ରାଜନୀତିରେ ଏଣ୍ଟ୍ରି କରିବେ ଭିନେଶ ଫୋଗଟ! ଏହିସବୁ ଦଳରୁ ମିଳିଲା ଖୋଲା ଅଫର୍
ନୂଆଦିଲ୍ଲୀ,୧୧।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଶେଷ ମ୍ୟାଚ ପୂର୍ବରୁ ଭାରତର ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଅଯୋଗ୍ୟ ହୋଇଥିଲେ। ଏହି ଘଟଣା ଭାରତର ଲକ୍ଷ ଲକ୍ଷ କ୍ରୀଡା ପ୍ରଶଂସକଙ୍କୁ ଚକିତ କରିବା ସହିତ ଦୁଃଖିତ କରିଥିଲା। ଏହି ଘଟଣାରେ ଭାଙ୍ଗି ପଡି ଭିନେଶ ଫୋଗଟ ମଧ୍ୟ ଖେଳରୁ ଅବସର ଘୋଷଣା କରିଥିଲେ। ଭିନେଶଙ୍କୁ କ୍ରୀଡାପ୍ରେମୀଙ୍କ ବିପୁଳ ସମର୍ଥନ ରହିଛି। ବର୍ତ୍ତମାନ ଭିନେଶ ଫୋଗଟଙ୍କୁ ନେଇ ରାଜନେତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ସେ ରାଜନୀତିରେ ଏଣ୍ଟ୍ରି କରିପାରନ୍ତି […] The post ରାଜନୀତିରେ ଏଣ୍ଟ୍ରି କରିବେ ଭିନେଶ ଫୋଗଟ! ଏହିସବୁ ଦଳରୁ ମିଳିଲା ଖୋଲା ଅଫର୍ appeared first on Dharitri Odia News.
ନୂଆଦିଲ୍ଲୀ,୧୧।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଶେଷ ମ୍ୟାଚ ପୂର୍ବରୁ ଭାରତର ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଅଯୋଗ୍ୟ ହୋଇଥିଲେ। ଏହି ଘଟଣା ଭାରତର ଲକ୍ଷ ଲକ୍ଷ କ୍ରୀଡା ପ୍ରଶଂସକଙ୍କୁ ଚକିତ କରିବା ସହିତ ଦୁଃଖିତ କରିଥିଲା। ଏହି ଘଟଣାରେ ଭାଙ୍ଗି ପଡି ଭିନେଶ ଫୋଗଟ ମଧ୍ୟ ଖେଳରୁ ଅବସର ଘୋଷଣା କରିଥିଲେ। ଭିନେଶଙ୍କୁ କ୍ରୀଡାପ୍ରେମୀଙ୍କ ବିପୁଳ ସମର୍ଥନ ରହିଛି। ବର୍ତ୍ତମାନ ଭିନେଶ ଫୋଗଟଙ୍କୁ ନେଇ ରାଜନେତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ସେ ରାଜନୀତିରେ ଏଣ୍ଟ୍ରି କରିପାରନ୍ତି ବୋଲି କୁହାଯାଉଛି।
ଭିନେଶ ହରିୟାଣାର ବାସିନ୍ଦା। ଆସନ୍ତା ୧-୨ ମାସ ମଧ୍ୟରେ ହରିୟାଣାରେ ରାଜ୍ୟ ସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ତାଙ୍କୁ ଖୋଲା ଅଫର୍ ମଧ୍ୟ ମିଳିଛି। କିନ୍ତୁ ସେ ପ୍ୟାରିସ୍ରେ ଥିବାରୁ ତାଙ୍କର ଆଗାମୀ ପଦକ୍ଷେପ କ’ଣ ରହିବ ଏନେଇ କିଛି ସ୍ପଷ୍ଟ ହୋଇନାହିଁ।
