ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ ଅନାଶି ଫୁଲ, ଜାଣନ୍ତୁ ଏହା ବିଶେଷତା...
ନୂଆଦିଲ୍ଲୀ ୨୮।୦୮: ଆୟୁର୍ବେଦରେ ମସଲାକୁ ବିବେଚନା କରାଯାଏ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ମସଲା ଗୁଡିକ ବହୁତ ଲାଭଦାୟକ ହୋଇଥାଏ । ଏଗୁଡିକ ଅନେକ ରୋଗରୁ ରକ୍ଷା କରନ୍ତି । ସମସ୍ତେ ନିଶ୍ଚୟ ଗୋଟା ମସଲାରେ ଏକ ତାରା ଆକୃତିର ଫୁଲ ଦେଖିଥିବେ । ଏହାକୁ ଅନାଶି ଫୁଲ କୁହାଯାଏ । ଏହି ଫୁଲ ୩ହଜାର ବର୍ଷ ପୁରୁଣା । ଏହାର ଉତ୍ପତି ଚୀନରୁ ହୋଇଥିବା ଜଣା ଯାଇଥାଏ । ଏହି ଅନାଶି ଫୁଲରେ ଭିଟାମିନ୍ ଏ ସହିତ ଭିଟାମିନ ସି ମଧ୍ୟ ପ୍ରଚୁର ପରିମାଣରେ ରହିଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ ଏହି ଫୁଲ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଏହା କୌଣସି ସୁପରଫୁଡ୍ ଠାରୁ କମ୍ ନୁହେଁ । ଅନାଶି ଫୁଲ ଓଜନ ହ୍ରାସ ପାଇଁ ମଧ୍ୟ ଜଣାଶୁଣା । ଏହାର ଡିଟକ୍ସ ପାଣି ଚର୍ବି କମାଇବାର କାମ କରିଥାଏ । ହଜମ ସମ୍ବନ୍ଧୀୟ ଯଦି କୌଣସି ଅସୁବିଧା ରହିଛି, ତେବେ ଏହି ମସଲାରୁ ମିଳିଥାଏ ବହୁତ ଲାଭ । ଏହାର ରହିଛି ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ । ଆନିସ୍ ଫୁଲ ସ୍କିନ ପାଇଁ ବହୁତ ଲାଭଦାୟକ । ଯେଉଁମାନଙ୍କର ବ୍ରଣ ସମସ୍ୟା ରହିଥାଏ ସେମାନେ ଏଥିରୁ ବହୁତ ଲାଭ ପାଇପାରିବେ । ଖୁବ୍ କମ୍ ଲୋକ ଜାଣନ୍ତି ରାତିରେ ଭଲ ନିଦ କରିବାରେ ଏହି ଅନାଶି ଫୁଲ ବେଶ୍ ଲାଭଦାୟକ । ଏହା ମାନସିକ ଚାପକୁ ହ୍ରାସ କରିଥାଏ ଏବଂ ଭଲ ନିଦ ହେବାରେ ସାହାଯ୍ୟ କରିଥାଏ ।
ନୂଆଦିଲ୍ଲୀ ୨୮।୦୮: ଆୟୁର୍ବେଦରେ ମସଲାକୁ ବିବେଚନା କରାଯାଏ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ମସଲା ଗୁଡିକ ବହୁତ ଲାଭଦାୟକ ହୋଇଥାଏ । ଏଗୁଡିକ ଅନେକ ରୋଗରୁ ରକ୍ଷା କରନ୍ତି । ସମସ୍ତେ ନିଶ୍ଚୟ ଗୋଟା ମସଲାରେ ଏକ ତାରା ଆକୃତିର ଫୁଲ ଦେଖିଥିବେ ।

ଏହାକୁ ଅନାଶି ଫୁଲ କୁହାଯାଏ । ଏହି ଫୁଲ ୩ହଜାର ବର୍ଷ ପୁରୁଣା । ଏହାର ଉତ୍ପତି ଚୀନରୁ ହୋଇଥିବା ଜଣା ଯାଇଥାଏ । ଏହି ଅନାଶି ଫୁଲରେ ଭିଟାମିନ୍ ଏ ସହିତ ଭିଟାମିନ ସି ମଧ୍ୟ ପ୍ରଚୁର ପରିମାଣରେ ରହିଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ ଏହି ଫୁଲ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ।

ଏହା କୌଣସି ସୁପରଫୁଡ୍ ଠାରୁ କମ୍ ନୁହେଁ । ଅନାଶି ଫୁଲ ଓଜନ ହ୍ରାସ ପାଇଁ ମଧ୍ୟ ଜଣାଶୁଣା । ଏହାର ଡିଟକ୍ସ ପାଣି ଚର୍ବି କମାଇବାର କାମ କରିଥାଏ । ହଜମ ସମ୍ବନ୍ଧୀୟ ଯଦି କୌଣସି ଅସୁବିଧା ରହିଛି, ତେବେ ଏହି ମସଲାରୁ ମିଳିଥାଏ ବହୁତ ଲାଭ । ଏହାର ରହିଛି ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ।

ଆନିସ୍ ଫୁଲ ସ୍କିନ ପାଇଁ ବହୁତ ଲାଭଦାୟକ । ଯେଉଁମାନଙ୍କର ବ୍ରଣ ସମସ୍ୟା ରହିଥାଏ ସେମାନେ ଏଥିରୁ ବହୁତ ଲାଭ ପାଇପାରିବେ । ଖୁବ୍ କମ୍ ଲୋକ ଜାଣନ୍ତି ରାତିରେ ଭଲ ନିଦ କରିବାରେ ଏହି ଅନାଶି ଫୁଲ ବେଶ୍ ଲାଭଦାୟକ । ଏହା ମାନସିକ ଚାପକୁ ହ୍ରାସ କରିଥାଏ ଏବଂ ଭଲ ନିଦ ହେବାରେ ସାହାଯ୍ୟ କରିଥାଏ ।