ହତ୍ୟା ଉଦ୍ୟମ ମାମଲା, ଜେଲ ଗଲେ ଫେରାର ଅଭିଯୁକ୍ତ
ଦିଗପହଣ୍ଡି/ଚିକିଟି,୨୨ା୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଅଧିକାରୀ ଏସ୍ଆଇ ଜଗବନ୍ଧୁ ବାର୍ଲା ବ୍ରାହ୍ମଣ ନୂଆପଡ଼ା ଗ୍ରାମର ଚିକୁ ଓରଫ ଇ.କାଳିଆଙ୍କୁ ଶନିବାର ଗିରଫ କରି ବ୍ରହ୍ମପୁର ଜିଲା ଦୌରାଜଜ୍ କୋର୍ଟକୁ ଚାଲାଣ କରିଛନ୍ତି। ମାମଲା (ନଂ.୧୧/୨୩)ଅନୁଯାୟୀ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି। ଏକ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତ କାଳିଆ ହାଜର ନ ହେବାରୁ ଜିଲା ଦୌରାଜଜ୍ କୋର୍ଟ ପକ୍ଷରୁ ଜାମିନବିହୀନ […] The post ହତ୍ୟା ଉଦ୍ୟମ ମାମଲା, ଜେଲ ଗଲେ ଫେରାର ଅଭିଯୁକ୍ତ appeared first on Dharitri Odia News.
ଦିଗପହଣ୍ଡି/ଚିକିଟି,୨୨ା୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଅଧିକାରୀ ଏସ୍ଆଇ ଜଗବନ୍ଧୁ ବାର୍ଲା ବ୍ରାହ୍ମଣ ନୂଆପଡ଼ା ଗ୍ରାମର ଚିକୁ ଓରଫ ଇ.କାଳିଆଙ୍କୁ ଶନିବାର ଗିରଫ କରି ବ୍ରହ୍ମପୁର ଜିଲା ଦୌରାଜଜ୍ କୋର୍ଟକୁ ଚାଲାଣ କରିଛନ୍ତି। ମାମଲା (ନଂ.୧୧/୨୩)ଅନୁଯାୟୀ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି।
ଏକ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତ କାଳିଆ ହାଜର ନ ହେବାରୁ ଜିଲା ଦୌରାଜଜ୍ କୋର୍ଟ ପକ୍ଷରୁ ଜାମିନବିହୀନ ଗିରଫ ପରୱାନା ଜାରି କରାଯାଇଥିଲା। ୱାରେଣ୍ଟକୁ ଭିତ୍ତିକରି ଥାନା ଏସ୍ଆଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।
The post ହତ୍ୟା ଉଦ୍ୟମ ମାମଲା, ଜେଲ ଗଲେ ଫେରାର ଅଭିଯୁକ୍ତ appeared first on Dharitri Odia News.