ପଞ୍ଚାୟତରେ ପ୍ରାଥମିକ ସ୍କୁଲର ହେବ ନବକଳେବର । ମଡେଲ ସ୍କୁଲରେ ପଢିବେ ମେଧାବୀ ପିଲା

କନକ ବ୍ୟୁରୋ : ପଞ୍ଚାୟତରେ ଖୋଲିବ ମଡେଲ ସ୍କୁଲ। ସତ୍ୟବାଦୀ ବନ ବିଦ୍ୟାଳୟ ଭଳି ଶୈକ୍ଷିକ ବାତାବରଣ ଭିତରେ ପଢିବେ ଗାଁ ପିଲା। ୬୭୯୪ଟି ପ୍ରାଥମିକ ବିଦ୍ୟାଳୟକୁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ସାମିଲ କରିବାକୁ ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି ମୋହନ ସରକାର।  ପଞ୍ଚାୟତରେ ପ୍ରାଥମିକ ସ୍କୁଲର ହେବ ନବକଳେବର ମଡେଲ ସ୍କୁଲରେ ପଢିବେ ମେଧାବୀ ପିଲା ଦୁଇ ମାସ ତଳେ ରାଜ୍ୟର ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବାକୁ ବଡ ନିଷ୍ପତ୍ତି ନେବାକୁ ସଙ୍କେତ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଓଡ଼ିଶାର ପ୍ରଥମ ଶିକ୍ଷାମନ୍ତ୍ରୀ ଗୋଦାବରୀଶ ମିଶ୍ରଙ୍କ ନାଁରେ ପ୍ରତି ପଞ୍ଚାୟତରେ ମଡେଲ ସ୍କୁଲ ଖୋଲିବା ନେଇ ସ୍ବପ୍ନ ଦେଖାଇଥିଲେ। ଠିକ୍ ଦୁଇ ମାସ ପରେ ଏହି ମଡେଲ ସ୍କୁଲର ରୂପରେଖ ସାମ୍ନାକୁ ଆଣିଛନ୍ତି ମୁଖ୍ୟମନ୍ତ୍ରୀ। ପଞ୍ଚାୟତସ୍ତରରେ ଗୋଟିଏ ପୋଷ୍ୟ ସ୍କୁଲକୁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟରେ ପରିଣତ କରିବେ ସରକାର। ପଞ୍ଚାୟତରେ ମଡେଲ ସ୍କୁଲ ନୂଆ କ୍ଲାସ ରୁମ, ଡିଜିଟାଲ ଲାଇବ୍ରେରୀ, ଲାଙ୍ଗୁଏଜ୍ ଲ୍ୟାବ ରହିବ ସ୍ମାର୍ଟ ବୋର୍ଡ, କମ୍ପ୍ୟୁଟର, ଡାଇନିଙ୍ଗ ହଲ୍ ରହିବ ଭାଷା ଜ୍ଞାନ, ମୌଳିକ ଗାଣିତିକ ଜ୍ଞାନ ଉପରେ ଦିଆଯିବ ଗୁରୁତ୍ବ ଉନ୍ନତ ଭିତ୍ତିଭୂମି ସହ ଗୁଣାତ୍ମକ ଶିକ୍ଷାକୁ ଦିଆଯିବ ପ୍ରାଧାନ୍ୟ ଗୋଟିଏ ପଟେ ପଞ୍ଚାୟତ ସ୍ତରରେ ମଡେଲ ସ୍କୁଲ ଖୋଲିବାକୁ ଅଣ୍ଟା ଭିଡିଛନ୍ତି। ଅନ୍ୟପଟେ ହାଇକୋର୍ଟଙ୍କ

ପଞ୍ଚାୟତରେ ପ୍ରାଥମିକ ସ୍କୁଲର ହେବ ନବକଳେବର । ମଡେଲ ସ୍କୁଲରେ ପଢିବେ ମେଧାବୀ ପିଲା

କନକ ବ୍ୟୁରୋ : ପଞ୍ଚାୟତରେ ଖୋଲିବ ମଡେଲ ସ୍କୁଲ। ସତ୍ୟବାଦୀ ବନ ବିଦ୍ୟାଳୟ ଭଳି ଶୈକ୍ଷିକ ବାତାବରଣ ଭିତରେ ପଢିବେ ଗାଁ ପିଲା। ୬୭୯୪ଟି ପ୍ରାଥମିକ ବିଦ୍ୟାଳୟକୁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ସାମିଲ କରିବାକୁ ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି ମୋହନ ସରକାର। 

