‘ହମ୍ ହୋଙ୍ଗେ କଙ୍ଗାଲ୍...’, ନୂଆ ଭିଡିଓରେ ଶିବସେନାକୁ ପୁଣି ଟାର୍ଗେଟ୍ କଲେ କୁନାଲ୍ କାମରା
ମୁମ୍ୱାଇ: ଷ୍ଟାଣ୍ଡଅପ୍ କମେଡିଆନ୍ କୁନାଲ କାମରାଙ୍କ ଗୀତ ମାଧ୍ୟମରେ ଏକନାଥ ସିନ୍ଦେଙ୍କ ଉପରେ ଟିପ୍ପଣୀକୁ ନେଇ ମହାରାଷ୍ଟ୍ର ରାଜନୀତି ବେଶ ଉଷ୍ମ ରହିଛି । ଏହାରି ଭିତରେ କୁନାଲ କାମରା ଓ ଶିବସେନା (ସିନ୍ଦେ ଗୋଷ୍ଠୀ) ମଧ୍ୟରେ ବିବାଦ ଆହୁରି ବଢିଛି । ଶିବସେନାର କାର୍ଯ୍ୟକର୍ତ୍ତା ମୁମ୍ୱାଇର ହାବିଟାଟ୍ କମେଡି କ୍ଲବରେ ଭଙ୍ଗାରୁଜା କରିବା ପରେ କାମରା ଆଉ ଏକ ଭିଡିଓରେ ଜାରି କରି ଜବାବ ଦେଇଛନ୍ତି । ଏଥିରେ ସେ ‘ହମ୍ ହୋଙ୍ଗେ କାଙ୍ଗାଲ୍’ ଗୀତ ଗାଉଥିବା ନଜର ଆସୁଛନ୍ତି ।ନୂଆ ଭିଡିଓରେ କାମରା ନିଜ ଶୈଳୀରେ ଶିବସେନା (ସିନ୍ଦେ ଗୋଷ୍ଠୀ)କୁ କଟାକ୍ଷ କରିଛନ୍ତି । ଭିଡିଓରେ ସେ ଗୀତ ଗାଉଛନ୍ତି, ‘ହମ୍ ହୋଙ୍ଗେ କଙ୍ଗାଲ୍ ଏକ୍ ଦିନ୍, ମନ୍ ମୈ ହେ ଅନ୍ଧବିଶ୍ୱାସ୍, ଦେଶକା ସତ୍ୟାନାସ୍...’ ଭିଡିଓରେ ଶିବସେନା କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ଭଙ୍ଗାରୁଜା କରାଯିବା ଫୁଟେଜ୍ ମଧ୍ୟ ଦେଖିବାକୁ ମିଳୁଛି । ଭିଡିଓରେ ସେ ନାଥୁରାମ ଗୋଡସେ ଓ ଆସାରମ ବାପୁଙ୍କ ମଧ୍ୟ ଉଲ୍ଲେଖ କରିଛନ୍ତି ।???????????? pic.twitter.com/C5Bnn81p5E— Kunal Kamra (@kunalkamra88) March 25, 2025ସେପଟେ ମୁମ୍ୱାଇ ପୋଲିସ ସିନ୍ଦେଙ୍କ ଉପରେ କଥିତ ରୂପେ ଅପମାନଜନକ ଟିପ୍ପଣୀ କରିବା ମାମଲାରେ କୁନାଲ୍ କାମରାଙ୍କୁ ନୋଟିସ୍ ଜାରି କରିଛି । ମାମଲାରେ ଜଣେ ଅଧିକାରୀ କହିଛନ୍ତି ଯେ କାମରାଙ୍କ ବ୍ୟକ୍ତଗତ ଭାବେ ହାଜର ହେବା ପାଇଁ କୁହାଯାଇଛି । ଅଧିକ ସୂଚନା ନଦେଇ
ମୁମ୍ୱାଇ: ଷ୍ଟାଣ୍ଡଅପ୍ କମେଡିଆନ୍ କୁନାଲ କାମରାଙ୍କ ଗୀତ ମାଧ୍ୟମରେ ଏକନାଥ ସିନ୍ଦେଙ୍କ ଉପରେ ଟିପ୍ପଣୀକୁ ନେଇ ମହାରାଷ୍ଟ୍ର ରାଜନୀତି ବେଶ ଉଷ୍ମ ରହିଛି । ଏହାରି ଭିତରେ କୁନାଲ କାମରା ଓ ଶିବସେନା (ସିନ୍ଦେ ଗୋଷ୍ଠୀ) ମଧ୍ୟରେ ବିବାଦ ଆହୁରି ବଢିଛି । ଶିବସେନାର କାର୍ଯ୍ୟକର୍ତ୍ତା ମୁମ୍ୱାଇର ହାବିଟାଟ୍ କମେଡି କ୍ଲବରେ ଭଙ୍ଗାରୁଜା କରିବା ପରେ କାମରା ଆଉ ଏକ ଭିଡିଓରେ ଜାରି କରି ଜବାବ ଦେଇଛନ୍ତି । ଏଥିରେ ସେ ‘ହମ୍ ହୋଙ୍ଗେ କାଙ୍ଗାଲ୍’ ଗୀତ ଗାଉଥିବା ନଜର ଆସୁଛନ୍ତି ।
