ହଠାତ୍‌ ତଳେ ପଡିଗଲେ କ୍ୟାମେରାମ୍ୟାନ୍‌, ଜୀବନ ବଞ୍ଚାଇଲେ ସାମ୍ବାଦିକ

ସମ୍ବଲପୁର: ରିପୋର୍ଟର କେବଳ ରିପୋର୍ଟିଂ କରନ୍ତି ନାହିଁ, ଆବଶ୍ୟକସ୍ଥଳେ ଜୀବନ ବଞ୍ଚାଇବାକୁଭି ପ୍ରସ୍ତୁତ ହୋଇ ରହିଥାନ୍ତି । ଆମ ସମ୍ବଲପୁର... The post ହଠାତ୍‌ ତଳେ ପଡିଗଲେ କ୍ୟାମେରାମ୍ୟାନ୍‌, ଜୀବନ ବଞ୍ଚାଇଲେ ସାମ୍ବାଦିକ appeared first on .

ହଠାତ୍‌ ତଳେ ପଡିଗଲେ କ୍ୟାମେରାମ୍ୟାନ୍‌, ଜୀବନ ବଞ୍ଚାଇଲେ ସାମ୍ବାଦିକ

ସମ୍ବଲପୁର: ରିପୋର୍ଟର କେବଳ ରିପୋର୍ଟିଂ କରନ୍ତି ନାହିଁ, ଆବଶ୍ୟକସ୍ଥଳେ ଜୀବନ ବଞ୍ଚାଇବାକୁଭି ପ୍ରସ୍ତୁତ ହୋଇ ରହିଥାନ୍ତି । ଆମ ସମ୍ବଲପୁର ପ୍ରତିନିଧି ସମୀର ଷଢଙ୍ଗୀ ନ୍ୟୁଜ୍ କଭରେଜ କରୁଥିବା ବେଳେ ହଠାତ୍ କ୍ୟାମେରାମ୍ୟାନ ଦେବରାଜ ବେହେରାଙ୍କୁ ହୃଦଘାତ ହୋଇଥିଲା।

ଦେବରାଜ ବେହୋସ ହୋଇ ତଳେ ପଡିଗଲେ। ସାଙ୍ଗେସାଙ୍ଗେ ଆମ ରିପୋର୍ଟର ସମୀର, ଦେବରାଜଙ୍କୁ ଏକ ସମତଳ ସ୍ଥାନରେ ଶୁଆଇ ଦେଇ ସିପିଆର ଦେବା ଆରମ୍ଭ କରିଦେଇଥିଲେ। ପ୍ରାୟ ୧୦ ମିନିଟରୁ ଅଧିକ ସମୟ ସିପିଆର ଦେବା ପରେ ଦେବରାଜଙ୍କ ଚେତା ଫେରିଥିଲା ଏବଂ ସେ ସୁସ୍ଥ ଅନୁଭବ କରିଥିଲେ।

ରିପୋର୍ଟରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ କ୍ଯାମେରା ମ୍ୟାନଙ୍କ ଜୀବନକୁ ତୁରନ୍ତ ଜରୁରୀ ସହାୟତା ମିଳିଥିଲା। ଏହି ଘଟଣା ଉପସ୍ଥିତ ଥିବା ସମସ୍ତଙ୍କୁ ଆଶ୍ଵସ୍ତି ପ୍ରଦାନ କରିଥିଲା।

The post ହଠାତ୍‌ ତଳେ ପଡିଗଲେ କ୍ୟାମେରାମ୍ୟାନ୍‌, ଜୀବନ ବଞ୍ଚାଇଲେ ସାମ୍ବାଦିକ appeared first on .