ଏଭଳି ପରିସ୍ଥିତିରେ ରାଜନୈତିକ ଦଳମାନେ ଭିନେଶଙ୍କୁ ନିଜ ନିଜ ଦଳରେ ସାମିଲ କରିବା ପାଇଁ ଖୋଲା ଅଫର ପ୍ରଦାନ କରିଛନ୍ତି। ରାଜନୀତିରେ ପ୍ରବେଶ କରିବାକୁ ଭିନେଶଙ୍କୁ ନେଇ ରାଜନୈତିକ ଦଳଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଛି। ରାଜନୀତିରେ ପ୍ରବେଶ କରିବାକୁ ହରିୟାଣା କ୍ରୀଡା ମନ୍ତ୍ରୀ ସଞ୍ଜୟ ସିଂ ଭିନେଶଙ୍କୁ ଖୋଲା ଅଫର୍ ଦେଇଛନ୍ତି। ସଞ୍ଜୟ ସିଂ କହିଛନ୍ତି, ଯଦି ଭିନେଶ ଚାହାନ୍ତି ତେବେ ଭାଜପା ତାଙ୍କ ପାଇଁ ଟିକେଟ୍ ନେଇ ବିଚାର କରିବ। ସେ କ୍ରୀଡା ଜାରି ରଖିବାକୁ କିମ୍ବା ରାଜନୀତିରେ ପ୍ରବେଶ କରିବାକୁ ଚାହୁଁଛନ୍ତି କି ନାହିଁ ତାହା ତାଙ୍କୁ ନିଜେ ନିଷ୍ପତ୍ତି ନେବାକୁ ପଡ଼ିବ। ଯଦି ଭିନେଶ ରାଜନୀତିକୁ ଆସନ୍ତି ତେବେ ଭାଜପା ତାଙ୍କୁ ଟିକେଟ ଦେବ। ଏବଂ ରାଜ୍ୟ ସଭାରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚିନ୍ତା କରିବ। କିନ୍ତୁ କ୍ରୀଡା ମନ୍ତ୍ରୀ ଭାବରେ ମୁଁ ଚାହୁଛି ଯେ ଭିନେଶ ବର୍ତ୍ତମାନ ଖେଳିବା ଉଚିତ, ତାଙ୍କ ଖେଳ କ୍ୟାରିୟର ବାକି ଅଛି। ବିନେଶ ଫୋଗଟ ହେଉଛି ରାଜ୍ୟ ତଥା ଦେଶର ଗର୍ବ।
କ୍ରୀଡ଼ା ମନ୍ତ୍ରୀ ସଞ୍ଜୟ ସିଂଙ୍କ ପୂର୍ବରୁ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୁପେନ୍ଦ୍ର ସିଂ ହୁଡା ମଧ୍ୟ ଭିନେଶଙ୍କୁ ରାଜ୍ୟ ସଭାକୁ ପଠାଇବା ବିଷୟରେ କହିଥିଲେ। ଭୁପେନ୍ଦ୍ର ସିଂ କହିଥିଲେ ଯଦି ଦଳର ସଂଖ୍ୟାଗରିଷ୍ଠତା ଥଆନ୍ତା ତେବେ ସେ ଭିନେଶଙ୍କୁ ରାଜ୍ୟ ସଭାକୁ ପଠାଇଥାନ୍ତେ।
କଂଗ୍ରେସ ଏବଂ ଭାଜପା ବ୍ୟତୀତ ଜନସେବକ ଦଳର ସଂଯୋଜକ ତଥା ମହମ ବିଧାୟକ ବଲରାଜ କୁଣ୍ଡୁ ଭିନେଶଙ୍କୁ କ୍ରୀଡ଼ା ମନ୍ତ୍ରୀ କରିବାକୁ ପ୍ରସ୍ତାବ ଦେଇଛନ୍ତି। ମହମ ବିଧାୟକ କହିଛନ୍ତି ଯଦି ଭିନେଶ ଚାହିଁବେ ତେବେ ଦଳ ତାଙ୍କୁ ଟିକେଟ ମଧ୍ୟ ଦେବ ଏବଂ ଜିତିବା ପରେ ତାଙ୍କୁ କ୍ରୀଡ଼ା ମନ୍ତ୍ରୀ ମଧ୍ୟ କରିବ।
ଭିନେଶ ଫୋଗଟ ବର୍ତ୍ତମାନ ଫ୍ରାନ୍ସରେ ଅଛନ୍ତି। ତାଙ୍କ ଅଯୋଗ୍ୟତା ବିରୋଧରେ ସେ କୋର୍ଟ ଅଫ ଆର୍ବିଟ୍ରେସନ ଫର୍ ସ୍ପୋର୍ଟରେ ଆବେଦନ କରିଛନ୍ତି, ଯାହାର ବିଚାର ଏପର୍ଯ୍ୟନ୍ତ ହୋଇ ନାହିଁ। ଭିନେଶ ରାଜନୀତିରେ ପ୍ରବେଶ କରିବେ କି ନାହିଁ? ସେ ଏପର୍ଯ୍ୟନ୍ତ କେଣସି ପ୍ରତିକ୍ରିୟା ଦେଇନାହାନ୍ତି। ଏଭଳି ପରିସ୍ଥିତିରେ ସମସ୍ତ ପ୍ରଶଂସକ ଜାଣିବାକୁ ଚାହାନ୍ତି ଯେ ତାଙ୍କର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ? ବର୍ତ୍ତମାନ ସମସ୍ତେ ତାଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରିଛନ୍ତି।
The post ରାଜନୀତିରେ ଏଣ୍ଟ୍ରି କରିବେ ଭିନେଶ ଫୋଗଟ! ଏହିସବୁ ଦଳରୁ ମିଳିଲା ଖୋଲା ଅଫର୍ appeared first on Dharitri Odia News.