ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆରମ୍ଭ: ବିଶାଳ ଶୋଭାଯାତ୍ରାରେ ଯୋଗଦେଲେ କ୍ରୀଡାମନ୍ତ୍ରୀ
କୋରାପୁଟ,୧୪।୮: କୋରାପୁଟରେ ହର ଘର ତ୍ରିରଙ୍ଗା ନେଇ ରାଜ୍ୟ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ନେତୃତ୍ୱରେ ଆୟୋଜିତ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରୁଛି। ଏହି ଶୋଭାଯାତ୍ରାରେ କୋରାପୁଟ ବିଧାୟକ ରଘୁରାମ ମାଛ, ଭାଜପା ଜିଲା ସଭାପତି ସୁମନ୍ତ ପ୍ରଧାନଙ୍କ ସମେତ ଛାତ୍ରୀଛାତ୍ର, ବୁଦ୍ଧିଜୀବୀ, ଯୁବତୀଯୁବକ, ମହିଳା ଆଦି ହଜାର ହଜାର ଜନସାଧାରଣ ଜାତୀୟ ପତାକା ଧରି ସାମିଲ ଥିଲେ। ଏହି ଶୋଭାଯାତ୍ରା କୋରାପୁଟ ଆରଟିଓ କାର୍ଯ୍ୟାଳୟ ନିକଟରୁ ବାହାରି ମହିଳା ମହାବିଦ୍ୟାଳୟ ଛକ ଯାଏ ଚାଲିଥିଲା। […] The post ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆରମ୍ଭ: ବିଶାଳ ଶୋଭାଯାତ୍ରାରେ ଯୋଗଦେଲେ କ୍ରୀଡାମନ୍ତ୍ରୀ appeared first on Dharitri Odia News.
କୋରାପୁଟ,୧୪।୮: କୋରାପୁଟରେ ହର ଘର ତ୍ରିରଙ୍ଗା ନେଇ ରାଜ୍ୟ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ନେତୃତ୍ୱରେ ଆୟୋଜିତ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରୁଛି। ଏହି ଶୋଭାଯାତ୍ରାରେ କୋରାପୁଟ ବିଧାୟକ ରଘୁରାମ ମାଛ, ଭାଜପା ଜିଲା ସଭାପତି ସୁମନ୍ତ ପ୍ରଧାନଙ୍କ ସମେତ ଛାତ୍ରୀଛାତ୍ର, ବୁଦ୍ଧିଜୀବୀ, ଯୁବତୀଯୁବକ, ମହିଳା ଆଦି ହଜାର ହଜାର ଜନସାଧାରଣ ଜାତୀୟ ପତାକା ଧରି ସାମିଲ ଥିଲେ। ଏହି ଶୋଭାଯାତ୍ରା କୋରାପୁଟ ଆରଟିଓ କାର୍ଯ୍ୟାଳୟ ନିକଟରୁ ବାହାରି ମହିଳା ମହାବିଦ୍ୟାଳୟ ଛକ ଯାଏ ଚାଲିଥିଲା।
ଏହି ଅବସରରେ ସହର ପ୍ରତି ଛକ ଠାରେ ହର ଘର ତ୍ରିରଙ୍ଗା ନେଇ ନିଜର ମନ୍ତବ୍ୟ ଲେଖିବାକୁ ବିଭିନ୍ନ ବୋର୍ଡ଼ମାନ ପ୍ରସ୍ତୁତ କରାଯାଇଥିଲା। ଏଥିରେ ରାଜ୍ୟ କ୍ରୀଡା ମନ୍ତ୍ରୀଙ୍କ ସମେତ ବହୁ ବ୍ୟକ୍ତି ନିଜର ମନ୍ତବ୍ୟ ଲେଖିଥିଲେ।
The post ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆରମ୍ଭ: ବିଶାଳ ଶୋଭାଯାତ୍ରାରେ ଯୋଗଦେଲେ କ୍ରୀଡାମନ୍ତ୍ରୀ appeared first on Dharitri Odia News.