ହରିୟାଣା ରାଜନୀତିରେ ହଲଚଲ୍; ନିର୍ବାଚନ ପୂର୍ବରୁ ଭାଙ୍ଗିଲା ମେଣ୍ଟ ସରକାର

ଚଣ୍ଡିଗଡ଼: ଲୋକସଭା ନିର୍ବାଚନ ପୂର୍ବରୁ ହରିୟାଣା ରାଜନୀତିରେ ହଲଚଲ୍ । ହରିୟାଣାରେ ଭାଙ୍ଗିଲା ମେଣ୍ଟ ସରକାର । ମନୋହାରଲାଲ୍ ଖଟ୍ଟର ସରକାର ଭାଙ୍ଗିଯାଇଛି । ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କ ସହିତ ପୂରା କ୍ୟାବନେଟ୍ ଇସ୍ତଫା ଦେଇଛନ୍ତି । ଆଜି ନୂଆ ସରକାର ଗଠନ ହେବ। ଦ୍ବିପ୍ରହରେ ଶପଥ ଗ୍ରହଣ ଉତ୍ସବ ହେବ ବୋଲି କୁହାଯାଉଛି । ସହଯୋଗୀ ଜନନାୟକ ଜନତା ପାର୍ଟିଠାରୁ ବିଜେପି ଅପସରି ଯାଇଛି । ସମର୍ଥନ ଫେରାଇ ନେବା ପରେ ସରକାର ଭାଙ୍ଗିଯାଉଛି । Manohar Lal Khattar resigns as CM of Haryana pic.twitter.com/mV311cH8jm— ANI (@ANI) March 12, 2024ସୂଚନା ମୁତାବକ, ଲୋକସଭା ନିର୍ବାଚନ ଲାଗି ହରିୟାଣରେ ସିଟ୍ ସେୟାରିଂ ଛିଡିନାହିଁ । ବିଜେପି ଓ ଜେଜେପି ମଧ୍ୟମରେ ଆସନ ଭାଗବଣ୍ଟା ନେଇ ଟଣାଓଟରା ଲାଗି ରହିଥିଲା । ଫଳରେ ସମାଧାନର ସୂତ୍ର ନ ବାହାରିବାରୁ ବିଜେପି-ଜେଜେପି ମେଣ୍ଟ ଭାଙ୍ଗିଯାଇଛି ।  ଚଣ୍ଡିଗଡ଼ରେ ବିଜେପିର ବିଧାୟକ ଦଳ ବୈଠକ ବସିଥିଲା । ଏହା ପରେ ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରିମଣ୍ଡଳ ସହିତ ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ପୂରା କ୍ୟାବିନେଟର ଇସ୍ତଫା ପତ୍ର ଦେଇଛନ୍ତି । ତେବେ ଆଉ କିଛି ସମୟ ପରେ ନୂଆ ସରକାର ଗଠନ ହେବ ବୋଲି କୁହାଯାଉଛି । ଦିନ ଗୋଟାଏ ବେଳେ ନୂଆ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ହେବ । ସୂଚନା ଅନୁଯାୟୀ, ଉପ-ମୁଖ୍ୟମନ୍ତ୍ରୀ ଦୁଷନ୍ତ ଚୌଚାଲା ନିଜ ସରକାରୀ ଗାଡ଼ି ଫେରାଇ ଦେଇଛନ୍ତି । ଏହାଛଡ଼ା

ହରିୟାଣା ରାଜନୀତିରେ ହଲଚଲ୍; ନିର୍ବାଚନ ପୂର୍ବରୁ ଭାଙ୍ଗିଲା ମେଣ୍ଟ ସରକାର

ଚଣ୍ଡିଗଡ଼ଲୋକସଭା ନିର୍ବାଚନ ପୂର୍ବରୁ ହରିୟାଣା ରାଜନୀତିରେ ହଲଚଲ୍ । ହରିୟାଣାରେ ଭାଙ୍ଗିଲା ମେଣ୍ଟ ସରକାର । ମନୋହାରଲାଲ୍ ଖଟ୍ଟର ସରକାର ଭାଙ୍ଗିଯାଇଛି । ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କ ସହିତ ପୂରା କ୍ୟାବନେଟ୍ ଇସ୍ତଫା ଦେଇଛନ୍ତି । ଆଜି ନୂଆ ସରକାର ଗଠନ ହେବ। ଦ୍ବିପ୍ରହରେ ଶପଥ ଗ୍ରହଣ ଉତ୍ସବ ହେବ ବୋଲି କୁହାଯାଉଛି । ସହଯୋଗୀ ଜନନାୟକ ଜନତା ପାର୍ଟିଠାରୁ ବିଜେପି ଅପସରି ଯାଇଛି । ସମର୍ଥନ ଫେରାଇ ନେବା ପରେ ସରକାର ଭାଙ୍ଗିଯାଉଛି । 


