ହଜି ଯିବାକୁ ବସିଛି ଲୋକକଳା । ଆଉ ଶୁଭୁନି ସେ ଅନନ୍ୟ ଯୋଡ଼ିଶଙ୍ଖ ଧ୍ୱନି  ।

କନକ ବ୍ୟୁରୋ: ଗଞ୍ଜାମର ପ୍ରସିଦ୍ଧ ଯୋଡ଼ିଶଙ୍ଖ ଏବେ କାଁଭାଁ ଦେଖିବାକୁ ମିଳୁଛି । ପୂର୍ବରୁ ସବୁ ସାଂସ୍କୃତିକ ଓ ଶୁଭ କାର୍ୟ୍ୟରେ ଯୋଡ଼ିଶଙ୍ଖ ଖୋଜା ପଡୁଥିଲା । ଏବେ କେବଳ କିଛି ପ୍ରଦର୍ଶନୀରେ ସୀମିତ ରହିଛି । ବ୍ରହ୍ମପୁର ଉପକଣ୍ଠ ନରେନ୍ଦ୍ରପୁର ହେଉଛି ଯୋଡ଼ିଶଙ୍ଖର ଏନ୍ତୁଡ଼ିଶାଳ । ଗୁରୁ ଶରତ ଚନ୍ଦ୍ର ମହାପାତ୍ରଙ୍କ ପ୍ରଶିକ୍ଷଣରେ ୧୨ଜଣିଆ ଦୁଇଟି ଦଳକୁ ନେଇ ଏବେ ବଞ୍ଚି ରହିଛି ଯୋଡ଼ିଶଙ୍ଖ ନୃତ୍ୟ। କିଛି ଲୋକଙ୍କ ପାଇଁ ଯୋଡ଼ିଶଙ୍ଖ ବଞ୍ଚିଛି ।  ଶଙ୍ଖ ଧ୍ୱନିରେ ସକାରାତ୍ମକ ଚିନ୍ତାଧାରା ସୃଷ୍ଟି ହେବା ସହ ମନ ସ୍ଥିର ରହେ । କାହିଁ କେଉଁ କାଳରୁ ମନ୍ଦିର ଓ ମଠରେ ଶଙ୍ଖ  ବାଜୁଛି । ପ୍ରାୟ ୫୦ବର୍ଷ ତଳେ ନରେନ୍ଦ୍ରପୁରର ହରିହର ରାଉଳ ପ୍ରଥମେ ଯୋଡ଼ିଶଙ୍ଖ ବଜାଇବା ସହ ପୁଅ ସୀମାଞ୍ଚଳ ଓ ନାତି ଶରତ ମହାପାତ୍ରଙ୍କୁ ଯୋଡ଼ିଶଙ୍ଖ ଶିକ୍ଷା ଦେଇଥିଲେ । ଯୋଡ଼ିଶଙ୍ଖର ଆକର୍ଷଣ ବଢ଼ାଇଥିଲେ ନାତି ଶରତ । ୧୯୯୧ରେ ଶଙ୍ଖ ସହ ମହୁରୀ ଓ ଢୋଲକୁ ସାମିଲ କରି ୧୫ ଜଣିଆ ଦଳ ଗଠନ କରିଥିଲେ । ଏହା ସାଙ୍ଗକୁ କଳାକାରଙ୍କ ଦୁଃସାହସିକ କଳା ପ୍ରଦର୍ଶନ ରାଜ୍ୟ ବାହାରେ ବି ଲୋକଙ୍କ ମନ ମୋହିଥିଲା । ତେବେ ସରକାରୀ ପ୍ରୋତ୍ସାହନ ଅଭାବରୁ ଯୋଡ଼ିଶଙ୍ଖ କଳାକାରଙ୍କ ସଂଖ୍ୟା  କମି ଯାଉଛି । କଳା, ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବାକୁ ହେଲେ ଲୋକକଳା ବଞ୍ଚି ରହିବା ଆବଶ୍ୟକ । କଳାକାରଙ୍କ ପେଟପାଟଣାକୁ ସରକାର ଅଗ୍ରାଧିକାର ଭିତ୍ତିରେ ଦୃଷ୍ଟି ଦେଲେ ଲୋକକଳା ଅଧି