  • ପଞ୍ଚାୟତରେ ପ୍ରାଥମିକ ସ୍କୁଲର ହେବ ନବକଳେବର
  • ମଡେଲ ସ୍କୁଲରେ ପଢିବେ ମେଧାବୀ ପିଲା

ଦୁଇ ମାସ ତଳେ ରାଜ୍ୟର ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବାକୁ ବଡ ନିଷ୍ପତ୍ତି ନେବାକୁ ସଙ୍କେତ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଓଡ଼ିଶାର ପ୍ରଥମ ଶିକ୍ଷାମନ୍ତ୍ରୀ ଗୋଦାବରୀଶ ମିଶ୍ରଙ୍କ ନାଁରେ ପ୍ରତି ପଞ୍ଚାୟତରେ ମଡେଲ ସ୍କୁଲ ଖୋଲିବା ନେଇ ସ୍ବପ୍ନ ଦେଖାଇଥିଲେ। ଠିକ୍ ଦୁଇ ମାସ ପରେ ଏହି ମଡେଲ ସ୍କୁଲର ରୂପରେଖ ସାମ୍ନାକୁ ଆଣିଛନ୍ତି ମୁଖ୍ୟମନ୍ତ୍ରୀ। ପଞ୍ଚାୟତସ୍ତରରେ ଗୋଟିଏ ପୋଷ୍ୟ ସ୍କୁଲକୁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟରେ ପରିଣତ କରିବେ ସରକାର।

ପଞ୍ଚାୟତରେ ମଡେଲ ସ୍କୁଲ

  • ନୂଆ କ୍ଲାସ ରୁମ, ଡିଜିଟାଲ ଲାଇବ୍ରେରୀ, ଲାଙ୍ଗୁଏଜ୍ ଲ୍ୟାବ ରହିବ
  • ସ୍ମାର୍ଟ ବୋର୍ଡ, କମ୍ପ୍ୟୁଟର, ଡାଇନିଙ୍ଗ ହଲ୍ ରହିବ
  • ଭାଷା ଜ୍ଞାନ, ମୌଳିକ ଗାଣିତିକ ଜ୍ଞାନ ଉପରେ ଦିଆଯିବ ଗୁରୁତ୍ବ
  • ଉନ୍ନତ ଭିତ୍ତିଭୂମି ସହ ଗୁଣାତ୍ମକ ଶିକ୍ଷାକୁ ଦିଆଯିବ ପ୍ରାଧାନ୍ୟ

ଗୋଟିଏ ପଟେ ପଞ୍ଚାୟତ ସ୍ତରରେ ମଡେଲ ସ୍କୁଲ ଖୋଲିବାକୁ ଅଣ୍ଟା ଭିଡିଛନ୍ତି। ଅନ୍ୟପଟେ ହାଇକୋର୍ଟଙ୍କ ନିର୍ଦ୍ଦେଶ,  ପଞ୍ଚାୟତସ୍ତରରେ ଥିବା ଅନେକ ସ୍କୁଲର ଭବିଷ୍ୟତକୁ ଅନ୍ଧକାରକୁ ଠେଲି ଦେଇଛି। ୨୦ରୁ କମ ପିଲା ଥିବା ପ୍ରାୟ ୬୦୦୦ ସ୍କୁଲରେ ତାଲା ପଡିବାକୁ ଯାଉଛି। କିନ୍ତୁ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ନୂଆ ସରକାର ଏଯାଏଁ ସୁପ୍ରିମକୋର୍ଟର କବାଟ ବାଡେଇ ନାହାନ୍ତି। ତେଣୁ ପଞ୍ଚାୟତସ୍ତରରେ କେଉଁ ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରାଯିବ ଏବଂ କେଉଁ ସ୍କୁଲରେ ତାଲା ପଡିବ? ତାହା ଏବେ ସବୁଠୁ ବଡ ପ୍ରଶ୍ନବାଚୀ ହୋଇଛି।  

ମଡେଲ ସ୍କୁଲ ନିର୍ମାଣ କରିଦେଲେ ଯେ କେବଳ ଗୁଣାତ୍ମକ ଶିକ୍ଷା ମିଳିବ ତାହା ନୁହେଁ। ବରଂ ସ୍କୁଲ ଗୁଡିକରେ ଶିକ୍ଷକ ଅଭାବ ପୂରଣ କରି ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ନୂଆ ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ।