ହମାରା ବଚପନ ଟ୍ରଷ୍ଟ ପକ୍ଷରୁ ବାଲ୍ୟବିବାହ ନିରୋଧି ସଚେତନତା

ପାଟଣା : ପାଟଣା ବ୍ଲକ ମୁଖ୍ୟାଳୟ ପାଟଣା ଆନନ୍ଦେଶ୍ୱର ମନ୍ଦିର ପରିସରରେ ହମାରା ବଚପନ ସଂଗଠନ ପକ୍ଷରୁ ବାଲ୍ୟ ବିବାହ ନିରୋଧି ସଚେତନତା କାର୍ଯ୍ୟକ୍ରମ ଅକ୍ଷୟ ତୃତୀୟା ଅବସରରେ ଅନୁଷ୍ଠିତ ହୋଇଛି। ଏଥିରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରୀଙ୍କ ସହ ଅଭିଭାବିକା ମାନେ ସାମିଲ ହୋଇଥିଲେ। ହମାରା ବଚପନ ସଙ୍ଗଠନର ସିଟିଆଇ ବେବିରାଣୀ ମହାପାତ୍ରଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ଭାବେ ବଡ଼ପାଟଣା ସରପଞ୍ଚ ବିନତି ବାନରା ଯୋଗଦେଇ ବାଲ୍ୟବିବାହର ଅପକାରିତା ଉପରେ ଛାତ୍ରୀ ମାନଙ୍କୁ […]

ହମାରା ବଚପନ ଟ୍ରଷ୍ଟ ପକ୍ଷରୁ ବାଲ୍ୟବିବାହ ନିରୋଧି ସଚେତନତା

ପାଟଣା : ପାଟଣା ବ୍ଲକ ମୁଖ୍ୟାଳୟ ପାଟଣା ଆନନ୍ଦେଶ୍ୱର ମନ୍ଦିର ପରିସରରେ ହମାରା ବଚପନ ସଂଗଠନ ପକ୍ଷରୁ ବାଲ୍ୟ ବିବାହ ନିରୋଧି ସଚେତନତା କାର୍ଯ୍ୟକ୍ରମ ଅକ୍ଷୟ ତୃତୀୟା ଅବସରରେ ଅନୁଷ୍ଠିତ ହୋଇଛି। ଏଥିରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରୀଙ୍କ ସହ ଅଭିଭାବିକା ମାନେ ସାମିଲ ହୋଇଥିଲେ। ହମାରା ବଚପନ ସଙ୍ଗଠନର ସିଟିଆଇ ବେବିରାଣୀ ମହାପାତ୍ରଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ଭାବେ ବଡ଼ପାଟଣା ସରପଞ୍ଚ ବିନତି ବାନରା ଯୋଗଦେଇ ବାଲ୍ୟବିବାହର ଅପକାରିତା ଉପରେ ଛାତ୍ରୀ ମାନଙ୍କୁ ମାର୍ଗ ଦର୍ଶନ ଦେଇଥିଲେ। ବାଲ୍ୟବିବାହ ନକରିବା ଓ ଏପରି ଘଟଣା ନଜରକୁ ଆସିଲେ ଏହାକୁ ରୋକିବାକୁ ଉଦ୍ୟମ କରିବା ପାଇଁ ମିଳିତ ଶପଥ ପାଠ କରାଯାଇଥିଲା।