ନୂଆ ଭିଡିଓରେ କାମରା ନିଜ ଶୈଳୀରେ ଶିବସେନା (ସିନ୍ଦେ ଗୋଷ୍ଠୀ)କୁ କଟାକ୍ଷ କରିଛନ୍ତି । ଭିଡିଓରେ ସେ ଗୀତ ଗାଉଛନ୍ତି, ‘ହମ୍ ହୋଙ୍ଗେ କଙ୍ଗାଲ୍ ଏକ୍ ଦିନ୍, ମନ୍ ମୈ ହେ ଅନ୍ଧବିଶ୍ୱାସ୍, ଦେଶକା ସତ୍ୟାନାସ୍...’ ଭିଡିଓରେ ଶିବସେନା କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ଭଙ୍ଗାରୁଜା କରାଯିବା ଫୁଟେଜ୍ ମଧ୍ୟ ଦେଖିବାକୁ ମିଳୁଛି । ଭିଡିଓରେ ସେ ନାଥୁରାମ ଗୋଡସେ ଓ ଆସାରମ ବାପୁଙ୍କ ମଧ୍ୟ ଉଲ୍ଲେଖ କରିଛନ୍ତି ।
???????????? pic.twitter.com/C5Bnn81p5E— Kunal Kamra (@kunalkamra88) March 25, 2025
ସେପଟେ ମୁମ୍ୱାଇ ପୋଲିସ ସିନ୍ଦେଙ୍କ ଉପରେ କଥିତ ରୂପେ ଅପମାନଜନକ ଟିପ୍ପଣୀ କରିବା ମାମଲାରେ କୁନାଲ୍ କାମରାଙ୍କୁ ନୋଟିସ୍ ଜାରି କରିଛି । ମାମଲାରେ ଜଣେ ଅଧିକାରୀ କହିଛନ୍ତି ଯେ କାମରାଙ୍କ ବ୍ୟକ୍ତଗତ ଭାବେ ହାଜର ହେବା ପାଇଁ କୁହାଯାଇଛି । ଅଧିକ ସୂଚନା ନଦେଇ ଅଧିକାରୀ କହିଥିଲେ, 'ଆମେ କାମରାଙ୍କୁ ପ୍ରାରମ୍ଭିକ ନୋଟିସ୍ ଜାରି କରିଛୁ । ତାଙ୍କ ବିରୋଧରେ ମାମଲାର ତଦନ୍ତ ଆରମ୍ଭ ହୋଇଛି ।' ସେପଟେ କୁନାଲ୍ କାମରା ନିଜ ଟିପ୍ପଣୀ ପାଇଁ ଭୁଲ ମାଗିବେ ନାହିଁ ବୋଲି ସ୍ପଷ୍ଟ କରିସାରିଛନ୍ତି ।
ଉଲ୍ଲେଖଯୋଗ୍ୟ, କାମ୍ରା ବ୍ୟଙ୍ଗ ଆଳରେ ସିନ୍ଦେଙ୍କୁ 'ବିଶ୍ବାସଘାତକ' ଏବଂ ‘ଗଦ୍ଦାର’ କହି କହିଥିଲେ । ଲୋକପ୍ରିୟ ହିନ୍ଦୀ ଗୀତ ‘ଦିଲ୍ ତୋ ପାଗଲ୍ ହେ’କୁ ଆଧାର କରି ସିନ୍ଦେଙ୍କୁ ପରିହାସ କରିଥିଲେ । ସେ କହିଥିଲେ, ‘ମେରି ନଜର ସେ ତୁମ୍ ଦେଖୋ ତୋ ଗଦ୍ଦାର ନଜର ୱ ଆୟେ’। କାମ୍ରା କହିଥିଲେ, ଶିବସେନା ପ୍ରଥମେ ବିଜେପିରୁ ବାହାରି ଆସିଲା ଏବଂ ପରେ ଶିବସେନାରୁ ଶିବସେନା (ସିନ୍ଦେ ଗୋଷ୍ଠୀ) ବାହାରି ଆସିଲା । ଏନ୍ସିପିରୁ ବି ଏନ୍ସିପି ବାହାରି ଆସିଲା । ସେମାନେ ଜଣେ ଭୋଟରଙ୍କୁ ୯ଟି ବଟନ୍ ଦେଲେ ।