ହରିଆଣା ବିଧାନସଭା ନିର୍ବାଚନ: ଆପ୍ ମାଗୁଛି ୨୦ ଆସନ, ବଢ଼ିଲା କଂଗ୍ରେସର ଟେନସନ

ନୂଆଦିଲ୍ଲୀ: ହରିଆଣା ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଇଣ୍ଡିଆ ମେଣ୍ଟରେ ଆସନ ବୁଝାମଣା ନେଇ ଟଣାଓଟରା ଆରମ୍ଭ ହୋଇଛି। ଆପ୍ ସହ କଂଗ୍ରେସର ଆସନବୁଝାମଣା ଅମୀମାଂସିତ ରହିଛି। କାରଣ ଆପ୍ ହରିଆଣାରେ ୨୦ ଆସନରେ ନିର୍ବାଚନ ଲଢିବାକୁ ଦାବି ରଖିଛି।ଆସନ ବୁଝମଣା ନେଇ ଆଜି(୩ ସେପ୍ଟେମ୍ବର) କଂଗ୍ରେସ ସେଣ୍ଟ୍ରାଲ ଇଲେକ୍ସନ କମିଟି(ସିଇସି) ବୈଠକ ବସିଥିଲା। ଏହି ସମୟରେ ଆପ୍ ୨୦ ଆସନ ପାଇଁ ଦାବି ରଖିଥିଲା। ଦଳ ପକ୍ଷରୁ ଜଣେ ବରିଷ୍ଠ ନେତା ଆସନଗୁଡ଼ିକରେ ତାଲିକା ଦେଇଥିଲେ। ହରିଆଣାରେ ବର୍ତ୍ତମାନ ବିଜେପି ସରକାର ରହିଛି। ଆସନ୍ତା ନିର୍ବାଚନରେ ବିରୋଧୀ ବିଜେପିକୁ ଟକ୍କର ଦେବା କଂଗ୍ରେସ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ। ତା’ଠାରୁ ବଡ଼ କଥା ହେଲା ମେଣ୍ଟର ସହଯୋଗୀ ଦଳଙ୍କ ସହିତ ଆସନ ବୁଝାମଣା ନେଇ ଭାଗ ଛିଡ଼ାଇବା। ତେବେ କଂଗ୍ରେସ ରାଜ୍ୟରେ ବହୁଥିବା ବିଜେପି ବିରୋଧୀ ହ୍ୱାୱାକୁ ମୁଖ୍ୟ ଅସ୍ତ୍ର କରିବାକୁ ଚେଷ୍ଟା କରିବ।  ଇଣ୍ଡିଆଟୁଡେର ରିପୋର୍ଟ ଅନୁସାରେ, ଲୋକସଭାରେ ଆପ୍ ଦଳର ଭଲ ପ୍ରଦର୍ଶନ ଯୋଗୁ ଦଳ ୨୦ ଆସନ ଦାବି କରୁଛି। ଦଳ ଭାବୁଛି ଯେ ଆନୁପାତିକ ହିସାବରେ ତାଙ୍କୁ ବିଧାନସଭା ଆସନ ମିଳିବ। ହେଲେ କଂଗ୍ରେସ ରାଜ୍ୟ ନେତୃତ୍ୱ କିନ୍ତୁ ଆପର ଦାବିରେ ସହମତ ନାହାନ୍ତି। କାରଣ ଇଣ୍ଡିଆ ମେଣ୍ଟ ଏକ ଜାତୀୟ ମେଣ୍ଟ ସ୍ଥାନୀୟ ବ୍ୟବସ୍ଥା  ନୁହେଁ।  ଆସନ ନେଇ ଚ୍ୟାଲେଞ୍ଜ ରହିବା ସତ୍ତ୍ୱେ ବି ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସର ଶୀର୍ଷ ନେତ

ହରିଆଣା ବିଧାନସଭା ନିର୍ବାଚନ: ଆପ୍ ମାଗୁଛି ୨୦ ଆସନ, ବଢ଼ିଲା କଂଗ୍ରେସର ଟେନସନ

ନୂଆଦିଲ୍ଲୀ: ହରିଆଣା ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଇଣ୍ଡିଆ ମେଣ୍ଟରେ ଆସନ ବୁଝାମଣା ନେଇ ଟଣାଓଟରା ଆରମ୍ଭ ହୋଇଛି। ଆପ୍ ସହ କଂଗ୍ରେସର ଆସନବୁଝାମଣା ଅମୀମାଂସିତ ରହିଛି। କାରଣ ଆପ୍ ହରିଆଣାରେ ୨୦ ଆସନରେ ନିର୍ବାଚନ ଲଢିବାକୁ ଦାବି ରଖିଛି।

