ହରିୟାଣା ନିର୍ବାଚନ ଫଳାଫଳକୁ ନେଇ ଏମିତି କହିଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ୱର, ୯।୧୦(ସୁନିତ୍ ମିଶ୍ର):ହରିୟାଣା ନିର୍ବାଚନ ଫଳାଫଳକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ‘ଏକ୍ସ ’ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି, ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନେତୃତ୍ୱରେ ହରିୟାଣା ବିଧାନସଭା-୨୦୨୪ ନିର୍ବାଚନରେ ବିଜୟ ଲାଗି ସବୁ କାର୍ଯ୍ୟକର୍ତ୍ତାଙ୍କୁ ହୃଦୟରୁ ଶୁଭେଚ୍ଛା। ଆପଣମାନଙ୍କ ସମର୍ପଣ ଭାବ ଏବଂ ପରିଶ୍ରମ ଯୋଗୁ ଏହି ସଫଳତା ମିଳିପାରିଛି। ଗତ ୧୦ ବର୍ଷ ଭିତରେ […] The post ହରିୟାଣା ନିର୍ବାଚନ ଫଳାଫଳକୁ ନେଇ ଏମିତି କହିଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ appeared first on Dharitri Odia News.
ଭୁବନେଶ୍ୱର, ୯।୧୦(ସୁନିତ୍ ମିଶ୍ର):ହରିୟାଣା ନିର୍ବାଚନ ଫଳାଫଳକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ‘ଏକ୍ସ ’ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି, ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନେତୃତ୍ୱରେ ହରିୟାଣା ବିଧାନସଭା-୨୦୨୪ ନିର୍ବାଚନରେ ବିଜୟ ଲାଗି ସବୁ କାର୍ଯ୍ୟକର୍ତ୍ତାଙ୍କୁ ହୃଦୟରୁ ଶୁଭେଚ୍ଛା। ଆପଣମାନଙ୍କ ସମର୍ପଣ ଭାବ ଏବଂ ପରିଶ୍ରମ ଯୋଗୁ ଏହି ସଫଳତା ମିଳିପାରିଛି। ଗତ ୧୦ ବର୍ଷ ଭିତରେ ଭାଜପାର ଜନକଲ୍ୟାଣକାରୀ ଯୋଜନା ଲଗାତର ୩ୟ ଥର ଲାଗି ହରିୟାଣା ଲୋକଙ୍କ ବିଶ୍ୱାସଭାଜନ କରିପାରିଛି। ଏହି ବିଜୟ ହରିୟାଣାର ବିକାଶର ଆଉ ଏକ ଅଧ୍ୟାୟ ଆରମ୍ଭ କରିବ ବୋଲି ସେ ଉଲ୍ଲେଖ କରିଛନ୍ତି।
ସେହିପରି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କ ‘ଏକ୍ସ’ ଆକାଉଣ୍ଟରେ ପୋଷ୍ଟକରି କହିଛନ୍ତି, ହରିୟାଣା ନିର୍ବାଚନର ବିଜୟ ଲାଗି ସମସ୍ତ ସମର୍ପିତ କାର୍ଯ୍ୟକର୍ତ୍ତା, ପଦାଧିକାରୀ ଏବଂ ମତଦାତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ‘ବିକଶିତ ଭାରତ-ବିକଶିତ ହରିୟାଣା’ ସଂକଳ୍ପ ରଖିଥିବା ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ନୀତି ଏବଂ ହରିୟାଣା ମୁଖ୍ୟମନ୍ତ୍ରୀଙ୍କ କୁଶଳ ନେତୃତ୍ୱ ସହ ଡବଲ ଇଞ୍ଜିନର ଭାଜପା ସରକାର ଶକ୍ତି ଉପରେ ହରିୟାଣା ଜନତାଙ୍କ ଏହା ହେଉଛି ବିକାଶର ମୋହର।
The post ହରିୟାଣା ନିର୍ବାଚନ ଫଳାଫଳକୁ ନେଇ ଏମିତି କହିଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ appeared first on Dharitri Odia News.