ହତ୍ୟା ଧମକ ନେଇ ମୁହଁ ଖୋଲିଲେ ସଲମାନ: କହିଲେ, ଭଗବାନଙ୍କ ରାଣ ଯଦି...

ମୁମ୍ବାଇ: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ମିଳିଥିବା ଧମକ ନେଇ ପ୍ରଥମ ଥର ପାଇଁ ପରୋକ୍ଷର ହେଉ ପଛେ ମୁହଁ ଖୋଲିଛନ୍ତି ବଲିଉଡ୍ ଷ୍ଟାର୍ ସଲମାନ ଖାନ। ସେ ତାଙ୍କ ଶୋ ବିଗ୍‌ ବିଶ୍‌ରେ ଉପସ୍ଥାପନା କଲା ବେଳେ ତାଙ୍କ ଜୀବନରେ ଘଟୁଥିବା ଘଟଣା ବିଷୟରେ କହିଥିଲେ। ଯାହା ଶୁଣିବା ପରେ ସମସ୍ତ ସ୍ତବ୍ଧ ହୋଇଯାଇଥିଲେ। ଶୁକ୍ରବାର ମୁମ୍ବାଇ ଟ୍ରାଫିକ ପୁଲିସକୁ ଏକ ମେସେଜ କରି ସଲମାନ ଖାନ୍‌ଙ୍କୁ ଏକ ଧମକ ଦିଆଯାଇଥିଲା। ବିଷ୍ଣୋଇ ସହ ଥିବା ମାମଲାର ରଫାଦଫା ପାଇଁ ସଲମାନ ଖାନ୍‌ଙ୍କୁ ୫ କୋଟି ମଗାଯାଇଥିଲା। ଟଙ୍କା ଦେଇ ସବୁ ରଫାଦାଫା କରି ନହେଲେ ମହାରାଷ୍ଟ୍ର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କ ଠାରୁ ବି ଖରାପ ପରିଣତି ହେବ ବୋଲି ଧମକ ଦିଆଯାଇଥିଲା। ଏହି ମେସେଜ୍ ହ୍ୱାଟ୍ସଆପ୍‌ରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ଆସିଥିଲା ବୋଲି ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ସଲମାନ ଚାପରେ ରହୁଥିବା ବେଳେ ତାଙ୍କ ଶୋ ବିଗ୍‌ ବିଶରେ ଆଜି ଏନେଇ ନିରାଶା ପ୍ରକାଶ କରିଥିଲେ। ପ୍ରତିଯୋଗୀଙ୍କୁ ସମ୍ବୋଧିତ କରି ସଲମାନ କହିଥିଲେ “ ୟାର ଭଗବାନଙ୍କ ରାଣ ମୋ ଜୀବନରେ ମୁଁ ଯେଉଁ ପରିସ୍ଥିତି ଦେଇ ଗତି କରୁଛି ତାହାକୁ ମୋତେ ହିଁ ମୁକାବିଲା କରିବାକୁ ପଡ଼ିବ।” ମହାରାଷ୍ଟ୍ର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରିବା ପରେ ସଲମାନଙ୍କ ଉପରେ ବିପଦ ବଢ଼ି ଯାଇଛି। ପୂର୍ବରୁ ମଧ୍ୟ ସଲମାନଙ୍କୁ ହତ୍ୟା ଅଭିଯୋଗରେ ଏକାଧିକ ଅପରାଧିଙ୍କ

ହତ୍ୟା ଧମକ ନେଇ ମୁହଁ ଖୋଲିଲେ ସଲମାନ: କହିଲେ, ଭଗବାନଙ୍କ ରାଣ ଯଦି...

ମୁମ୍ବାଇ: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ମିଳିଥିବା ଧମକ ନେଇ ପ୍ରଥମ ଥର ପାଇଁ ପରୋକ୍ଷର ହେଉ ପଛେ ମୁହଁ ଖୋଲିଛନ୍ତି ବଲିଉଡ୍ ଷ୍ଟାର୍ ସଲମାନ ଖାନ। ସେ ତାଙ୍କ ଶୋ ବିଗ୍‌ ବିଶ୍‌ରେ ଉପସ୍ଥାପନା କଲା ବେଳେ ତାଙ୍କ ଜୀବନରେ ଘଟୁଥିବା ଘଟଣା ବିଷୟରେ କହିଥିଲେ। ଯାହା ଶୁଣିବା ପରେ ସମସ୍ତ ସ୍ତବ୍ଧ ହୋଇଯାଇଥିଲେ। ଶୁକ୍ରବାର ମୁମ୍ବାଇ ଟ୍ରାଫିକ ପୁଲିସକୁ ଏକ ମେସେଜ କରି ସଲମାନ ଖାନ୍‌ଙ୍କୁ ଏକ ଧମକ ଦିଆଯାଇଥିଲା। ବିଷ୍ଣୋଇ ସହ ଥିବା ମାମଲାର ରଫାଦଫା ପାଇଁ ସଲମାନ ଖାନ୍‌ଙ୍କୁ ୫ କୋଟି ମଗାଯାଇଥିଲା। ଟଙ୍କା ଦେଇ ସବୁ ରଫାଦାଫା କରି ନହେଲେ ମହାରାଷ୍ଟ୍ର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କ ଠାରୁ ବି ଖରାପ ପରିଣତି ହେବ ବୋଲି ଧମକ ଦିଆଯାଇଥିଲା। ଏହି ମେସେଜ୍ ହ୍ୱାଟ୍ସଆପ୍‌ରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ଆସିଥିଲା ବୋଲି ଅଭିଯୋଗ ହୋଇଛି। 

ଏହି ଘଟଣାକୁ ନେଇ ସଲମାନ ଚାପରେ ରହୁଥିବା ବେଳେ ତାଙ୍କ ଶୋ ବିଗ୍‌ ବିଶରେ ଆଜି ଏନେଇ ନିରାଶା ପ୍ରକାଶ କରିଥିଲେ। ପ୍ରତିଯୋଗୀଙ୍କୁ ସମ୍ବୋଧିତ କରି ସଲମାନ କହିଥିଲେ “ ୟାର ଭଗବାନଙ୍କ ରାଣ ମୋ ଜୀବନରେ ମୁଁ ଯେଉଁ ପରିସ୍ଥିତି ଦେଇ ଗତି କରୁଛି ତାହାକୁ ମୋତେ ହିଁ ମୁକାବିଲା କରିବାକୁ ପଡ଼ିବ।” ମହାରାଷ୍ଟ୍ର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରିବା ପରେ ସଲମାନଙ୍କ ଉପରେ ବିପଦ ବଢ଼ି ଯାଇଛି। ପୂର୍ବରୁ ମଧ୍ୟ ସଲମାନଙ୍କୁ ହତ୍ୟା ଅଭିଯୋଗରେ ଏକାଧିକ ଅପରାଧିଙ୍କୁ ଗିରଫ କରାଯାଇଛି। ପୁଲିସର ସୂଚନା ଅନୁସାରେ ଗିରଫ ଅପରାଧିଙ୍କ ମଧ୍ୟରୁ ଜଣେ ଅପରାଧି ପାକିସ୍ତାନ ଶୁଟର ସହ ପ୍ଲାନ୍ କରି ସଲମାନଙ୍କୁ ହତ୍ୟା କରିବାକୁ ଯୋଜନା କରୁଥିଲା। ଏକେ ରାଇଫଲ୍ ଆଣିବାକୁ ମଧ୍ୟ ଯୋଜନା କରୁଥିଲା।