ହରିୟାଣା ବିଧାନସଭା ନିର୍ବାଚନ : ବିଜେପି ଜାରି କଲା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା
ନନ୍ଦିଘୋଷ ବ୍ୟୁରୋ: ହରିୟାଣା ନିର୍ବାଚନ ଲାଗି ବିଜେପି ଜାରି କଲା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ... The post ହରିୟାଣା ବିଧାନସଭା ନିର୍ବାଚନ : ବିଜେପି ଜାରି କଲା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା appeared first on .
ନନ୍ଦିଘୋଷ ବ୍ୟୁରୋ: ହରିୟାଣା ନିର୍ବାଚନ ଲାଗି ବିଜେପି ଜାରି କଲା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ମୋଟ ୬୭ ଜଣକ ନାଁ ପ୍ରକାଶ ପାଇଛି। ୯୦ ଆସନ ବିଶିଷ୍ଟ ବିଧାନସଭା ପାଇଁ ପ୍ରଥମ ପର୍ଯ୍ଯାୟରେ ୬୭ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ନାଏବ ସୈନି ଅଛନ୍ତି। ସେ ଲଡ଼ବା ଆସନରୁ ଲଢ଼ିବେ। ଏହି ପରି ଅନୀଲ ଭିଜ୍ ଅମ୍ବାଲାରୁ ଲଢ଼ିବେ। ସେପେଟେ ବିଧାନସଭା ନିର୍ବାଚନ ପାଇଁ ପରସ୍ପର ମଧ୍ୟରେ ହାତ ମିଳାଇଛନ୍ତି ଦୁଷ୍ୟନ୍ତ ସିଂହ ଓ ଚନ୍ଦ୍ରଶେଖର ଆଜାଦ। ସେମାନଙ୍କ ଦଳ ଜେଜେପି ଓ ଆଜାଦ ସମାଜ ପାର୍ଟି ମଧ୍ୟରେ ମେଣ୍ଟ ହୋଇଛି। ଉଭୟେ ଏକାଠି ହୋଇ ନିର୍ବାଚନ ଲଢ଼ିବେ। ଆଗରୁ ବିଜେପି ସହିତ ସରକାରରେ ଥିଲେ ଦୁଷ୍ୟନ୍ତ ସିଂହ। କିଛି ଦିନ ଆଗରୁ ବିଜେପି ସହିତ ସଂପର୍କ ଛିନ୍ନ କରିଥିଲେ ଏବଂ ଏବେ ଆଜାଦଙ୍କ ସହିତ ମେଣ୍ଟ କରିଛନ୍ତି।
The post ହରିୟାଣା ବିଧାନସଭା ନିର୍ବାଚନ : ବିଜେପି ଜାରି କଲା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା appeared first on .