ସ୍ୱାମୀଙ୍କ ସହ ମନ୍ଦିର ଯାଉଥିଲେ; ବାଇକରୁ ପଡ଼ି ଚାଲିଗଲା ଜୀବନ

ଆଜି ବଡ଼ ଏକାଦଶୀ ଥିବାରୁ ତିରୁଲତା ଓ ତାଙ୍କ ସ୍ୱାମୀ ରାଜ କିଶୋର ମନ୍ଦିର ଯାଉଥିଲେ।

ସ୍ୱାମୀଙ୍କ ସହ ମନ୍ଦିର ଯାଉଥିଲେ; ବାଇକରୁ ପଡ଼ି ଚାଲିଗଲା ଜୀବନ

ଆଜି ବଡ଼ ଏକାଦଶୀ ଥିବାରୁ ସ୍ୱାମୀସ୍ତ୍ରୀ ମିଶି ମନ୍ଦିର ଯାଉଥିଲେ। ଅଧାବାଟରେ ବାଇକ୍‌ରୁ ପଡ଼ି ଚାଲିଗଲା ମହିଳାଙ୍କ ଜୀବନ। ପୁରୀ ଜିଲ୍ଲା ଗୋପ ଚାରିଛକ ରାସ୍ତା ଛଣିଜଙ୍ଗ ନିକଟରେ ଏହି ଦୁର୍ଘଟଣା ଘଟିଛି।

ମୃତ ମହିଳାଙ୍କ ଜଣଙ୍କ ହେଲେ ତିରୁଲତା ନିଶଙ୍କ। ସ୍ୱାମୀ ରାଜ କିଶୋର ନିଶଙ୍କଙ୍କୁ ଗୁରୁତର ଅବସ୍ଥାରେଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

ଆଜି ବଡ଼ ଏକାଦଶୀ ଥିବାରୁ ତିରୁଲତା ଓ ତାଙ୍କ ସ୍ୱାମୀ ରାଜ କିଶୋର ମନ୍ଦିର ଯାଉଥିଲେ। ଛଣିଜଙ୍ଗ ନିକଟରେ ହମ୍ପସରେ ଭାରସାମ୍ୟ ହରାଇ ବାଇକ୍‌ରୁ ତଳେ ପଡ଼ି ଯାଇଥିଲେ ତିରୁଲତା। ପରେ ସ୍ୱାମୀ ମଧ୍ୟ ଭାରସାମ୍ୟ ରଖି ନପାରି ତଳେ ପଡ଼ିଯାଇଥିଲେ। ଘଟଣାସ୍ଥଳରେ ତିରୁଲତାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀଙ୍କ ଅବସ୍ଥା ଗୁରୁତର ଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଅବସ୍ଥା ଗୁରୁତର ଥିବାରୁ ତିରୁଲତାଙ୍କ ସ୍ୱାମୀଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ତିରୁଲତା ଶ୍ୱଶୁର ଘର ଗୋପ ଥାନା ଅନ୍ତର୍ଗତ ଗୋଲପୁରରେ ହୋଇଥିବା ବେଳେ ସେ କୋଣାର୍କର ମାଧିପୁରରେ ସ୍ୱାମୀଙ୍କ ଭଡ଼ା ରହୁଥିଲେ। ପୁଲିସ ଗାଡ଼ିକୁ ଜବତ କରି ଘଟଣା ତଦନ୍ତ କରୁଛି।