ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନୂଆ ଠିକଣା ତିହାର ଜେଲ୍; ଏପ୍ରିଲ୍ ୧୫ ଯାଏଁ ରହିବେ ବିଚାର ବିଭାଗୀୟ ହାଜତରେ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଏବେ ନୂଆ ଠିକଣା ତିହାର ଜେଲ୍ । ରିମାଣ୍ଡ ଅବଧି ଶେଷ ହେବା ପରେ ରାଉଜ ଆଭେନ୍ୟୁ କୋର୍ଟ ତାଙ୍କୁ ଜେଲ୍ ପଠାଇଛନ୍ତି । ଆସନ୍ତା ଏପ୍ରିଲ୍ ୧୫ ଯାଏଁ ବିଚାର ବିଭାଗୀୟ ହାଜତରେ ରହିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ତଦନ୍ତରେ ଆରବିନ୍ଦ କେଜ୍ରିଓ୍ବାଲ ସହଯୋଗ କରୁନଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୋର୍ଟଙ୍କୁ ଜଣାଇଛି । ଦିଲ୍ଲୀ ଅବକାରୀ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାର୍ଚ୍ଚ ୨୧ ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିଥିଲା । ପରେ ତାଙ୍କୁ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି, ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟ ହାଜର କରିଥିଲା । ଅଦାଲତ ପ୍ରଥମେ ୭ଦିନ ପାଇଁ ରିମାଣ୍ଡ ନିର୍ଦ୍ଦେଶ ଦେଇଥିଲେ । ପରେ ମଦ ନୀତି ସମ୍ପର୍କିତ ମନି ଲଣ଼୍ଡ୍ରିଂ ମାମଲାରେ ଅଧିକ ତଦନ୍ତ ପାଇଁ ଦ୍ବିତୀୟ ଥର ଇଡି ହେପାଜତକୁ ପଠାଇଥିଲେ । ତେବେ ସୋମବାର ଆପ୍ ମୁଖିଆଙ୍କ ରିମାଣ୍ଡ ଅବଧି ସରୁଥିବା ବେଳେ ଇଡି ତାଙ୍କୁ ଆଜି ଅଦାଲତରେ ହାଜର କରିଥିଲା । ଏହା ସହିତ ତଦନ୍ତରେ ଅରବିନ୍ଦ କେଜ୍ରିଓ୍ବାଲ ସହଯୋଗ କରୁନଥିବା କୋର୍ଟଙ୍କୁ ଜଣାଇଥିଲେ । ମୋବାଇଲ୍ ବାବଦରେ କୌଣସି ତଥ୍ୟ ଦେଉନାହାନ୍ତି ବୋଲି କହିଥିଲେ । ପରେ ରାଉଜ ଆଭେନ୍ୟୁ କୋର୍ଟ ତାଙ୍କୁ ଆସନ୍ତା ଏପ୍ରିଲ ୧୫ ତାରିଖ ଯାଏଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନିଜ ଗିରଫକୁ ବେଆଇନ ଦର୍ଶାଇ ଦିଲ୍ଲୀ ହାଇକୋର୍ଟଙ୍କ ଦ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଏବେ ନୂଆ ଠିକଣା ତିହାର ଜେଲ୍ । ରିମାଣ୍ଡ ଅବଧି ଶେଷ ହେବା ପରେ ରାଉଜ ଆଭେନ୍ୟୁ କୋର୍ଟ ତାଙ୍କୁ ଜେଲ୍ ପଠାଇଛନ୍ତି । ଆସନ୍ତା ଏପ୍ରିଲ୍ ୧୫ ଯାଏଁ ବିଚାର ବିଭାଗୀୟ ହାଜତରେ ରହିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ତଦନ୍ତରେ ଆରବିନ୍ଦ କେଜ୍ରିଓ୍ବାଲ ସହଯୋଗ କରୁନଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୋର୍ଟଙ୍କୁ ଜଣାଇଛି ।
ଦିଲ୍ଲୀ ଅବକାରୀ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାର୍ଚ୍ଚ ୨୧ ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିଥିଲା । ପରେ ତାଙ୍କୁ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି, ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟ ହାଜର କରିଥିଲା । ଅଦାଲତ ପ୍ରଥମେ ୭ଦିନ ପାଇଁ ରିମାଣ୍ଡ ନିର୍ଦ୍ଦେଶ ଦେଇଥିଲେ । ପରେ ମଦ ନୀତି ସମ୍ପର୍କିତ ମନି ଲଣ଼୍ଡ୍ରିଂ ମାମଲାରେ ଅଧିକ ତଦନ୍ତ ପାଇଁ ଦ୍ବିତୀୟ ଥର ଇଡି ହେପାଜତକୁ ପଠାଇଥିଲେ । ତେବେ ସୋମବାର ଆପ୍ ମୁଖିଆଙ୍କ ରିମାଣ୍ଡ ଅବଧି ସରୁଥିବା ବେଳେ ଇଡି ତାଙ୍କୁ ଆଜି ଅଦାଲତରେ ହାଜର କରିଥିଲା । ଏହା ସହିତ ତଦନ୍ତରେ ଅରବିନ୍ଦ କେଜ୍ରିଓ୍ବାଲ ସହଯୋଗ କରୁନଥିବା କୋର୍ଟଙ୍କୁ ଜଣାଇଥିଲେ । ମୋବାଇଲ୍ ବାବଦରେ କୌଣସି ତଥ୍ୟ ଦେଉନାହାନ୍ତି ବୋଲି କହିଥିଲେ । ପରେ ରାଉଜ ଆଭେନ୍ୟୁ କୋର୍ଟ ତାଙ୍କୁ ଆସନ୍ତା ଏପ୍ରିଲ ୧୫ ତାରିଖ ଯାଏଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନିଜ ଗିରଫକୁ ବେଆଇନ ଦର୍ଶାଇ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । କେଜ୍ରିଓ୍ବାଲଙ୍କ ତରଫରୁ ଯୁକ୍ତି ରଖୁଥିବା ବରିଷ୍ଠ ଓକିଲ କହିଥିଲେ, କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ନାଗରିକଙ୍କ ମୌଳିକ ଅଧିକାର ଉଲ୍ଲଙ୍ଘନ କରୁଛି । ହାଇକୋର୍ଟ ଏହାକୁ ନେଇ ଇଡି ନୋଟିସ୍ ଜାରି କରି ୨ ଏପ୍ରିଲ୍ ସୁଦ୍ଧା ଜବାବ ମାଗିଛନ୍ତି । ଆସନ୍ତା ଏପ୍ରିଲ ୩ ତାରିଖରେ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ହେବ ।