ସ୍ୱାଧୀନତା ଦିବସରେ ମାଓବାଦୀଙ୍କ ବର୍ବରକାଣ୍ଡ, ଛାତ୍ରଙ୍କୁ ପିଟି ପିଟି ମାରିଦେଲେ

ସୂଚନା ଅନୁସାରେ କୁଖ୍ୟାତ ମାଓବାଦୀ ହିଡମାଙ୍କ ଗାଁରେ ସୁରକ୍ଷା କର୍ମୀ ଏକ ଶିବିର ପ୍ରତିଷ୍ଠା କରିଥିଲେ। ଯାହାଫଳରେ ରାଗିଯାଇ ମଙ୍ଗଳବାର ଦଶମ ଶ୍ରେଣୀ ଛାତ୍ର ସୋୟମ ଶଙ୍କରଙ୍କୁ ହତ୍ୟା କରିଥିଲେ ମାଓବାଦୀ ।

ସ୍ୱାଧୀନତା ଦିବସରେ ମାଓବାଦୀଙ୍କ ବର୍ବରକାଣ୍ଡ, ଛାତ୍ରଙ୍କୁ ପିଟି ପିଟି ମାରିଦେଲେ

ସ୍ୱାଧୀନତା ଦିବସରେ ମାଓବାଦୀଙ୍କ ବର୍ବରକାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ଦଶମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା କଲେ ମାଓବାଦୀ । ଛତିଶଗଡ଼ ସୁକମା ଜିଲ୍ଲାରେ ମାଓବାଦୀ ଏଭଳି ବର୍ବରକାଣ୍ଡ ଘଟାଇଛନ୍ତି । ସୁକମା ଜିଲ୍ଲା ଦବାପାରା ଓ ପୁରଭି ଗାଁ ନିକଟରେ ୧୬ ବର୍ଷର ଛାତ୍ରଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ମୃତ ଛାତ୍ର ଜଣକ ହେଲେ ସୋୟମ ଶଙ୍କର । ଛାତ୍ରଜଣଙ୍କୁ ମାଓବାଦୀ ପିଟି ପିଟି ହତ୍ୟା କରିଥଇବା ଜଣାପଡ଼ିଛି ।

ସୂଚନା ଅନୁସାରେ କୁଖ୍ୟାତ ମାଓବାଦୀ ହିଡମାଙ୍କ ଗାଁରେ ସୁରକ୍ଷା କର୍ମୀ ଏକ ଶିବିର ପ୍ରତିଷ୍ଠା କରିଥିଲେ। ଯାହାଫଳରେ ରାଗିଯାଇ ମଙ୍ଗଳବାର ଦଶମ ଶ୍ରେଣୀ ଛାତ୍ର ସୋୟମ ଶଙ୍କରଙ୍କୁ ହତ୍ୟା କରିଥିଲେ ମାଓବାଦୀ । ତେବେ ଏକ ସପ୍ତାହ ପୂର୍ବରୁ ସୋୟମ ଶଙ୍କରଙ୍କ ଭାଇ ସୋୟମ ସୀତାରାମଙ୍କୁ ମଧ୍ୟ ସେହି ଗାଁରେ ନକ୍ସଲମାନେ ହତ୍ୟା କରିଥିଲେ। ଗୋଟିଏ ସପ୍ତାହ ମଧ୍ୟରେ ଦୁଇ ଭାଇଙ୍କ ହତ୍ୟା ପରେ ପିତା ସୋୟମ ଧୁଡଭା ତାଙ୍କ ପରିବାର ସହିତ ଗାଁ ଛାଡ଼ିଛନ୍ତି ।