ସ୍ୱର୍ଣ୍ଣ ମନ୍ଦିରରେ ରାହୁଲ, VIP ଟ୍ରିଟ୍ମେଣ୍ଟକୁ ନେଇ ଉଠିଲା ପ୍ରଶ୍ନ
ଧାଡ଼ିରେ ଠିଆ ହୋଇଥିବା ଲୋକଙ୍କୁ ସାଇଡ୍ କରି ରାହୁଲ ଗାନ୍ଧିଙ୍କୁ ଆଗକୁ ବଢ଼ିବାକୁ ଦିଆଯାଇଥିଲା ଏବଂ ତାଙ୍କୁ ପୃଥକ ଭାବରେ ଦର୍ଶନ ଦିଆଯାଇଥିବା ନେଇ ଜଣେ ଶ୍ରଦ୍ଧାଳୁ ପ୍ରଶ୍ନ ଉଠାଇଛନ୍ତି।
ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ହେବ ନିର୍ବାଚନ। ଆସନ୍ତାକାଲି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ପଡ଼ିବ ଭୋଟ। ନଭେମ୍ବର ୨୩ରେ ଆସିବ ଫଳାଫଳ। ଏହାରି ଭିତରେ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳର ନେତା ରାହୁଲ ଗାନ୍ଧି ପଞ୍ଜାବର ଅମୃତସରରେ ପହଞ୍ଚିଥିଲେ। ସେଠାରେ ସେ ସ୍ୱର୍ଣ୍ଣ ମନ୍ଦିରକୁ ଯାଇ ପୂଜା କରିବା ସହ ସେବାରେ ମଧ୍ୟ ଭାଗ ନେଇଥିଲେ। କିନ୍ତୁ ବର୍ତ୍ତମାନ ରାହୁଲ ଗାନ୍ଧିଙ୍କ ଏହି ଗସ୍ତକୁ ନେଇ ଉତ୍ତେଜନା ଦେଖାଦେଇଛି।
ରାହୁଲ ଗାନ୍ଧି ସ୍ୱର୍ଣ୍ଣ ମନ୍ଦିରରେ ପହଞ୍ଚିବା ପରେ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା। ଏହି ସମୟରେ ସେ ଲୋକଙ୍କୁ ଭେଟିଥିଲେ। ଏହି ସମୟରେ ପାଣି ପିଆଇବା ଓ ବାସନ ଧୋଇବା ସେବା କରିଥିଲେ। ଏହି ସମୟ ମଧ୍ୟରେ ରାହୁଲ ଗାନ୍ଧିଙ୍କ ସହ ଗୁରୁଜିତ ସିଂହ ଔଜଲା ଏବଂ ପୂର୍ବତନ ଡେପୁଟି ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ସୋନିଙ୍କ ସହ ବହୁ ନେତା ଯୋଗ ଦେଇଥିଲେ।
ତେବେ ଏହି ସମୟରେ ଜଣେ ଶ୍ରଦ୍ଧାଳୁ ରାହୁଲ ଗାନ୍ଧିଙ୍କୁ ମନ୍ଦିର ପରିସରରେ ଭିଆଇପି ଟ୍ରିଟ୍ମେଣ୍ଟ ଦେବା ଉପରେ ଆପତ୍ତି ଉଠାଇଛନ୍ତି। ଏହାକୁ ନେଇ ସେ ମନ୍ଦିର ପରିସରରେ ହଙ୍ଗାମା ସୃଷ୍ଟି କରିଥିଲେ। ରାହୁଲ ଗାନ୍ଧିଙ୍କୁ ମନ୍ଦିର ପରିସରରେ ଭିଆଇପି ଟ୍ରିଟ୍ମେଣ୍ଟ ଦିଆଯାଇଥିବା ଯୁବତୀ ଜଣକ ଅଭିଯୋଗ ଆଣିଛନ୍ତି। ଧାଡ଼ିରେ ଠିଆ ହୋଇଥିବା ଲୋକଙ୍କୁ ସାଇଡ୍ କରି ରାହୁଲ ଗାନ୍ଧିଙ୍କୁ ଆଗକୁ ବଢ଼ିବାକୁ ଦିଆଯାଇଥିଲା ଏବଂ ତାଙ୍କୁ ପୃଥକ ଭାବରେ ଦର୍ଶନ ଦିଆଯାଇଥିଲା।
ଅଭିଯୋଗ ଆଣିଥିବା ଯୁବତୀ ଜଣକ ପ୍ରଶ୍ନ ଉଠାଇଛନ୍ତି। ଗୁରୁଜୀଙ୍କ ଦରବାରରେ ସମସ୍ତେ ସମାନ। ତେବେ ରାହୁଲ ଗାନ୍ଧିଙ୍କୁ ଭିଭିଆଇପି ଟ୍ରିଟ୍ମେଣ୍ଟ କାହିଁକି ଦିଆଯାଗଲା। ରାହୁଲ ଗାନ୍ଧି ଯିଦି ଭିଆଇପି, ତେବେ ଗୁରୁଦ୍ୱାରା ବାହାରେ ତାଙ୍କୁ ଭିଆଇପି ଟ୍ରିଟ୍ମେଣ୍ଟ ଦିଆଯିବା ଉଚିତ। ଗୁରୁଦ୍ୱାର ଭିତରେ ସମସ୍ତେ ସମାନ।