ହଜି ଯିବାକୁ ବସିଛି ଲୋକକଳା । ଆଉ ଶୁଭୁନି ସେ ଅନନ୍ୟ ଯୋଡ଼ିଶଙ୍ଖ ଧ୍ୱନି  ।

କନକ ବ୍ୟୁରୋ: ଗଞ୍ଜାମର ପ୍ରସିଦ୍ଧ ଯୋଡ଼ିଶଙ୍ଖ ଏବେ କାଁଭାଁ ଦେଖିବାକୁ ମିଳୁଛି । ପୂର୍ବରୁ ସବୁ ସାଂସ୍କୃତିକ ଓ ଶୁଭ କାର୍ୟ୍ୟରେ ଯୋଡ଼ିଶଙ୍ଖ ଖୋଜା ପଡୁଥିଲା । ଏବେ କେବଳ କିଛି ପ୍ରଦର୍ଶନୀରେ ସୀମିତ ରହିଛି । ବ୍ରହ୍ମପୁର ଉପକଣ୍ଠ ନରେନ୍ଦ୍ରପୁର ହେଉଛି ଯୋଡ଼ିଶଙ୍ଖର ଏନ୍ତୁଡ଼ିଶାଳ । ଗୁରୁ ଶରତ ଚନ୍ଦ୍ର ମହାପାତ୍ରଙ୍କ ପ୍ରଶିକ୍ଷଣରେ ୧୨ଜଣିଆ ଦୁଇଟି ଦଳକୁ ନେଇ ଏବେ ବଞ୍ଚି ରହିଛି ଯୋଡ଼ିଶଙ୍ଖ ନୃତ୍ୟ। କିଛି ଲୋକଙ୍କ ପାଇଁ ଯୋଡ଼ିଶଙ୍ଖ ବଞ୍ଚିଛି । 

ଶଙ୍ଖ ଧ୍ୱନିରେ ସକାରାତ୍ମକ ଚିନ୍ତାଧାରା ସୃଷ୍ଟି ହେବା ସହ ମନ ସ୍ଥିର ରହେ । କାହିଁ କେଉଁ କାଳରୁ ମନ୍ଦିର ଓ ମଠରେ ଶଙ୍ଖ  ବାଜୁଛି । ପ୍ରାୟ ୫୦ବର୍ଷ ତଳେ ନରେନ୍ଦ୍ରପୁରର ହରିହର ରାଉଳ ପ୍ରଥମେ ଯୋଡ଼ିଶଙ୍ଖ ବଜାଇବା ସହ ପୁଅ ସୀମାଞ୍ଚଳ ଓ ନାତି ଶରତ ମହାପାତ୍ରଙ୍କୁ ଯୋଡ଼ିଶଙ୍ଖ ଶିକ୍ଷା ଦେଇଥିଲେ । ଯୋଡ଼ିଶଙ୍ଖର ଆକର୍ଷଣ ବଢ଼ାଇଥିଲେ ନାତି ଶରତ ।

୧୯୯୧ରେ ଶଙ୍ଖ ସହ ମହୁରୀ ଓ ଢୋଲକୁ ସାମିଲ କରି ୧୫ ଜଣିଆ ଦଳ ଗଠନ କରିଥିଲେ । ଏହା ସାଙ୍ଗକୁ କଳାକାରଙ୍କ ଦୁଃସାହସିକ କଳା ପ୍ରଦର୍ଶନ ରାଜ୍ୟ ବାହାରେ ବି ଲୋକଙ୍କ ମନ ମୋହିଥିଲା । ତେବେ ସରକାରୀ ପ୍ରୋତ୍ସାହନ ଅଭାବରୁ ଯୋଡ଼ିଶଙ୍ଖ କଳାକାରଙ୍କ ସଂଖ୍ୟା  କମି ଯାଉଛି । କଳା, ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବାକୁ ହେଲେ ଲୋକକଳା ବଞ୍ଚି ରହିବା ଆବଶ୍ୟକ । କଳାକାରଙ୍କ ପେଟପାଟଣାକୁ ସରକାର ଅଗ୍ରାଧିକାର ଭିତ୍ତିରେ ଦୃଷ୍ଟି ଦେଲେ ଲୋକକଳା ଅଧିକ ଆଦୃତ ହୋଇପାରିବ ।