ହଙ୍ଗାମାରେ ଧୋଇଗଲା ସଂସଦର ଶୀତକାଳୀନ ଅଧିବେଶନ, ଲୋକସଭାରେ କେବଳ ୪ ବିଧେୟକ ପାରିତ

ନୂଆଦିଲ୍ଲୀ: ସଂସଦର ଶୀତକାଳିନ ଅଧିବେଶନ ଶୁକ୍ରବାର ଶେଷ ହୋଇଛି । ହଙ୍ଗାମା ଯୋଗୁଁ ଚଳିତ ଥର ପୁଣି ଥରେ ସଂସଦ ଅଧା ଦିନ ବିନା କୌଣସି କାର୍ଯ୍ୟରେ ଧୋଇ ଯାଇଛି । ଅଧିବେଶନ ଶେଷ ପରେ ମିଡିଆକୁ ପ୍ରତିକ୍ରିୟା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ ବିରୋଧୀଙ୍କ ହଙ୍ଗମା ଯୋଗୁଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଯେଉଁଥି ପାଇଁ ଅଧିବେଶନ ଅଧିକ ଫଳପ୍ରଦ ହୋଇପାରି ନାହିଁ ।  କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି, 'ସଂସଦର କାର୍ଯ୍ୟ ଏବଂ ପ୍ରଡକ୍ଟିଭିଟି ପ୍ରତିଶତ କାହିଁକି ହ୍ରାସ ପାଉଛି ତାହା ଉପରେ ଚିନ୍ତା କରିବା ପାଇଁ ମୁଁ ସବୁ ରାଜନୈତିକ ପାର୍ଟିର ନେତାଙ୍କୁ ଅପିଲ୍ କରୁଛି । ଗୃହର ପ୍ରଡକ୍ଟିଭିଟିକୁ ୧୦୦ ପ୍ରତିଶତରୁ ଉପରକୁ ନେବା ପାଇଁ ଉଦ୍ୟମ କରାଯିବା ।' କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସଂସଦର ଶୀତ ଅଧିବେଶନର ୨୬ ଦିନ ମଧ୍ୟରୁ ଲୋକସଭାର ୨୦ ଏବଂ ରାଜ୍ୟସଭାର ୧୯ ବୈଠକ ହୋଇଛି । ଅଧିବେଶନରେ ଲୋକସଭାରେ ୪ ଏବଂ ରାଜ୍ୟସଭାରେ ତିନି ବିଧେୟକ ପାରିତ ହୋଇଛି ।ଗୁରୁବାର ସଂସଦ ପରିସରରେ ହୋଇଥିବା ଧସ୍ତାଧସ୍ତି ଘଟଣା ଉପରେ କିରେନ ରିଜିଜୁ କହିଛନ୍ତି ଯେ ସଂସଦରେ ଘଟିଥିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ । କିଛି ସାଂସଦ ଆହତ ହୋଇଛନ୍ତି । ଲୋକସଭା ବାଚସ୍ପତି ସଂସଦରେ ଅନୁଶାସନ ବଜାୟ ରଖିବା ପାଇଁ କିଛି ନୋଟିସ୍ ଜାରି କରିଛନ୍ତି । ସଂସଦର କାର୍ଯ୍ୟ ପରିଚାଳନା କରିବାରେ ସବୁ ପାର୍ଟିଙ୍କ ସେଚତକଙ୍କ

ହଙ୍ଗାମାରେ ଧୋଇଗଲା ସଂସଦର ଶୀତକାଳୀନ ଅଧିବେଶନ, ଲୋକସଭାରେ କେବଳ ୪ ବିଧେୟକ ପାରିତ

ନୂଆଦିଲ୍ଲୀ: ସଂସଦର ଶୀତକାଳିନ ଅଧିବେଶନ ଶୁକ୍ରବାର ଶେଷ ହୋଇଛି । ହଙ୍ଗାମା ଯୋଗୁଁ ଚଳିତ ଥର ପୁଣି ଥରେ ସଂସଦ ଅଧା ଦିନ ବିନା କୌଣସି କାର୍ଯ୍ୟରେ ଧୋଇ ଯାଇଛି । ଅଧିବେଶନ ଶେଷ ପରେ ମିଡିଆକୁ ପ୍ରତିକ୍ରିୟା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ ବିରୋଧୀଙ୍କ ହଙ୍ଗମା ଯୋଗୁଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଯେଉଁଥି ପାଇଁ ଅଧିବେଶନ ଅଧିକ ଫଳପ୍ରଦ ହୋଇପାରି ନାହିଁ ।  

କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି, 'ସଂସଦର କାର୍ଯ୍ୟ ଏବଂ ପ୍ରଡକ୍ଟିଭିଟି ପ୍ରତିଶତ କାହିଁକି ହ୍ରାସ ପାଉଛି ତାହା ଉପରେ ଚିନ୍ତା କରିବା ପାଇଁ ମୁଁ ସବୁ ରାଜନୈତିକ ପାର୍ଟିର ନେତାଙ୍କୁ ଅପିଲ୍ କରୁଛି । ଗୃହର ପ୍ରଡକ୍ଟିଭିଟିକୁ ୧୦୦ ପ୍ରତିଶତରୁ ଉପରକୁ ନେବା ପାଇଁ ଉଦ୍ୟମ କରାଯିବା ।' କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସଂସଦର ଶୀତ ଅଧିବେଶନର ୨୬ ଦିନ ମଧ୍ୟରୁ ଲୋକସଭାର ୨୦ ଏବଂ ରାଜ୍ୟସଭାର ୧୯ ବୈଠକ ହୋଇଛି । ଅଧିବେଶନରେ ଲୋକସଭାରେ ୪ ଏବଂ ରାଜ୍ୟସଭାରେ ତିନି ବିଧେୟକ ପାରିତ ହୋଇଛି ।

ଗୁରୁବାର ସଂସଦ ପରିସରରେ ହୋଇଥିବା ଧସ୍ତାଧସ୍ତି ଘଟଣା ଉପରେ କିରେନ ରିଜିଜୁ କହିଛନ୍ତି ଯେ ସଂସଦରେ ଘଟିଥିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ । କିଛି ସାଂସଦ ଆହତ ହୋଇଛନ୍ତି । ଲୋକସଭା ବାଚସ୍ପତି ସଂସଦରେ ଅନୁଶାସନ ବଜାୟ ରଖିବା ପାଇଁ କିଛି ନୋଟିସ୍ ଜାରି କରିଛନ୍ତି । ସଂସଦର କାର୍ଯ୍ୟ ପରିଚାଳନା କରିବାରେ ସବୁ ପାର୍ଟିଙ୍କ ସେଚତକଙ୍କ ଭୂମିକା ପାଇଁ ଧନ୍ୟବାଦ ଜଣାଉଛି । 

କେନ୍ଦ୍ରମନ୍ତ୍ରୀ କହିଛନ୍ତି, 'ବିରୋଧୀଙ୍କ ବାରମ୍ୱାର ହଙ୍ଗାମା ଯୋଗୁଁ ସଂସଦର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ସଂସଦକୁ ଠିକ୍ ଭାବେ ଚଲାଇବା ପାଇଁ ଉଦ୍ୟମ କରାଯିବା ଦରକାର । ଆଗାମୀ ବଜେଟ୍ ଅଧିବେଶନରେ ବିରୋଧୀ ଏଭଳି ବାଧା ସୃଷ୍ଟି ନକରନ୍ତୁ ବୋଲି ମୁଁ ନିବେଦନ କରୁଛି ।'