ନୂଆ ଆପରାଧିକ ଆଇନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧।୧: ଦିଲ୍ଲୀର ଆଇନଜୀବୀ ବିଶାଲ ତିଓ୍ବାରି ୩ ନୂଆ ଆପରାଧିକ ଆଇନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ପାର୍ଲାମେଣ୍ଟର ସଦ୍ୟସମାପ୍ତ ଶୀତ ଅଧିବେଶନରେ ଉକ୍ତ ବିଲ୍‌ ଗୃହୀତ ହେବା ପରେ ରାଷ୍ଟ୍ରପତିଙ୍କ ମୋହର ପରେ ଆଇନରେ ପରିଣତ ହୋଇଛି। ବିଲ୍‌ ଉପରେ ଯଥେଷ୍ଟ ଆଲୋଚନା କରା ନ ଯାଇ ଏହାକୁ ଗୃହୀତ କରାଯାଇଥିବାରୁ ନାଗରିକଙ୍କ ସ୍ବାଧୀନତାକୁ ଚାପି ଦିଆଯାଇଥିବା ବିଶାଲ ଅଭିଯୋଗ କରି ସର୍ବୋଚ୍ଚ ଅଦାଲତରେ ଜନସ୍ବାର୍ଥ ମାମଲା ଦାଏର କରିଛନ୍ତି। ଉକ୍ତ ଆଇନରେ ପୋଲିସକୁ ପର୍ଯ୍ୟାପ୍ତ କ୍ଷମତା […] The post ନୂଆ ଆପରାଧିକ ଆଇନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ appeared first on Dharitri Odia News.

ନୂଆ ଆପରାଧିକ ଆଇନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧।୧: ଦିଲ୍ଲୀର ଆଇନଜୀବୀ ବିଶାଲ ତିଓ୍ବାରି ୩ ନୂଆ ଆପରାଧିକ ଆଇନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ପାର୍ଲାମେଣ୍ଟର ସଦ୍ୟସମାପ୍ତ ଶୀତ ଅଧିବେଶନରେ ଉକ୍ତ ବିଲ୍‌ ଗୃହୀତ ହେବା ପରେ ରାଷ୍ଟ୍ରପତିଙ୍କ ମୋହର ପରେ ଆଇନରେ ପରିଣତ ହୋଇଛି। ବିଲ୍‌ ଉପରେ ଯଥେଷ୍ଟ ଆଲୋଚନା କରା ନ ଯାଇ ଏହାକୁ ଗୃହୀତ କରାଯାଇଥିବାରୁ ନାଗରିକଙ୍କ ସ୍ବାଧୀନତାକୁ ଚାପି ଦିଆଯାଇଥିବା ବିଶାଲ ଅଭିଯୋଗ କରି ସର୍ବୋଚ୍ଚ ଅଦାଲତରେ ଜନସ୍ବାର୍ଥ ମାମଲା ଦାଏର କରିଛନ୍ତି। ଉକ୍ତ ଆଇନରେ ପୋଲିସକୁ ପର୍ଯ୍ୟାପ୍ତ କ୍ଷମତା ଦିଆଯାଇଛି। ଉପନିବେଶୀୟ ଶାସନ ଅମଳରୁ ଆଇନକୁ ହଟାଇବା ପାଇଁ ନୂଆ ଆଇନ ଅଣାଯାଇଥିଲେ ମଧ୍ୟରେ ସେଥିରେ ଉପନିବେଶୀୟ ଢାଞ୍ଚାକୁ ସମ୍ପୂର୍ଣ୍ଣ ବାଦ୍‌ ଦିଆଯାଇ ନ ଥିବା ପିଟିଶନରେ ଉଲ୍ଲେଖ ରହିଛି।

The post ନୂଆ ଆପରାଧିକ ଆଇନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ appeared first on Dharitri Odia News.