କାରଖାନା ସମ୍ପ୍ରସାରଣ କରିବ ପିପିଏଲ୍‌

ପାରାଦୀପ, ୩୧।୧(ଶରତ ରାଉତ): ଓଡ଼ିଶା ସରକାରଙ୍କ ସହ ପାରାଦୀପ ଫସ୍‌ଫେଟ୍‌ସ ଲିମିଟେଡ (ପିପିଏଲ୍‌) ନିକଟରେ ଏକ ନୂତନ ଚୁକ୍ତି ସ୍ବାକ୍ଷର କରିଛି। ଏପରିକି କମ୍ପାନୀ ଆଗାମୀ ଦିନରେ ଜଗତ୍‌ସିଂହପୁର ଜିଲାର ପାରାଦୀପ ଠାରେ ଥିବା କାରଖାନାର ସମ୍ପ୍ରସାରଣ ପାଇଁ ପ୍ରାୟ ୪ ହଜାର କୋଟି ଟଙ୍କା ପୁଞ୍ଜି ନିବେଶ କରିବ ବୋଲି ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ଘୋଷଣା କରିଛି। ବନ୍ଦର ଜେଟିର ଭିତ୍ତିଭୂମି ବିକାଶ ଓ ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ଏହି ନିବେଶ କରାଯିବ। ଏହାଦ୍ୱାରା […] The post କାରଖାନା ସମ୍ପ୍ରସାରଣ କରିବ ପିପିଏଲ୍‌ appeared first on Dharitri Odia News.

କାରଖାନା ସମ୍ପ୍ରସାରଣ କରିବ ପିପିଏଲ୍‌

ପାରାଦୀପ, ୩୧।୧(ଶରତ ରାଉତ): ଓଡ଼ିଶା ସରକାରଙ୍କ ସହ ପାରାଦୀପ ଫସ୍‌ଫେଟ୍‌ସ ଲିମିଟେଡ (ପିପିଏଲ୍‌) ନିକଟରେ ଏକ ନୂତନ ଚୁକ୍ତି ସ୍ବାକ୍ଷର କରିଛି। ଏପରିକି କମ୍ପାନୀ ଆଗାମୀ ଦିନରେ ଜଗତ୍‌ସିଂହପୁର ଜିଲାର ପାରାଦୀପ ଠାରେ ଥିବା କାରଖାନାର ସମ୍ପ୍ରସାରଣ ପାଇଁ ପ୍ରାୟ ୪ ହଜାର କୋଟି ଟଙ୍କା ପୁଞ୍ଜି ନିବେଶ କରିବ ବୋଲି ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ଘୋଷଣା କରିଛି। ବନ୍ଦର ଜେଟିର ଭିତ୍ତିଭୂମି ବିକାଶ ଓ ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ଏହି ନିବେଶ କରାଯିବ। ଏହାଦ୍ୱାରା ପ୍ରତ୍ୟକ୍ଷଭାବେ ପ୍ରାୟ ୧୫୦ ଏବଂ ପରୋକ୍ଷଭାବେ ୭୦୦ରୁ ଅଧିକ ନିଯୁକ୍ତି ସୁଯୋଗ ପାଇବେ। ଏହି ଚୁକ୍ତି ଶିଳ୍ପ ବିଭାଗର ସଚିବ ହେମନ୍ତ ଶର୍ମା ଓ ପିପିଏଲ୍‌ର ସିଇଓ ସୁରେଶ କ୍ରିଷ୍ଣନଙ୍କ ମଧ୍ୟରେ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପ ବିଭାଗର ସ୍ବତନ୍ତ୍ର ସଚିବ ଶୁଭେନ୍ଦ୍ର କୁମାର ନାୟକଙ୍କ ସମେତ ପିପିଏଲ୍‌ର ସିଏଫ୍‌ଓ ବିଜୟ କୁମାର ବିଶ୍ୱାଳ, କର୍ପୋରେଟ ଆଫେୟାର୍ସ ମୁଖ୍ୟ ସୁଧୀରଞ୍ଜନ ମିଶ୍ର ଉପସ୍ଥିତ ଥିଲେ।

The post କାରଖାନା ସମ୍ପ୍ରସାରଣ କରିବ ପିପିଏଲ୍‌ appeared first on Dharitri Odia News.