ହଜାର ହଜାର ଆଶାୟୀ ଶିକ୍ଷକଙ୍କ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ
ଭୁବନେଶ୍ଵର : ଲୋୟର ପିଏମଜିରେ ଗର୍ଜିଲେ ଆଶାୟୀ ଶିକ୍ଷକ । ହଜାର ହଜାର ଆଶାୟୀଙ୍କ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ।... The post ହଜାର ହଜାର ଆଶାୟୀ ଶିକ୍ଷକଙ୍କ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ appeared first on .
ଭୁବନେଶ୍ଵର : ଲୋୟର ପିଏମଜିରେ ଗର୍ଜିଲେ ଆଶାୟୀ ଶିକ୍ଷକ । ହଜାର ହଜାର ଆଶାୟୀଙ୍କ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ। ଏହି ସଂଘ ଅଭିଯୋଗ କରିଛି, ବିଜେଡି ସରକାର ୬ ହଜାର ଶିକ୍ଷକ ପଦବୀ ସୃଷ୍ଟି କରିଥିଲେ।। ବିଜେପି ସରକାର ଏଯାଏଁ ନିଯୁକ୍ତି କରୁନାହିଁ। ପଚାରିଲେ କହୁଛନ୍ତି ଶିକ୍ଷକ ନିଯୁକ୍ତି ପାଇଁ କିଛି ନିର୍ଦେଶ ନାହିଁ। ସେପ୍ଟେମ୍ବର 30 ତାରିଖ ମଧ୍ୟରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ନ ହେଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଆଶାୟୀ ସଂଘ ଚେତାବନୀ ଦେଇଛି। ସେମାନେ କହିଛନ୍ତି, ଯେ ଆମକୁ ପ୍ରତିଶୃତି ମିଳି ନାହିଁ, ଆମେ ଏଠାରୁ ହଟିବୁ ନାହିଁ। ରାଜ୍ୟରେ ୬୦ ହଜାର ଶିକ୍ଷକ ପଦବୀ ଖାଲି ପଡ଼ିଛି।। ସରକାର କହୁଛନ୍ତି, ଶିକ୍ଷକ ପଦବୀ ପୂରଣ ହେବ। ହେଲେ ଆମର ପଦବୀ କ୍ୟାବିନେଟ ସ୍ୱୀକୃତି ପାଇଥିଲେ ମଧ୍ୟ ଏଥିରେ ଟାଳଟୁଳ ନୀତି କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି।
The post ହଜାର ହଜାର ଆଶାୟୀ ଶିକ୍ଷକଙ୍କ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ appeared first on .