ହତ୍ୟାକାରୀଙ୍କୁ ୭ ବର୍ଷ ଜେଲ୍ ଦଣ୍ଡାଦେଶ
କେନ୍ଦୁଝର,୧୩ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ହତ୍ୟା ମାମଲାର କେନ୍ଦୁଝର ଅତିରିକ୍ତ ଜିଲା ଦୌରାଜଜ୍ ମମିତା ଦାସ ବୁଧବାର ଦୋଷୀ ସାବ୍ୟସ୍ତ କରି ରାୟରେ ସଦର ବ୍ଲକ ମଇଦାନ କେଲ ଗ୍ରାମର ସୁଶାନ୍ତ ନାଏକଙ୍କୁ ୭ ବର୍ଷ ଜେଲ୍ ଦଣ୍ଡାଦେଶ କରିବା ସହ ୧୦ ହଜାର ଟଙ୍କା ଫାଇନ୍ ଆଦେଶ କରିଛନ୍ତି। ଫାଇନ୍ ଅନାଦେୟ ଆଉ ୬ ମାସ ଜେଲ୍ ଦଣ୍ଡାଦେଶ କରିଛନ୍ତି। ଘଟଣାରୁ ପ୍ରକାଶ ଯେ, ୭ ଡିସେମ୍ବର ୨୦୧୫ରେ ରାତି ୧୦ଟାରେ ମଇଦାନକେଲ ଗ୍ରାମର ସୁଶାନ୍ତ ନାଏକ […] The post ହତ୍ୟାକାରୀଙ୍କୁ ୭ ବର୍ଷ ଜେଲ୍ ଦଣ୍ଡାଦେଶ appeared first on Dharitri Odia News.
କେନ୍ଦୁଝର,୧୩ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ହତ୍ୟା ମାମଲାର କେନ୍ଦୁଝର ଅତିରିକ୍ତ ଜିଲା ଦୌରାଜଜ୍ ମମିତା ଦାସ ବୁଧବାର ଦୋଷୀ ସାବ୍ୟସ୍ତ କରି ରାୟରେ ସଦର ବ୍ଲକ ମଇଦାନ କେଲ ଗ୍ରାମର ସୁଶାନ୍ତ ନାଏକଙ୍କୁ ୭ ବର୍ଷ ଜେଲ୍ ଦଣ୍ଡାଦେଶ କରିବା ସହ ୧୦ ହଜାର ଟଙ୍କା ଫାଇନ୍ ଆଦେଶ କରିଛନ୍ତି। ଫାଇନ୍ ଅନାଦେୟ ଆଉ ୬ ମାସ ଜେଲ୍ ଦଣ୍ଡାଦେଶ କରିଛନ୍ତି।
ଘଟଣାରୁ ପ୍ରକାଶ ଯେ, ୭ ଡିସେମ୍ବର ୨୦୧୫ରେ ରାତି ୧୦ଟାରେ ମଇଦାନକେଲ ଗ୍ରାମର ସୁଶାନ୍ତ ନାଏକ ମିଥୁନ ମହାପାତ୍ର ଓ ରାଜୁ ମହାକୁଡ଼ ମୃତ ଜଳଧର ମହାନ୍ତଙ୍କ ଘର ଆଗରେ ବାଲି ଟ୍ରକ୍ ଚାଳକମାନଙ୍କ ଠାରୁ ଚାନ୍ଦା ଆଦାୟ କରିବା ସହ ଗଣ୍ଡଗୋଳ କରୁଥିଲେ। ଏହା ଦେଖି ମୃତକ ଜଳଧରର ମୋ’ ଘର ସାମ୍ନାରେ ଏଭଳି ଗଣ୍ଡଗୋଳ କାହିଁକି କରୁଛ ବୋଲି କହିବାରୁ ଦୋଷୀ ଆସାମୀ ସୁଶାନ୍ତ ଉତ୍କ୍ଷିପ୍ତ ହୋଇ ହାତରେ ଧରିଥିବା ଏକ କ୍ରିକେଟ୍ ଷ୍ଟମ୍ପ୍ରେ ମୁଣ୍ଡକୁ ମାଡ଼ ମାରିଥିଲେ। ଫଳରେ ଜଳଧର ଅଚେତ ହୋଇ ପଡ଼ିଥିଲେ। ଏହା ଦେଖି ଅଭିଯୁକ୍ତ ସୁଶାନ୍ତ ଓ ଅନ୍ୟମାନେ ସ୍ଥାନ ଛାଡ଼ି ଚାଲିଯାଇଥିଲ। ଧାଇଁ ପଳାଉଥିବାବେଳେ ଗ୍ରାମବାସୀ ରାଜୁ ମହାକୁଡ଼ଙ୍କୁ ଧରି ଥାନାରେ ଜିମା ଦେଇଥିଲେ। ଆହତ ଜଳଧରଙ୍କୁ ଗ୍ରାମବାସୀ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଯାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟ ଘଟିଥିଲା। ଏହାକୁ ନେଇ ମୃତକଙ୍କ ପୁଅ ତୁଳସୀଦାସ ମହାନ୍ତ ସଦର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ୩ ଜଣଙ୍କୁ ଗିରଫ କରି ଚାର୍ଜଶିଟ୍ ଦାଖଲ କରିଥିଲା। ୧୦ ଜଣ ସାକ୍ଷୀଙ୍କ ବୟାନ ଏବଂ ପୋଲିସ ତଦନ୍ତ ରିପୋର୍ଟକୁ ଭିତ୍ତିକରି କୋର୍ଟ ସୁଶାନ୍ତ ନାଏକଙ୍କୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି। ପ୍ରମାଣ ଅଭାବରୁ ଅନ୍ୟ ଦୁଇ ଜଣଙ୍କୁ ଖଲାସ କରି ଦେଇଛନ୍ତି। ସରକାରଙ୍କ ତରଫରୁ ଅତିରିକ୍ତ ପବ୍ଲିକ୍ ପ୍ରସିକ୍ୟୁଟର ପ୍ରଫୁଲ୍ଲ ପାତ୍ର କେସ୍ ପରିଚାଳନା କରିଥିଲେ।
The post ହତ୍ୟାକାରୀଙ୍କୁ ୭ ବର୍ଷ ଜେଲ୍ ଦଣ୍ଡାଦେଶ appeared first on Dharitri Odia News.