ସ୍ୱାସ୍ଥ୍ୟପ୍ରଦ ବ୍ଲାକ୍‌ ଜିଞ୍ଜର ଟି

ଅନେକ ସମୟରେ ଆମ ଘରେ ଥିବା ସାମଗ୍ରୀ ବେଶ୍‌ ସ୍ୱାସ୍ଥ୍ୟପ୍ରଦ ହୋଇଥାଏ । ଏହାକୁ ବ୍ୟବହାର କରି ଆମେ ଅନେକ ରୋଗର ଆଶଙ୍କାକୁ କମାଇପାରିବା । ସକାଳୁ ଉଠିବା ପରେ ଚା’ ପିଇବାକୁ ସମସ୍ତେ ଭଲ ପାଇଥାଆନ୍ତି । ତେବେ ସମସ୍ତେ ପ୍ରାୟ ଖୀର ଚା’ ପିଇଥାଆନ୍ତି, କିନ୍ତୁ ଏଥିରେ ଅଳ୍ପ କିଛି ପରିବର୍ତ୍ତନ କରି ଆମେ ଏହାକୁ ସ୍ୱାସ୍ଥ୍ୟକର କରିପାରିବା । ଏଭଳି ବିଭିନ୍ନ ପ୍ରକାରର ଚା’ ରହିଛି, ସେଥିମଧ୍ୟରୁ ଗୋଟିଏ ହେଲା ବ୍ଲାକ୍‌ ଜିଞ୍ଜର […]

ସ୍ୱାସ୍ଥ୍ୟପ୍ରଦ ବ୍ଲାକ୍‌ ଜିଞ୍ଜର ଟି
ସ୍ୱାସ୍ଥ୍ୟପ୍ରଦ ବ୍ଲାକ୍‌ ଜିଞ୍ଜର ଟି

ଅନେକ ସମୟରେ ଆମ ଘରେ ଥିବା ସାମଗ୍ରୀ ବେଶ୍‌ ସ୍ୱାସ୍ଥ୍ୟପ୍ରଦ ହୋଇଥାଏ । ଏହାକୁ ବ୍ୟବହାର କରି ଆମେ ଅନେକ ରୋଗର ଆଶଙ୍କାକୁ କମାଇପାରିବା । ସକାଳୁ ଉଠିବା ପରେ ଚା’ ପିଇବାକୁ ସମସ୍ତେ ଭଲ ପାଇଥାଆନ୍ତି । ତେବେ ସମସ୍ତେ ପ୍ରାୟ ଖୀର ଚା’ ପିଇଥାଆନ୍ତି, କିନ୍ତୁ ଏଥିରେ ଅଳ୍ପ କିଛି ପରିବର୍ତ୍ତନ କରି ଆମେ ଏହାକୁ ସ୍ୱାସ୍ଥ୍ୟକର କରିପାରିବା । ଏଭଳି ବିଭିନ୍ନ ପ୍ରକାରର ଚା’ ରହିଛି, ସେଥିମଧ୍ୟରୁ ଗୋଟିଏ ହେଲା ବ୍ଲାକ୍‌ ଜିଞ୍ଜର ଟି ବା କଳା ଅଦା ଚା’। ଆସନ୍ତୁ ଜାଣିବା ଏହାର କିଛି ଫାଇଦା ସମ୍ପର୍କରେ..
– ଏହି ଚା’ରେ ଆଣ୍ଟିଅକ୍ସିଡାଣ୍ଟ୍‌ ଗୁଣ ଭରପୂର ହୋଇ ରହିଛି । କଳା ଅଦାର ଏହି ଗୁଣ ଆମର ଷ୍ଟ୍ରେସ୍‌ କମାଇବାରେ ବେଶ୍‌ ସହାୟକ ହୋଇଥାଏ । ଏହା ଦ୍ୱାରା ଆମ ଶରୀରର ସେଲ୍‌ ସୁରକ୍ଷିତ ହୋଇଥାଏ । ସେହିଭଳି ଆମର ସେଲ୍‌ ସୁସ୍ଥ ରହୁଥିବାରୁ ଆମେ ନିରୋଗ ରହିଥାଉ ।
– ଡାକ୍ତରୀ ସୂଚନା ଅନୁସାରେ କଳା ଅଦାର ଚା’ ଆମର ଏଲ୍‌ଡିଏଲ୍‌ କୋଲେଷ୍ଟ୍ରଲ୍‌ ଲେବଲକୁ କମ କରିବାରେ ସହାୟକ ହୋଇଥାଏ । ଏଲ୍‌ଡିଏଲ୍‌ କୋଲେଷ୍ଟ୍ରଲ ଅର୍ଥାତ ବ୍ୟାଡ୍‌ କୋଲେଷ୍ଟ୍ରଲ କମାଇବାକୁ ଚାହୁଁଥିଲେ ସକାଳୁ ଏହି ଚା’କୁ ପିଅନ୍ତୁ ବେଶ୍‌ ଉପାଦେୟ ହେବ ।
– କେବଳ ଏତିକି ନୁହେଁ ଏହା ଆମର ଯକୃତର କାର୍ଯ୍ୟ କ୍ଷମତାକୁ ବଢାଇଥାଏ । ଆମର ଯକୃତ ଆମର କୋଲେଷ୍ଟ୍ରଲ୍‌ ଲେବଲ୍‌କୁ ରେଗୁଲେଟ୍‌ କରିବାରେ ସହାୟକ ହୋଇଥାଏ । ତେଣୁ ଏହି ଚା’ ଆମର ଯକୃତ ପାଇଁ ବେଶ ଉପକାରୀ ।
– ଆଜିକାଲି ଓଜନ ନିୟନ୍ତ୍ରଣ ସମସ୍ତଙ୍କ ପାଇଁ ଏକ ସମସ୍ୟା ପାଲଟିଛି । ଏହି ଚା’ ଓଜନ ନିୟନ୍ତ୍ରଣରେ ମଧ୍ୟ ଆମର ସହାୟକ ହୋଇଥାଏ । ଏହା ଆମକୁ ଷ୍ଟ୍ରେସ ଫି୍ର ରଖିଥାଏ ଯାହାଫଳରେ ଆମର ଓଜନ ନିୟନ୍ତ୍ରଣରେ ରହିଥାଏ । ଏହାସହିତ ଆମର ମେଟାବଲିଜିମ୍‌କୁ ବଢାଇବାରେ ମଧ୍ୟ ଏହା ବିଶେଷଭାବେ ସହାୟକ ହୋଇଥାଏ ।