ସ୍ୱାମୀଙ୍କୁ ଗଛରେ ବାନ୍ଧି ସ୍ତ୍ରୀଙ୍କୁ ନିର୍ମମ ହତ୍ଯା

ଲମତାପୁଟ :  ସ୍ୱାମୀଙ୍କୁ ଗଛରେ ବାନ୍ଧି ସ୍ତ୍ରୀଙ୍କୁ ନିର୍ମମ ହତ୍ଯା। ଘଟଣା ଘଟିଛି ନନ୍ଦପୁର ଥାନା କୁମାର ଗାନ୍ଧଣା ଗ୍ରାମ... The post ସ୍ୱାମୀଙ୍କୁ ଗଛରେ ବାନ୍ଧି ସ୍ତ୍ରୀଙ୍କୁ ନିର୍ମମ ହତ୍ଯା appeared first on .

ସ୍ୱାମୀଙ୍କୁ ଗଛରେ ବାନ୍ଧି ସ୍ତ୍ରୀଙ୍କୁ ନିର୍ମମ ହତ୍ଯା

ଲମତାପୁଟ :  ସ୍ୱାମୀଙ୍କୁ ଗଛରେ ବାନ୍ଧି ସ୍ତ୍ରୀଙ୍କୁ ନିର୍ମମ ହତ୍ଯା। ଘଟଣା ଘଟିଛି ନନ୍ଦପୁର ଥାନା କୁମାର ଗାନ୍ଧଣା ଗ୍ରାମ ପଞ୍ଚାୟତ ହାରିଆମୁଣ୍ଡା ଗ୍ରାମରେ  । ସୋମବାର ସକାଳୁ ସୁଭଦ୍ରା ଯୋଜନାରେ ଆଧାର ଅପଡେଟ କରିବାକୁ ସ୍ବାମୀ ମହେନ୍ଦ୍ର ଖରା ଓ ସ୍ତ୍ରୀ ସାବି ଖରା ଆଧାର କେନ୍ଦ୍ରକୁ ଆସିଥିଲେ । ଆଧାର କେନ୍ଦ୍ରରେ କାମ ସାରି ବାଇକରେ ଘରକୁ ଫେରୁଥୁବା ସମୟରେ ରାସ୍ତାକଡ଼ରେ ପାଞ୍ଚ ଜଣ ଯୁବକ ଆଗରୁ ଛିଡା ହୋଇ ରହିଥିଲେ। ଦୁର୍ବୃତ୍ତମାନେ ସ୍ବାମୀ-ସ୍ତ୍ରୀଙ୍କୁ ଅକସ୍ମାତ ଠେଙ୍ଗାରେ ପିଟିଥିଲେ। ଠେଙ୍ଗା ଆଘାତରେ ସ୍ୱାମୀ ମହେନ୍ଦ୍ର ଖରା ଗାଡ଼ିରୁ ଅଚେତ ହୋଇ ଯାଇଥିଲେ। ଉଭୟେ ଗାଡିରୁ ପଡିଯିବା ପରେ ସ୍ବାମୀଙ୍କୁ ଟେକିନେଇ ଦୁର୍ବୃତ୍ତମାନେ ଏକ ଗଛରେ ବାନ୍ଧିଦେଇଥିଲେ। ପରେ ସ୍ତ୍ରୀଙ୍କ ସୁନା ଗହଣା ଲୁଟି ନିର୍ମମ ଭାବେ ହତ୍ୟା କରିଥିଲେ ।

କିଛି ଘଣ୍ଟା ପରେ ସ୍ୱାମୀ ମହେନ୍ଦ୍ରଙ୍କ ଚେତା ଆସିବା ପରେ ସ୍ୱାମୀ ସେ ପାଟି କରିଥିଲେ । ପାଟି ଶୁଣି ଜଣେ ବାଟୋଇ ଯାଇ ତାଙ୍କୁ ଉଦ୍ଧାର କରିଥିଲେ। ମହେନ୍ଦ୍ର ଗାଁକୁ ଯାଇ ସମସ୍ତ ବିଷୟ କହିବା ପରେ ଗ୍ରାମବାସୀ ଆସି ସାବିଙ୍କୁ ଖୋଜାଖୋଜି କରିଥିଲେ। ଏକ ଲଟାବୁଦାରେ ସାବିଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ନନ୍ଦପୁର ପୋଲିସ ନିକଟରେ ଖବର ପହଞ୍ଚିବା ପରେ ଥାନା ଅଧିକାରୀ ପାଣ୍ଡଵ ଶବର, ସହକାରୀ ଥାନା ଅଧିକାରୀ ମମତା କୁମାରୀ ପଣ୍ଡା, ଏଏସଆଇ ଗୁପ୍ତେଶ୍ୱର ଗୌଡ଼ ପ୍ରମୁଖ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ଆହତ ମହେନ୍ଦ୍ରଙ୍କ ଚିକିତ୍ସା ଚାଲିଛି।

The post ସ୍ୱାମୀଙ୍କୁ ଗଛରେ ବାନ୍ଧି ସ୍ତ୍ରୀଙ୍କୁ ନିର୍ମମ ହତ୍ଯା appeared first on .