ରାଜ୍ୟ ନେତାଙ୍କ ଲେଖାକୁ ଶୁଆ ଭଳି ଗାଇ ଦେଉଛନ୍ତି ଭାଜପାର ଟୁରିଷ୍ଟ ନେତା:ବିଜେଡି
ଭୁବନେଶ୍ୱର,୧୭।୫(ଶର୍ମିଷ୍ଠା ପାଣିଗ୍ରାହୀ)- ଭାଜପାର ମାଳ ମାଳ ଟୁରିଷ୍ଟ ନେତା ଏବେ ଓଡିଶାରେ। ଯେଉଁମାନେ ଓଡିଶା ବିଷୟରେ କିଛି ଜାଣିନାହାନ୍ତି। ରାଜ୍ୟ ନେତା ଯାହା ଲେଖା ଦେଉଛନ୍ତି, ସେମାନେ ଶୁଆ ଭଳି ଗାଇ ଦେଇ ଯାଉଛନ୍ତି। ଭାଜପାର ନାରା ହେଲା ନା କାମ କରିବୁ ନା କାମ କରାଇଦେବୁ। ଓଡିଶାର ସବୁ ଭଲକାମକୁ ଅଟକାଇବାକୁ ସଂକଳ୍ପ ନେଇ ସେମାନେ କାର୍ଯ୍ୟ କରୁଛନ୍ତି ବୋଲି ଶୁକ୍ରବାର ଶଙ୍ଖଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବିଜେଡି ନେତା ଭୃଗୁ ବକ୍ସିପାତ୍ର ଓ ମୁଖପାତ୍ର […] The post ରାଜ୍ୟ ନେତାଙ୍କ ଲେଖାକୁ ଶୁଆ ଭଳି ଗାଇ ଦେଉଛନ୍ତି ଭାଜପାର ଟୁରିଷ୍ଟ ନେତା:ବିଜେଡି appeared first on Dharitri Odia News.
ଭୁବନେଶ୍ୱର,୧୭।୫(ଶର୍ମିଷ୍ଠା ପାଣିଗ୍ରାହୀ)- ଭାଜପାର ମାଳ ମାଳ ଟୁରିଷ୍ଟ ନେତା ଏବେ ଓଡିଶାରେ। ଯେଉଁମାନେ ଓଡିଶା ବିଷୟରେ କିଛି ଜାଣିନାହାନ୍ତି। ରାଜ୍ୟ ନେତା ଯାହା ଲେଖା ଦେଉଛନ୍ତି, ସେମାନେ ଶୁଆ ଭଳି ଗାଇ ଦେଇ ଯାଉଛନ୍ତି। ଭାଜପାର ନାରା ହେଲା ନା କାମ କରିବୁ ନା କାମ କରାଇଦେବୁ। ଓଡିଶାର ସବୁ ଭଲକାମକୁ ଅଟକାଇବାକୁ ସଂକଳ୍ପ ନେଇ ସେମାନେ କାର୍ଯ୍ୟ କରୁଛନ୍ତି ବୋଲି ଶୁକ୍ରବାର ଶଙ୍ଖଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବିଜେଡି ନେତା ଭୃଗୁ ବକ୍ସିପାତ୍ର ଓ ମୁଖପାତ୍ର ସ୍ବୟଂପ୍ରକାଶ ମହାପାତ୍ର କହିଛନ୍ତି।
ଭୃଗୁ କହିଲେ, ଓଡିଶାବାସୀ ସମସ୍ତେ ଜାଣିଛନ୍ତି, ଆସନ୍ତା ଜୁଲାଇରେ ରଥଯାତ୍ରା ସମୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ଯାଉଛି। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି। ଏହି କମିଟି ପୂରା ପ୍ରକ୍ରିୟାର ତଦାରଖ କରିବ। ଗତ ମେ’ରେ କମିଟିର ବୈଠକ ମଧ୍ୟ ହୋଇସାରିଛି। ସବୁ ଜାଣି ଓଡିଶା ଭାଜପା ନେତା ଡ୍ରାମା କରୁଛନ୍ତି। ରାଜ୍ୟବାସୀଙ୍କ ଭାବାବେଗ ସହ ଖେଳିବାକୁ ସୁଆଙ୍ଗ ରଚୁଛନ୍ତି। ନିର୍ବାଚନରେ ଶୋଚନୀୟ ପରାଜୟର ଉପହାର ଭାଜପାକୁ ଦେବାକୁ ଜନତା ମନସ୍ଥ କରିସାରିଲେଣି ବୋଲି ସେ କହିଥିଲେ।
The post ରାଜ୍ୟ ନେତାଙ୍କ ଲେଖାକୁ ଶୁଆ ଭଳି ଗାଇ ଦେଉଛନ୍ତି ଭାଜପାର ଟୁରିଷ୍ଟ ନେତା:ବିଜେଡି appeared first on Dharitri Odia News.