ହତ୍ୟା କରି ଚୌଦ୍ୱାର ଜେଲରେ ଥିଲେ, ଗାମୁଛା ଲଗାଇ ଝୁଲି ପଡ଼ିଲେ କଏଦୀ
ଚୌଦ୍ୱାର ,୨୫।୫(ଆଶୁତୋଷ ଦାସ): ଚୌଦ୍ୱାର ସର୍କଲ ଜେଲରେ ହତ୍ୟାକାଣ୍ଡରେ ଅଭିଯୁକ୍ତ ଥିବା ବିଚରାଧୀନ କଏଦୀ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଟାଙ୍ଗୀ ଥାନା ଜରିପଡା ପଞ୍ଚାୟତ ସାମନ୍ତରାପୁର ଗ୍ରାମର ବିଷ୍ଣୁ ଚରଣ ସ୍ବାଇଁ। ସୂଚନାନୁଯାୟୀ, ଶନିବାର ଅପରାହ୍ନ ସମୟରେ ବିଷ୍ଣୁ ୱାର୍ଡରେ ନଥିବା ୱାର୍ଡର ଜାଣିବାକୁ ପାଇଥିଲେ l ଏନେଇ ଜେଲ ଅଧିକ୍ଷକଙ୍କୁ ଜଣାଇବା ପରେ କର୍ମଚାରୀମାନେ ଖୋଜା ଖୋଜି କରିଥିଲେ l ପରେ ଏକ ପୁରୁଣା ବିଲଡିଂ ଭିତରେ ଥିବା ଆମ୍ବ ଗଛରେ ଗାମୁଛାରେ ଝୁଲୁଥିବା […] The post ହତ୍ୟା କରି ଚୌଦ୍ୱାର ଜେଲରେ ଥିଲେ, ଗାମୁଛା ଲଗାଇ ଝୁଲି ପଡ଼ିଲେ କଏଦୀ appeared first on Dharitri Odia News.
ଚୌଦ୍ୱାର ,୨୫।୫(ଆଶୁତୋଷ ଦାସ): ଚୌଦ୍ୱାର ସର୍କଲ ଜେଲରେ ହତ୍ୟାକାଣ୍ଡରେ ଅଭିଯୁକ୍ତ ଥିବା ବିଚରାଧୀନ କଏଦୀ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଟାଙ୍ଗୀ ଥାନା ଜରିପଡା ପଞ୍ଚାୟତ ସାମନ୍ତରାପୁର ଗ୍ରାମର ବିଷ୍ଣୁ ଚରଣ ସ୍ବାଇଁ।
ସୂଚନାନୁଯାୟୀ, ଶନିବାର ଅପରାହ୍ନ ସମୟରେ ବିଷ୍ଣୁ ୱାର୍ଡରେ ନଥିବା ୱାର୍ଡର ଜାଣିବାକୁ ପାଇଥିଲେ l ଏନେଇ ଜେଲ ଅଧିକ୍ଷକଙ୍କୁ ଜଣାଇବା ପରେ କର୍ମଚାରୀମାନେ ଖୋଜା ଖୋଜି କରିଥିଲେ l ପରେ ଏକ ପୁରୁଣା ବିଲଡିଂ ଭିତରେ ଥିବା ଆମ୍ବ ଗଛରେ ଗାମୁଛାରେ ଝୁଲୁଥିବା ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ତାଙ୍କୁ ପ୍ରଥମେ କଟକ ବଡ଼ ମେଡିକାଲ ନିଆଯାଇଥିଲା l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜେଲର ଭିବେନ୍ଦୁ ଭୂୟାଁ ସୂଚନା ଦେଇଛନ୍ତି।
The post ହତ୍ୟା କରି ଚୌଦ୍ୱାର ଜେଲରେ ଥିଲେ, ଗାମୁଛା ଲଗାଇ ଝୁଲି ପଡ଼ିଲେ କଏଦୀ appeared first on Dharitri Odia News.