ହରଦୋଇ: ଘରୋଇ ଶିଶୁ ମେଡିକାଲରେ ଅଗ୍ନିକାଣ୍ଡ, ସିଡି ପକାଇ କଢାଗଲା ପିଲାଙ୍କୁ
ହରଦୋଇ ୧୬।୭: ଉତ୍ତରପ୍ରଦେଶ ହରଦୋଇ ଜିଲ୍ଲାର ଏକ ଘରୋଇ ଶିଶୁ ହସ୍ପିଟାଲରେ ବୁଧବାର ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବା ପରେ ଧୂଆଁ ଉପର ମହଲା ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା। ଫଳରେ ରୋଗୀ ଓ ସେମାନଙ୍କ ଆଟେଣ୍ଡାଣ୍ଟ ଆତଙ୍କିତ ହୋଇପଡିଥିଲେ। ତେବେ ହସ୍ପିଟାଲ କର୍ମଚାରୀମାନେ ଆଟେଣ୍ଡାଣ୍ଟଙ୍କ ସହ ମିସି ଶିଶୁ ରୋଗୀମାନଙ୍କୁ କାଠ ସିଡି ଲଗାଇ ହସ୍ପିଟାଲ ବାହାରକୁ ବାହାର କରିଛନ୍ତି। ଏହି ଘରୋଇ ଶିଶୁରୋଗ ହସ୍ପିଟାଲରେ ବିଦ୍ୟୁତ ସର୍ଟସର୍କିଟ କାରଣରୁ ନିଆଁ ଲାଗିଥିଲା। ଏଣୁ ପୁରା ହସ୍ପିଟାଲ ଧୂଆଁରେ ଭରି ଯାଇଥିଲା। ରୋଗୀ ଓ ସେମାନଙ୍କ ପରିଜନଙ୍କୁ କାଠ ସିଡି ଦେଇ ବିଲ୍ଡିଂରୁ ବାହାରକୁ ବାହାର କରାଯାଇଥିଲା। ନିଆଁ ଲାଗିବା ସୂଚନା ପାଇ ଦମକଳ ବିଭାଗ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଏହି ଅଗ୍ନିକାଣ୍ଡରେ କେହି ହତାହତ ହେବାର ସୂଚନା ନାହିଁ। ସବୁ ରୋଗୀଙ୍କୁ ସୁରକ୍ଷିତ ସ୍ଥାନକୁ ସିଫ୍ଟ କରାଯାଇଛି। ରୋଗୀଙ୍କ ପରିଜନଙ୍କ ଅନୁସାରେ ନିଆଁ ଲାଗିଥିବାର ଜଣାପଡିବା ପରେ ପ୍ରଥମ ମହଲାରେ ଥିବା ରୋଗୀ ଓ ପରିଜନ ଯାହା ଯେମିତି ବାହାରି ଯାଇଥିଲେ। ତେବେ ଦ୍ୱିତୀୟ ମହଲାରେ ଫଶି ରହିଥିବା ରୋଗୀଙ୍କୁ ସିଡି ଓ ଧୋତିରେ ତିଆରି ଦଉଡି ସହାୟତାରେ ତଳକୁ ଅଣାଯାଇଥିଲା। ତେବେ ଗୁରୁତର ଥିବା ଶିଶୁ ରୋଗୀଙ୍କୁ ତୁରନ୍ତ ଅନ୍ୟ ହସ୍ପିଟାଲକୁ ସିଫ୍ଟ କରାଯାଇଛି। ସିଓ ସିଟି ଅଙ୍କିତ ମିଶ୍ର କହିଛନ୍ତି ଯେ ସହରର ନଘେଟା ରୋଡରେ ଥିବା ଏକ ଘରୋଇ ଶିଶୁ ଚିକିତ୍ସା
