ସ୍ୱାମୀଙ୍କୁ ଯକୃତ ଦେଲେ ସ୍ତ୍ରୀ, SCBରେ ୮ ଘଣ୍ଟା ଧରି ଚାଲିଲା ପ୍ରଥମ ଅପରେସନ
କଟକ ୦୪।୦୪ : କଟକ ଏସ୍ସିବି ମେଡିକାଲରେ ଆରମ୍ଭ ହେଲା ଲିଭର ଟ୍ରାନ୍ସପ୍ଲାଣ୍ଟ । ଦୀର୍ଘ ୧୧ ବର୍ଷର ଅପେକ୍ଷା ପରେ ଏସସିବି ମେଡିକାଲର ଟ୍ରମା ବିଲଡିଂର ସ୍ବତନ୍ତ୍ର ମୋଡୁଲାର ଓଟିରେ ଆରମ୍ଭ ହେଲା ଯକୃତ ପ୍ରତିରୋପଣ ପ୍ରକ୍ରିୟା। କଟକ ତିଗିରିଆ ଅଞ୍ଚଳର ଜଣେ ପୁରୁଷଙ୍କ ଠାରେ ତାଙ୍କର ସ୍ତ୍ରୀଙ୍କ ଠାରୁ ଲିଭର ଟ୍ରାନସପ୍ଲାଣ୍ଟ କରାଯାଇଅଛି ।ଏସିଆନ ଇନଷ୍ଟିଚ୍ୟୁଟ ଅଫ ଗ୍ୟାଷ୍ଟୋଲୋଜି ହାଇଦ୍ରାବାଦ ସହ ଏସସିବିର ଚୁକ୍ତି ହେବା ପରେ ଏଆଇଜିର ଏକ ୯ ଜଣିଆ ଡାକ୍ତରୀ ଟିମ୍ ସହ ଏସସିବି ମେଡିକାଲର ଡାକ୍ତରମାନେ ମିଳିତ ଭାବେ ଏହି ପ୍ରତିରୋପଣ ଅପରେସନ କରିଛନ୍ତି । ଏଆଇଜି ହାଇଦ୍ରାବାଦର ନିର୍ଦ୍ଦେଶକ ଡାକ୍ତର ପି ବାଲଚନ୍ଦ୍ରନଙ୍କ ନେତୃତ୍ବରେ ଏକ ୯ ଜଣିଆ ଡାକ୍ତରୀ ଟିମ୍ ସକାଳେ ଏସସିବି ଆସି ପହଞ୍ଚିଥିଲେ । ଏହା ପରେ ଏହି ଟ୍ରାନସପ୍ଲାଣ୍ଟ କରାଯାଇଥିଲା। ସକାଳ ୮ ଠାରୁ ଦିନ ୫ଟା ପର୍ଯ୍ୟନ୍ତ ଦୀର୍ଘ ଆଠ ଘଣ୍ଟା ଧରି ଏହି ଅପରେସନ ଚାଲିଥିଲା। ଏବେ ଦୁଇ ଦମ୍ପତିଙ୍କ ଅବସ୍ଥା ସ୍ଥିର ରହିଛି ବୋଲି କହିଛନ୍ତି ଏସସିବି ଅଧୀକ୍ଷକ।
କଟକ ୦୪।୦୪ : କଟକ ଏସ୍ସିବି ମେଡିକାଲରେ ଆରମ୍ଭ ହେଲା ଲିଭର ଟ୍ରାନ୍ସପ୍ଲାଣ୍ଟ । ଦୀର୍ଘ ୧୧ ବର୍ଷର ଅପେକ୍ଷା ପରେ ଏସସିବି ମେଡିକାଲର ଟ୍ରମା ବିଲଡିଂର ସ୍ବତନ୍ତ୍ର ମୋଡୁଲାର ଓଟିରେ ଆରମ୍ଭ ହେଲା ଯକୃତ ପ୍ରତିରୋପଣ ପ୍ରକ୍ରିୟା।
କଟକ ତିଗିରିଆ ଅଞ୍ଚଳର ଜଣେ ପୁରୁଷଙ୍କ ଠାରେ ତାଙ୍କର ସ୍ତ୍ରୀଙ୍କ ଠାରୁ ଲିଭର ଟ୍ରାନସପ୍ଲାଣ୍ଟ କରାଯାଇଅଛି ।ଏସିଆନ ଇନଷ୍ଟିଚ୍ୟୁଟ ଅଫ ଗ୍ୟାଷ୍ଟୋଲୋଜି ହାଇଦ୍ରାବାଦ ସହ ଏସସିବିର ଚୁକ୍ତି ହେବା ପରେ ଏଆଇଜିର ଏକ ୯ ଜଣିଆ ଡାକ୍ତରୀ ଟିମ୍ ସହ ଏସସିବି ମେଡିକାଲର ଡାକ୍ତରମାନେ ମିଳିତ ଭାବେ ଏହି ପ୍ରତିରୋପଣ ଅପରେସନ କରିଛନ୍ତି । ଏଆଇଜି ହାଇଦ୍ରାବାଦର ନିର୍ଦ୍ଦେଶକ ଡାକ୍ତର ପି ବାଲଚନ୍ଦ୍ରନଙ୍କ ନେତୃତ୍ବରେ ଏକ ୯ ଜଣିଆ ଡାକ୍ତରୀ ଟିମ୍ ସକାଳେ ଏସସିବି ଆସି ପହଞ୍ଚିଥିଲେ । ଏହା ପରେ ଏହି ଟ୍ରାନସପ୍ଲାଣ୍ଟ କରାଯାଇଥିଲା। ସକାଳ ୮ ଠାରୁ ଦିନ ୫ଟା ପର୍ଯ୍ୟନ୍ତ ଦୀର୍ଘ ଆଠ ଘଣ୍ଟା ଧରି ଏହି ଅପରେସନ ଚାଲିଥିଲା। ଏବେ ଦୁଇ ଦମ୍ପତିଙ୍କ ଅବସ୍ଥା ସ୍ଥିର ରହିଛି ବୋଲି କହିଛନ୍ତି ଏସସିବି ଅଧୀକ୍ଷକ।