ଆସନ ବୁଝମଣା ନେଇ ଆଜି(୩ ସେପ୍ଟେମ୍ବର) କଂଗ୍ରେସ ସେଣ୍ଟ୍ରାଲ ଇଲେକ୍ସନ କମିଟି(ସିଇସି) ବୈଠକ ବସିଥିଲା। ଏହି ସମୟରେ ଆପ୍ ୨୦ ଆସନ ପାଇଁ ଦାବି ରଖିଥିଲା। ଦଳ ପକ୍ଷରୁ ଜଣେ ବରିଷ୍ଠ ନେତା ଆସନଗୁଡ଼ିକରେ ତାଲିକା ଦେଇଥିଲେ। 

ହରିଆଣାରେ ବର୍ତ୍ତମାନ ବିଜେପି ସରକାର ରହିଛି। ଆସନ୍ତା ନିର୍ବାଚନରେ ବିରୋଧୀ ବିଜେପିକୁ ଟକ୍କର ଦେବା କଂଗ୍ରେସ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ। ତା’ଠାରୁ ବଡ଼ କଥା ହେଲା ମେଣ୍ଟର ସହଯୋଗୀ ଦଳଙ୍କ ସହିତ ଆସନ ବୁଝାମଣା ନେଇ ଭାଗ ଛିଡ଼ାଇବା। ତେବେ କଂଗ୍ରେସ ରାଜ୍ୟରେ ବହୁଥିବା ବିଜେପି ବିରୋଧୀ ହ୍ୱାୱାକୁ ମୁଖ୍ୟ ଅସ୍ତ୍ର କରିବାକୁ ଚେଷ୍ଟା କରିବ।  

ଇଣ୍ଡିଆଟୁଡେର ରିପୋର୍ଟ ଅନୁସାରେ, ଲୋକସଭାରେ ଆପ୍ ଦଳର ଭଲ ପ୍ରଦର୍ଶନ ଯୋଗୁ ଦଳ ୨୦ ଆସନ ଦାବି କରୁଛି। ଦଳ ଭାବୁଛି ଯେ ଆନୁପାତିକ ହିସାବରେ ତାଙ୍କୁ ବିଧାନସଭା ଆସନ ମିଳିବ। ହେଲେ କଂଗ୍ରେସ ରାଜ୍ୟ ନେତୃତ୍ୱ କିନ୍ତୁ ଆପର ଦାବିରେ ସହମତ ନାହାନ୍ତି। କାରଣ ଇଣ୍ଡିଆ ମେଣ୍ଟ ଏକ ଜାତୀୟ ମେଣ୍ଟ ସ୍ଥାନୀୟ ବ୍ୟବସ୍ଥା  ନୁହେଁ।  

ଆସନ ନେଇ ଚ୍ୟାଲେଞ୍ଜ ରହିବା ସତ୍ତ୍ୱେ ବି ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସର ଶୀର୍ଷ ନେତୃତ୍ୱ ଆପ ସହ ମେଣ୍ଟ କରିବାକୁ ଇଚ୍ଛା ପ୍ରକାଶ କରୁଛି। ହେଲେ ଯଦି ଦିଲ୍ଲୀରେ ରାଜନୀତିକୁ ଦେଖିବା ତେବେ କଂଗ୍ରେସ ଓ ଆପ୍ ମଧ୍ୟରେ ମେଣ୍ଟ ସଫଳ ହୋଇପାରି ନାହିଁ। ସେଠାରେ ଆପ୍ ନିଜର ପତିଆରା ବଜାଇ ରଖିଥିବା ବେଳେ କଂଗ୍ରେସ ଲଢ଼େଇ ଜାରି ରଖିଛି।

ତେବେ ହରିଆଣା ପାଇଁ କଂଗ୍ରେସ ଯେହେତୁ ଆପ ସହ ମେଣ୍ଟ କରିବାକୁ ଚେଷ୍ଟା କରୁଛି ତେଣୁ ଦଳ ଆପ୍‌କୁ ଆସନ ଦାବି କମାଇବାକୁ କହିବ। ଏପଟେ ସମାଜବାଜୀ ପାର୍ଟି ସହିତ ବି ଆସନ ବୁଝାମଣା ନେଇ କଂଗ୍ରେସ ଚେଷ୍ଟା କରିବ। ଅନ୍ୟପଟେ ଆପ ସହ ମେଣ୍ଟ କରିବାକୁ ରାହୁଲ ଗାନ୍ଧୀ ଇଛୁକ ଥିବାକୁ ଆପ ସାଂସଦ ସଞ୍ଜୟ ସିଂହ ଏହାକୁ ସ୍ୱାଗତ କରିଛନ୍ତି। 

ସୂଚନା ଥାଉକି ହରିଆଣାରେ ୯୦ ବିଧାନସଭା ଆସନ ପାଇଁ ଅକ୍ଟୋବର ୫ ତାରିଖରେ ନିର୍ବାଚନ ହେବ। ଅକ୍ଟୋବର ୮ ତାରିଖରେ ପରୀକ୍ଷାଫଳାଫଳ ଘୋଷଣା କରାଯିବ।