ହରଦୋଇ ୧୬।୭: ଉତ୍ତରପ୍ରଦେଶ ହରଦୋଇ ଜିଲ୍ଲାର ଏକ ଘରୋଇ ଶିଶୁ ହସ୍ପିଟାଲରେ ବୁଧବାର ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବା ପରେ ଧୂଆଁ ଉପର ମହଲା ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା। ଫଳରେ ରୋଗୀ ଓ ସେମାନଙ୍କ ଆଟେଣ୍ଡାଣ୍ଟ ଆତଙ୍କିତ ହୋଇପଡିଥିଲେ। ତେବେ ହସ୍ପିଟାଲ କର୍ମଚାରୀମାନେ ଆଟେଣ୍ଡାଣ୍ଟଙ୍କ ସହ ମିସି ଶିଶୁ ରୋଗୀମାନଙ୍କୁ କାଠ ସିଡି ଲଗାଇ ହସ୍ପିଟାଲ ବାହାରକୁ ବାହାର କରିଛନ୍ତି।
ଏହି ଘରୋଇ ଶିଶୁରୋଗ ହସ୍ପିଟାଲରେ ବିଦ୍ୟୁତ ସର୍ଟସର୍କିଟ କାରଣରୁ ନିଆଁ ଲାଗିଥିଲା। ଏଣୁ ପୁରା ହସ୍ପିଟାଲ ଧୂଆଁରେ ଭରି ଯାଇଥିଲା। ରୋଗୀ ଓ ସେମାନଙ୍କ ପରିଜନଙ୍କୁ କାଠ ସିଡି ଦେଇ ବିଲ୍ଡିଂରୁ ବାହାରକୁ ବାହାର କରାଯାଇଥିଲା। ନିଆଁ ଲାଗିବା ସୂଚନା ପାଇ ଦମକଳ ବିଭାଗ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଏହି ଅଗ୍ନିକାଣ୍ଡରେ କେହି ହତାହତ ହେବାର ସୂଚନା ନାହିଁ। ସବୁ ରୋଗୀଙ୍କୁ ସୁରକ୍ଷିତ ସ୍ଥାନକୁ ସିଫ୍ଟ କରାଯାଇଛି।
ରୋଗୀଙ୍କ ପରିଜନଙ୍କ ଅନୁସାରେ ନିଆଁ ଲାଗିଥିବାର ଜଣାପଡିବା ପରେ ପ୍ରଥମ ମହଲାରେ ଥିବା ରୋଗୀ ଓ ପରିଜନ ଯାହା ଯେମିତି ବାହାରି ଯାଇଥିଲେ। ତେବେ ଦ୍ୱିତୀୟ ମହଲାରେ ଫଶି ରହିଥିବା ରୋଗୀଙ୍କୁ ସିଡି ଓ ଧୋତିରେ ତିଆରି ଦଉଡି ସହାୟତାରେ ତଳକୁ ଅଣାଯାଇଥିଲା। ତେବେ ଗୁରୁତର ଥିବା ଶିଶୁ ରୋଗୀଙ୍କୁ ତୁରନ୍ତ ଅନ୍ୟ ହସ୍ପିଟାଲକୁ ସିଫ୍ଟ କରାଯାଇଛି।
ସିଓ ସିଟି ଅଙ୍କିତ ମିଶ୍ର କହିଛନ୍ତି ଯେ ସହରର ନଘେଟା ରୋଡରେ ଥିବା ଏକ ଘରୋଇ ଶିଶୁ ଚିକିତ୍ସାଳୟରେ ଅଗ୍ନିକାଣ୍ଡ ଘଟିଛି। ଏହି ସୂଚନା ମିଳିବାମାତ୍ରେ ସ୍ଥାନୀୟ ପୋଲିସ ଓ ଦମକଳ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ସହ ନିଆଁକୁ ଆୟତ୍ତ କରିଛନ୍ତି। ଏହି ଦୁର୍ଘଟଣାରେ କୌଣସି ଧନଜୀବନ ହାନୀ ହୋଇ ନାହିଁ।