ଖରିଫ ଋତୁରେ ଏବେ ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଜାରି । ଓଡ଼ିଶାରେ ପଶି ପାରିବନି ବାହାର ରାଜ୍ୟର ଧାନ ଗାଡ଼ି ।

କନକ ବ୍ୟୁରୋ: ଓଡ଼ିଶାରେ ପଶି ପାରିବନି ବାହାର ରାଜ୍ୟର ଧାନ ଗାଡ଼ି । ୯ ଜିଲ୍ଲାରେ ସତର୍କ ଦୃଷ୍ଟି ରଖିଛି ୪୦ଟି ଏନଫୋର୍ସମେଣ୍ଟ ଟିମ୍ । ଚଳିତ ଖରିଫ ଋତୁରେ ଏବେ ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଚାଲିଛି । ରାଜ୍ୟର ପଞ୍ଜିକୃତ ଚାଷୀ ମାନଙ୍କ ଠାରୁ ଧାନ କ୍ୱିଣ୍ଟାଲ ପିଛା ୨୩ଶହ ଟଙ୍କା ଓ ଇନପୁଟ ସହାୟତା ରାଶି ଭାବେ ୮ଶହ ଟଙ୍କା ପ୍ରଦାନ କରାଯାଉଛି । ଅନ୍ୟ ରାଜ୍ୟର ଧାନ ଯେଭଳି ଆସି ରାଜ୍ୟରେ ବିକ୍ରୟ ନହୁଏ, ତା ଉପରେ ସରକାର କଡା ପଦକ୍ଷେପ ଗ୍ରହଣ କରିଛନ୍ତି । ସୀମାନ୍ତ ଅଞ୍ଚଳରେ ଏନଫୋର୍ସମେଣ୍ଟ ଟିମ ମୁତୟନ କରାଯାଇଛି । ବାହାର ରାଜ୍ୟର ଧାନଗାଡି ଉପରେ ନଜର ରଖିବା ପାଇଁ ସମ୍ପୃକ୍ତ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ୪୦ଟି ଏନଫୋର୍ସମେଣ୍ଟ ଟିମ୍‌ ମୁତୟନ କରାଯାଇଛି । ଏହି ଟିମ୍‌ ଗୁଡିକରେ ପ୍ରାୟ ୧୨୦ ଜଣ  କର୍ମଚାରୀ ନିୟୋଜିତ ଅଛନ୍ତି । ସେମାନେ ସୀମାବର୍ତ୍ତୀ ରାଜ୍ୟରୁ ଧାନ ନେଇ ଆମ ରାଜ୍ୟ ଭିତରକୁ ଆସୁଥିବା ଗାଡି ଉପରେ ନଜର ରଖିବେ । କୌଣସି ଅନିୟମିତତାର ଅଭିଯୋଗ ଆସିଲେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସେହି ଗାଡିକୁ ଜବତ କରିବାକୁ ସେମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି । ସମ୍ପୃକ୍ତ ଜିଲ୍ଲାର ଯୋଗାଣ ଅଧିକାରୀ ମାନେ ଏଥି ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବେ । 