ହଜାର ହଜାର ଭକ୍ତଙ୍କ ଗହଣରେ ସମାପନ ହେଲା ଗୋରେଖନାଥଙ୍କ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାରେ ପ୍ରସିଦ୍ଧ ଶୈବପୀଠ ବିଭୂତି କ୍ଷେତ୍ର ବାବା ଗୋରେଖନାଥଙ୍କ ପୀଠରେ ବିଶ୍ଵର ଶାନ୍ତି ନିମନ୍ତେ ହେଉଥିବା ବିଶ୍ଵଶାନ୍ତି ମହାଯଜ୍ଞ ସମାପ୍ତ ହୋଇଛି । ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥିବା ଏହି ମହାଯଜ୍ଞର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ସମାପନ ହୋଇଛି । ଯଜ୍ଞ ଆରମ୍ଭରୁ ପ୍ରତ୍ୟେକ ଦିନ ଯଜ୍ଞ ଆହୁତି ସହିତ ସଂଧ୍ୟାରେ ସଂଧ୍ୟା ଆଳତୀ ଦେଖିବାକୁ ଭକ୍ତଙ୍କ ଆଗମନ ଦେଖିବାକୁ ମିଳିଥିଲା । ପୂର୍ଣ୍ଣାହୁତି ଦେଖିବାକୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଭିଡ […] The post ହଜାର ହଜାର ଭକ୍ତଙ୍କ ଗହଣରେ ସମାପନ ହେଲା ଗୋରେଖନାଥଙ୍କ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ appeared first on KNews Odisha.

ହଜାର ହଜାର ଭକ୍ତଙ୍କ ଗହଣରେ ସମାପନ ହେଲା ଗୋରେଖନାଥଙ୍କ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ
garekhbath

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାରେ ପ୍ରସିଦ୍ଧ ଶୈବପୀଠ ବିଭୂତି କ୍ଷେତ୍ର ବାବା ଗୋରେଖନାଥଙ୍କ ପୀଠରେ ବିଶ୍ଵର ଶାନ୍ତି ନିମନ୍ତେ ହେଉଥିବା ବିଶ୍ଵଶାନ୍ତି ମହାଯଜ୍ଞ ସମାପ୍ତ ହୋଇଛି । ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥିବା ଏହି ମହାଯଜ୍ଞର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ସମାପନ ହୋଇଛି । ଯଜ୍ଞ ଆରମ୍ଭରୁ ପ୍ରତ୍ୟେକ ଦିନ ଯଜ୍ଞ ଆହୁତି ସହିତ ସଂଧ୍ୟାରେ ସଂଧ୍ୟା ଆଳତୀ ଦେଖିବାକୁ ଭକ୍ତଙ୍କ ଆଗମନ ଦେଖିବାକୁ ମିଳିଥିଲା । ପୂର୍ଣ୍ଣାହୁତି ଦେଖିବାକୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଭିଡ ଗୋରେଖନାଥଙ୍କ ପୀଠରେ ଦେଖିବାକୁ ମିଳିଥିଲା ।

ଏହି ପୂର୍ଣ୍ଣାହୁତି ଦିନ ବାବା ଗୋରେଖ ନାଥ ସର୍ପ ରୂପରେ ଭକ୍ତ ମାନଙ୍କୁ ବଟ ବୃକ୍ଷରେ ଦର୍ଶନ ଦେଉଥିବାର ଭକ୍ତଙ୍କ ବିଶ୍ୱାସ ରହିଥିବାବେଳେ, ଅନେକ ଭକ୍ତ ଗଛ ଡାଳରେ ସର୍ପ ଦର୍ଶନ ମଧ୍ୟ କରିଛନ୍ତି । ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ଏଥିସହ ପୀଠରେ ସମାପ୍ରହର ନାମଯଜ୍ଞ, ହରିହାଟରେ ହଜାର ହଜାର ଭକ୍ତଙ୍କ ପ୍ରସାଦ ସେବନ ଆଦି କାର୍ଯ୍ୟକ୍ରମ ମାନ କରାଯାଇଥିଲା ।

ବିଶ୍ୱ ଶାନ୍ତି ମହାଯଜ୍ଞ ପାଇଁ ସକାଳୁ ଗୋପୂଜା, ସୂର୍ଯ୍ୟପୂଜା, ଆଳତି, କଳସଯାତ୍ରା, ସନ୍ଧ୍ୟା ଆଳତି, ଆହୁତି ପ୍ରଦାନ, ଘୃତ ଆହୁତି, ଆଦି କରାଯାଇ ସମାଜରେ ଶାନ୍ତି ପ୍ରତିଷ୍ଠା ଓ ଭକ୍ତମାନଙ୍କ ମଙ୍ଗଳ କାମନା କରି ଚାଲିଥିଲା ଏହି ମହାଯଜ୍ଞ । ଭକ୍ତ ମାନେ ମନସ୍କାମନା ପୂର୍ଣ୍ଣ ପାଇଁ ଧାଇଁ ଆସିଥିଲେ ଏହି ବିଭୂତି କ୍ଷେତ୍ରକୁ । ପ୍ରତ୍ୟହ ମାଧ୍ୟାହ୍ନରେ ହଜାର ହଜାର ଭକ୍ତ ଏକକାଳୀନ ପ୍ରସାଦ ସେବନ ସହିତ ମହାଦେବଙ୍କ ଦର୍ଶନ କରିଥିଲେ । ଏହା ସହିତ ମିନା ବଜାର, ଖାଦ୍ୟ ବଜାର, ଯାତ୍ରା, ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବାରମାସରେ ତେର ପର୍ବ ଭିତରୁ ଏହି ବିଶ୍ଵଶାନ୍ତି ମହାଯଜ୍ଞ ବାବାଙ୍କର ଏକ ବଡ ପର୍ବ ।

ଆହୁରି ପଢନ୍ତୁ: ବାର୍ଷିକ ଉତ୍ସବ ପାଇଁ ଚଳଚଞ୍ଚଳ ମାଟିଆ ମଙ୍ଗଳା ପୀଠ, ଅଶ୍ୱତ୍ଥ ଗଛରେ ବ୍ରତ ବାନ୍ଧିଲେ ମାଆ ପୂରଣ କରନ୍ତି ମନସ୍କାମନା

 

The post ହଜାର ହଜାର ଭକ୍ତଙ୍କ ଗହଣରେ ସମାପନ ହେଲା ଗୋରେଖନାଥଙ୍କ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ appeared first on KNews Odisha.