣେ ମହିଳାଙ୍କ ଦ୍ୱାରା କରାଯାଇଥିବା ଏହି ପ୍ରଥମ ଘଟଣାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା । ସେ ଆଉ କେହି ନୁହନ୍ତି, ବରଂ ଦୁବାଇ ରାଜକୁମାରୀ । ଦୁବାଇ ଶାସକ ଓ ସଂଯୁକ୍ତ ଆରବ ଏମିରେଟ୍ସର ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ରଶିଦ ଅଲ ମକତୁମଙ୍କ ଝିଅ ଇନ୍ଷ୍ଟାଗ୍ରାମ୍ରେ ସ୍ୱାମୀଙ୍କୁ ଟ୍ରିପଲ୍ ତଲାକ ଦେଇଛନ୍ତି । ମକତୁମଙ୍କ ଝିଅ ଶୈଖା ମାହରା ବିନ୍ତ ଦୁଇ ମାସ ତଳେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ସ୍ୱାମୀ ଶେଖ ମନା ବିନ୍ ମହମ୍ମଦ ବିନ୍ ରଶିଦ ବିନ୍ ମାନା ଅଲ୍ ମକତୁମ୍ଙ୍କଠୁ ଟ୍ରିପଲ୍ ତଲାକ ଘୋଷଣା କରି ଇନ୍ଷ୍ଟାରେ ସେ ଲେଖିଛନ୍ତି ‘ପ୍ରିୟ ସ୍ୱାମୀ, ଯେମିତିକି ତୁମେ ଅନ୍ୟ ଲୋକଙ୍କ ସହ ବ୍ୟସ୍ତ ରହୁଛ। ଇତିମଧ୍ୟରେ ମୁଁ ଆମର ତଲାକ ଘୋଷଣା କରୁଛି । ମୁଁ ତୁମକୁ ତଲାକ ଦେଉଛି । ମୁଁ ତୁମକୁ ତଲାକ ଦେଉଛି । ମୁଁ ତୁମକୁ ତଲାକ ଦେଉଛି । ନିଜର ଯତ୍ନ ନେବ । ତୁମର ପୂର୍ବ ପତ୍ନୀ।’
ଇସ୍ଲାମ ଆଇନରେ ତତ୍କାଳ ତଲାକ ପ୍ରଥାକୁ ‘ତଲାକ୍ଏ-ବିଦ୍ଦତ୍’ କୁହାଯାଏ । ଏଥିରେ ସ୍ୱାମୀ ବୈବାହିକ ସମ୍ପର୍କ ତୁରନ୍ତ ଛିନ୍ନ କରିବା ପାଇଁ ୩ ଥର ‘ତଲାକ’ ଉଚ୍ଚାରଣ କରନ୍ତି । ଇସ୍ଲାମ ଆଇନରେ ପାରମ୍ପରିକ ଭାବେ ସ୍ୱାମୀ ତଲାକ ଉଚ୍ଚାରଣ କରି ବିବାହ ସମ୍ପର୍କ ଛିନ୍ନ କରିପାରିବେ । ଅନ୍ୟପକ୍ଷେ, ମହିଳା ଭିନ୍ନ ଏକ ପ୍ରକ୍ରିୟା ଜରିଆରେ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇଥାନ୍ତି। ‘ଖୁଲା’ ନାମରେ ଏହା ପରିଚିତ । ଏଥିରେ ସେ ସ୍ୱାମୀଙ୍କଠୁ କିମ୍ବା କୋର୍ଟରୁ ଛାଡ଼ପତ୍ର ପାଇଁ ଅନୁରୋଧ କରନ୍ତି। କିଛି କ୍ଷେତ୍ରରେ ମହିଳା ସେମାନଙ୍କ ବିବାହ ଚୁକ୍ତିରେ ଏକ ଧାରା ସାମିଲ କରିପାରିବେ, ଯାହା ସେମାନଙ୍କୁ ତଲାକ ଉଚ୍ଚାରଣ ଅଧିକାର ପ୍ରଦାନ କରେ।
୧୯୯୪ ମସିହାରେ ଜନ୍ମିତ ଶୈଖା ମାହରା ଗତ ବର୍ଷ ମେ ୨୭ ତାରିଖରେ ଶେଖ ମନା ବିନ୍ଙ୍କୁ ବିବାହ କରିଥିଲେ । ବିବାହର ୫ ମାସ ପରେ ସେ ସୋସିଆଲ ମିଡିଆରେ ଗର୍ଭବତୀ ଥିବା କଥା ଶେୟାର କରିଥିଲେ । ନିଜର ଅଲ୍ଟ୍ରାସାଉଣ୍ଡ ସ୍କାନ୍ର ଫଟୋ ଇନ୍ଷ୍ଟାଗ୍ରାମ୍ରେ ଶେୟାର କରି ‘କେବଳ ଆମେ ତିନି’ ବୋଲି ଲେଖିଥିଲେ । କିନ୍ତୁ ଗତ ଜୁନ୍ରେ ଶୈଖା ଇନ୍ଷ୍ଟାରେ ଏକ ପୋଷ୍ଟ୍ ଶେୟାର କରିଥିଲେ । ଏଥିରେ ସେ ନିଜ ଝିଅ ହିନ୍ଦ୍କୁ କୋଳରେ ଧରିଥିଲେ । ଏଥିସହ କ୍ୟାପ୍ସନ ଲେଖିଥିଲେ । ‘କେବଳ ଆମେ ଦୁଇ’ ।