ହରିନୀ ଅମରସୂର୍ଯ୍ୟା ଶ୍ରୀଲଙ୍କାର ନୂତନ ପ୍ରଧାନମନ୍ତ୍ରୀ

କଲମ୍ବୋ, ୨୫।୯:ଶ୍ରୀଲଙ୍କାରେ ଅନୁରା କୁମାର ଦିସାନାୟକେ ରାଷ୍ଟ୍ରପତି ହେବା ପରେ ମଙ୍ଗଳବାର ନ୍ୟାଶନାଲ ପିପୁଲ୍ସ ପାଓ୍ବାର(ଏନ୍‌ପିପି) ନେତା ହରିନୀ ଅମରସୂର୍ଯ୍ୟା ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କୁ ରାଷ୍ଟ୍ରପତି ଦିସାନାୟକେ ଶପଥପାଠ କରାଇଛନ୍ତି। ଅମରସୂର଼୍ୟାଙ୍କୁ ଆଇନ, ଶିକ୍ଷା, ଶ୍ରମ, ଉଦ୍ୟୋଗ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ସ୍ବାସ୍ଥ୍ୟ ଆଦି ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି। ଅମରସୂର଼୍ୟା ପୂର୍ବତନ ପ୍ରଧାନମନ୍ତ୍ରୀ ଦୀନେଶ ଗୁଣବର୍ଦ୍ଧନେଙ୍କ ସ୍ଥାନ ନେଇଛନ୍ତି। ରାଷ୍ଟ୍ରପତି ନିର୍ବାଚନର ଫଳ ଆସିବା ପରେ ଗୁଣବର୍ଦ୍ଧନେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। […] The post ହରିନୀ ଅମରସୂର୍ଯ୍ୟା ଶ୍ରୀଲଙ୍କାର ନୂତନ ପ୍ରଧାନମନ୍ତ୍ରୀ appeared first on Dharitri Odia News.

ହରିନୀ ଅମରସୂର୍ଯ୍ୟା ଶ୍ରୀଲଙ୍କାର ନୂତନ ପ୍ରଧାନମନ୍ତ୍ରୀ

କଲମ୍ବୋ, ୨୫।୯:ଶ୍ରୀଲଙ୍କାରେ ଅନୁରା କୁମାର ଦିସାନାୟକେ ରାଷ୍ଟ୍ରପତି ହେବା ପରେ ମଙ୍ଗଳବାର ନ୍ୟାଶନାଲ ପିପୁଲ୍ସ ପାଓ୍ବାର(ଏନ୍‌ପିପି) ନେତା ହରିନୀ ଅମରସୂର୍ଯ୍ୟା ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କୁ ରାଷ୍ଟ୍ରପତି ଦିସାନାୟକେ ଶପଥପାଠ କରାଇଛନ୍ତି। ଅମରସୂର଼୍ୟାଙ୍କୁ ଆଇନ, ଶିକ୍ଷା, ଶ୍ରମ, ଉଦ୍ୟୋଗ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ସ୍ବାସ୍ଥ୍ୟ ଆଦି ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି। ଅମରସୂର଼୍ୟା ପୂର୍ବତନ ପ୍ରଧାନମନ୍ତ୍ରୀ ଦୀନେଶ ଗୁଣବର୍ଦ୍ଧନେଙ୍କ ସ୍ଥାନ ନେଇଛନ୍ତି। ରାଷ୍ଟ୍ରପତି ନିର୍ବାଚନର ଫଳ ଆସିବା ପରେ ଗୁଣବର୍ଦ୍ଧନେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଅମରସୂର଼୍ୟା ହେଉଛନ୍ତି ଶ୍ରୀଲଙ୍କା ଇତିହାସର ତୃତୀୟ ମହିଳା ପ୍ରଧାନମନ୍ତ୍ରୀ।

The post ହରିନୀ ଅମରସୂର୍ଯ୍ୟା ଶ୍ରୀଲଙ୍କାର ନୂତନ ପ୍ରଧାନମନ୍ତ୍ରୀ appeared first on Dharitri Odia News.