ସୂଚନା ମୁତାବକ, ଲୋକସଭା ନିର୍ବାଚନ ଲାଗି ହରିୟାଣରେ ସିଟ୍ ସେୟାରିଂ ଛିଡିନାହିଁ । ବିଜେପି ଓ ଜେଜେପି ମଧ୍ୟମରେ ଆସନ ଭାଗବଣ୍ଟା ନେଇ ଟଣାଓଟରା ଲାଗି ରହିଥିଲା । ଫଳରେ ସମାଧାନର ସୂତ୍ର ନ ବାହାରିବାରୁ ବିଜେପି-ଜେଜେପି ମେଣ୍ଟ ଭାଙ୍ଗିଯାଇଛି ।  


ଚଣ୍ଡିଗଡ଼ରେ ବିଜେପିର ବିଧାୟକ ଦଳ ବୈଠକ ବସିଥିଲା । ଏହା ପରେ ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରିମଣ୍ଡଳ ସହିତ ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ପୂରା କ୍ୟାବିନେଟର ଇସ୍ତଫା ପତ୍ର ଦେଇଛନ୍ତି । ତେବେ ଆଉ କିଛି ସମୟ ପରେ ନୂଆ ସରକାର ଗଠନ ହେବ ବୋଲି କୁହାଯାଉଛି । ଦିନ ଗୋଟାଏ ବେଳେ ନୂଆ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ହେବ ।

 

ସୂଚନା ଅନୁଯାୟୀ, ଉପ-ମୁଖ୍ୟମନ୍ତ୍ରୀ ଦୁଷନ୍ତ ଚୌଚାଲା ନିଜ ସରକାରୀ ଗାଡ଼ି ଫେରାଇ ଦେଇଛନ୍ତି । ଏହାଛଡ଼ା ଜେଜେପି ବିଧାୟକଙ୍କ ମଧ୍ୟରେ ଦ୍ବନ୍ଦ୍ବ ଦେଖାଦେଇଛି । ଜେଜେପି ବିଧାୟକ ବବଲୀ ବିଜେପି ସାମିଲ୍ ହେବା ନେଇ କୁହାଯାଉଛି । ଆଉ କିଛି ସମୟରେ ପରେ ହରିୟାଣା ବିଜେପିର ବିଧାୟକ ଦଳ ବୈଠକ ବସିବ । ଏଥିପାଇଁ ରାଜ୍ୟ ପର୍ଯ୍ୟବେକ୍ଷକ ଅର୍ଜୁନ ମୁଣ୍ଡା ଏବଂ ତରୁଣ ଚୁଘ ଚଣ୍ଡିଗଡ଼ ଗସ୍ତରେ ବାହାରିଯାଇଛନ୍ତି । ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କ ନେତୃତ୍ବରେ ଏହି ବୈଠକ ବସିବ । ଏଥିରେ ନୂଆ ବିଧାୟକ ଦଳ ନେତା ବଛା ଯିବ । ଏହାଛଡ଼ା ବିଜେପି ବରିଷ୍ଠ ନେତା ନିଷ୍ପତ୍ତି ନେବେ ଆଗାମୀ ଲୋକସଭା ନିର୍ବାଚନ ଦଳ ମନୋହରଲାଲ୍ ଖଟ୍ଟରଙ୍କ ନେତ୍ବତ୍ବରେ ମୈଦନକୁ ଓହ୍ଲାଇବ ନା ନୂଆ ନେତା ସାମ୍ନାକୁ ଆସିବେ ।  ଅନ୍ୟପଟେ ମନ୍ତ୍ରିମଣ୍ଡଳରେ କିଛି ପରିବର୍ତ୍ତନ ହୋଇପାରେ । କ୍ୟାବିନେଟରେ ସ୍ବାଧିନ ବିଧାୟକଙ୍କୁ ବିଶେଷ ଗୁରୁତ୍ବ ଦିଆଯିବ ବୋଲି କୁହାଯାଉଛି ।  କ୍ୟାବିନେଟରେ ନିର୍ଦଳୀୟ ବିଧାୟକଙ୍କୁ ସ୍ଥାନ ମିଳିପାରେ ।