ହରି ଯାହା ଭାବୁଥିଲେ..

ହାସ୍ୟାଭିନେତା ହରିହର ମହାପାତ୍ର ଓରଫ ହରି ଭାଇ। ସବୁବେଳେ ସେ ଚେଷ୍ଟା କରିଥାଆନ୍ତି ଏକ ସାମ୍ପ୍ରତିକ ଘଟଣାକୁ ସିନେମାର ରୂପ ଦେବାକୁ। ଆଜିକାଲି ରିଲ୍‌ ବନାଇବା ଏକ ଫେସନ ପାଲିଟି ଗଲାଣି। ଆଉ ଏଭଳି ଏକ କୌତୁହଳପୂର୍ଣ୍ଣ ବିଷୟକୁ ଆଧାର କରି ସେ ରଚନା କରିଥିବା କାହାଣୀ ଶେଷରେ ଚଳଚ୍ଚିତ୍ରରେ ରୂପାନ୍ତିରତ ହୋଇଛି। ଏହାର ଟାଇଟଲ ରହିଛି ‘ଭଗିଆ ଭାରିଯା’। କାହାଣୀ ଅନୁସାରେ ଏକ ନିପଟ ମଫସଲରେ ରହୁଥିବା ଭଗିଆର ଭାରିଯାକୁ ଏହି ନିଶା ଘାରିଛି। ସେହି […] The post ହରି ଯାହା ଭାବୁଥିଲେ.. appeared first on Dharitri Odia News.

ହରି ଯାହା ଭାବୁଥିଲେ..

ହାସ୍ୟାଭିନେତା ହରିହର ମହାପାତ୍ର ଓରଫ ହରି ଭାଇ। ସବୁବେଳେ ସେ ଚେଷ୍ଟା କରିଥାଆନ୍ତି ଏକ ସାମ୍ପ୍ରତିକ ଘଟଣାକୁ ସିନେମାର ରୂପ ଦେବାକୁ। ଆଜିକାଲି ରିଲ୍‌ ବନାଇବା ଏକ ଫେସନ ପାଲିଟି ଗଲାଣି। ଆଉ ଏଭଳି ଏକ କୌତୁହଳପୂର୍ଣ୍ଣ ବିଷୟକୁ ଆଧାର କରି ସେ ରଚନା କରିଥିବା କାହାଣୀ ଶେଷରେ ଚଳଚ୍ଚିତ୍ରରେ ରୂପାନ୍ତିରତ ହୋଇଛି। ଏହାର ଟାଇଟଲ ରହିଛି ‘ଭଗିଆ ଭାରିଯା’। କାହାଣୀ ଅନୁସାରେ ଏକ ନିପଟ ମଫସଲରେ ରହୁଥିବା ଭଗିଆର ଭାରିଯାକୁ ଏହି ନିଶା ଘାରିଛି। ସେହି ନିଶାକୁ ନେଇ ସେ ଯେଉଁ ଲକ୍ଷ୍ୟ ରଖିଛି ତାହା ପୂରଣ ହେଉଛି କି ନାହିଁ ତାହାର ଉତ୍ତର ସିନେମାରେ ପାଇବେ। ହରିବୋଲ ମିଡିଆ ଏଣ୍ଟରଟେନମେଣ୍ଟ ପ୍ରା.ଲି. ବ୍ୟାନରରେ ଏହାର ଶୁଟିଂ ଚାଲୁ ରହିଛି। ଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଏବଂ ସଂଳାପ ରଚନା ମଧ୍ୟ ସେ କରିଛନ୍ତି। ”ଏକ ଭିନ୍ନ ଧରଣର କାହାଣୀକୁ ନେଇ ପ୍ରସ୍ତୁତ ହେଉଛି ‘ଭଗିଆ ଭାରିଯା’। ଏଥିରେ ଅନେକ କିଛି ଶିକ୍ଷଣୀୟ କଥା ଭରି ରହିଛି ବୋଲି କହନ୍ତି ହରି।“ ଡ. ଭୀଷ୍ମ ରଥ ଏବଂ ହରିହର ମହାପାତ୍ରଙ୍କ ପ୍ରଯୋଜିତ ଏହି ଫିଲ୍ମଟିର ନିର୍ଦ୍ଦେଶନା ଦେଉଛନ୍ତି ମୃତ୍ୟୁଞ୍ଜୟ ସାହୁ (ବାପି)। ହରି ଏହାର ନାୟକ ସାଜିଥିବା ବେଳେ ଟାଇଟଲ ଭୂମିକାରେ ଅଭିନୟ କରୁଛନ୍ତି ଦେବଜାନୀ। ସଂଯୋଜିତ ଗୀତଗୁଡିକୁ ସ୍ବର ଦେଇଛନ୍ତି ମଳୟ ମିଶ୍ର। ଏହାର ବିଭିନ୍ନ ଭୂମିକାରେ ବବି ମିଶ୍ର ଏବଂ ପୁପିନ୍ଦର ମଧ୍ୟ ଦେଖିବାକୁ ମିଳିବେ।

The post ହରି ଯାହା ଭାବୁଥିଲେ.. appeared first on Dharitri Odia News.