ହରିୟାଣାର ଯାତ୍ରୀବାହୀ ବସ୍‌ରେ ଲାଗିଲା ନିଆଁ : ୮ ଜୀବନ୍ତ ଦଗ୍ଧ, ୨୪ ଗୁରୁତର

ନୂଆଦିଲ୍ଲୀ ୧୮। ୦୫: ହରିୟାଣାରେ ଏକ ଭୟଙ୍କର ସଡକ ଦୁର୍ଘଟଣା ହୋଇଛି । ହରିୟାଣାର ନୁଂହ ଜିଲ୍ଲାରେ ଏକ ଟୁରିଷ୍ଟ ବସ୍‌ରେ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣାରେ ୮ ଜଣ ପର୍ଯ୍ୟଟକ ଜୀବନ୍ତ ଦଗ୍ଧ ହୋଇଯାଇଥିବାର ଖବର ରହିଛି। ୨୪ ପର୍ଯ୍ୟଟକ ଗୁରୁତର ଭାବେ ଜଳି ଯାଇ  ଆହତ ହୋଇଛନ୍ତି ଏବଂ ଚିକିତ୍ସା ପାଇଁ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯାତ୍ରୀମାନେ ଏହି ଦୁର୍ଘଟଣା ସମ୍ପର୍କରେ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ସୂଚନା ଦେଇଛନ୍ତି। ସୂଚନା ପାଇବା ମାତ୍ରେ ପୋଲିସ ଟିମ୍ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ସେତେବେଳକୁ ବସ୍ ଜଳି ପୋଡି ପାଉଁଶ ହୋଇଯାଇଥିଲା। ଯାତ୍ରୀମାନଙ୍କ ଚିତ୍କାର ଶୁଣି ନିକଟସ୍ଥ ଲୋକମାନେ ଧାଇଁ ଆସି ଯାତ୍ରୀଙ୍କୁ ବସରୁ ଉଦ୍ଧାର କରିଥିଲେ। ପର୍ଯ୍ୟଟକମାନେ ପଞ୍ଜାବ-ଚଣ୍ଡିଗଡ଼ର ବାସିନ୍ଦା ଥିଲେମିଳିଥିବା ସୂଚନା ଅନୁଯାୟୀ, ବସ୍‌ରେ ପ୍ରାୟ ୬୦ ଜଣ ଲୋକ ଯାତ୍ରା କରୁଥିଲେ। ଯେଉଁମାନେ ପଞ୍ଜାବ ଏବଂ ଚଣ୍ଡିଗଡ଼ର ବାସିନ୍ଦା ବୋଲି କୁହାଯାଉଛି। ଏହା ରାତି ପ୍ରାୟ ୧.୩୦ ସମୟରେ ଏହି ଦୁର୍ଘଟଣା ଘଟିଛି । ବନାରସ ଏବଂ ବୃନ୍ଦାବନ ପରିଦର୍ଶନ କରିବା ପରେ ଯାତ୍ରୀମାନେ ଫେରୁଥିଲେ। ଆହତ ପର୍ଯ୍ୟଟକଙ୍କ ମଧ୍ୟରେ ମହିଳା ଏବଂ ଶିଶୁ ମଧ୍ୟ ଅଛନ୍ତି। ଏହି ଦୁର୍ଘଟଣାର ପ୍ରତ୍ୟକ୍ଷଦର୍ଶୀ ସାବୀର, ନାସିମ ଏବଂ ସେମାନଙ୍କ ସାଙ୍ଗମାନେ କହିଛନ୍ତି ଯେ ବସ୍ ପଛ ପଟରୁ ଜଳୁଛି ଏବଂ ଯାତ୍ରୀମାନେ ଚ

ହରିୟାଣାର ଯାତ୍ରୀବାହୀ ବସ୍‌ରେ ଲାଗିଲା ନିଆଁ : ୮ ଜୀବନ୍ତ ଦଗ୍ଧ,  ୨୪ ଗୁରୁତର

ନୂଆଦିଲ୍ଲୀ ୧୮। ୦୫: ହରିୟାଣାରେ ଏକ ଭୟଙ୍କର ସଡକ ଦୁର୍ଘଟଣା ହୋଇଛି । ହରିୟାଣାର ନୁଂହ ଜିଲ୍ଲାରେ ଏକ ଟୁରିଷ୍ଟ ବସ୍‌ରେ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣାରେ ୮ ଜଣ ପର୍ଯ୍ୟଟକ ଜୀବନ୍ତ ଦଗ୍ଧ ହୋଇଯାଇଥିବାର ଖବର ରହିଛି। ୨୪ ପର୍ଯ୍ୟଟକ ଗୁରୁତର ଭାବେ ଜଳି ଯାଇ  ଆହତ ହୋଇଛନ୍ତି ଏବଂ ଚିକିତ୍ସା ପାଇଁ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯାତ୍ରୀମାନେ ଏହି ଦୁର୍ଘଟଣା ସମ୍ପର୍କରେ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ସୂଚନା ଦେଇଛନ୍ତି। ସୂଚନା ପାଇବା ମାତ୍ରେ ପୋଲିସ ଟିମ୍ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ସେତେବେଳକୁ ବସ୍ ଜଳି ପୋଡି ପାଉଁଶ ହୋଇଯାଇଥିଲା। ଯାତ୍ରୀମାନଙ୍କ ଚିତ୍କାର ଶୁଣି ନିକଟସ୍ଥ ଲୋକମାନେ ଧାଇଁ ଆସି ଯାତ୍ରୀଙ୍କୁ ବସରୁ ଉଦ୍ଧାର କରିଥିଲେ।

 

ପର୍ଯ୍ୟଟକମାନେ ପଞ୍ଜାବ-ଚଣ୍ଡିଗଡ଼ର ବାସିନ୍ଦା ଥିଲେ

ମିଳିଥିବା ସୂଚନା ଅନୁଯାୟୀ, ବସ୍‌ରେ ପ୍ରାୟ ୬୦ ଜଣ ଲୋକ ଯାତ୍ରା କରୁଥିଲେ। ଯେଉଁମାନେ ପଞ୍ଜାବ ଏବଂ ଚଣ୍ଡିଗଡ଼ର ବାସିନ୍ଦା ବୋଲି କୁହାଯାଉଛି। ଏହା ରାତି ପ୍ରାୟ ୧.୩୦ ସମୟରେ ଏହି ଦୁର୍ଘଟଣା ଘଟିଛି । ବନାରସ ଏବଂ ବୃନ୍ଦାବନ ପରିଦର୍ଶନ କରିବା ପରେ ଯାତ୍ରୀମାନେ ଫେରୁଥିଲେ। ଆହତ ପର୍ଯ୍ୟଟକଙ୍କ ମଧ୍ୟରେ ମହିଳା ଏବଂ ଶିଶୁ ମଧ୍ୟ ଅଛନ୍ତି। ଏହି ଦୁର୍ଘଟଣାର ପ୍ରତ୍ୟକ୍ଷଦର୍ଶୀ ସାବୀର, ନାସିମ ଏବଂ ସେମାନଙ୍କ ସାଙ୍ଗମାନେ କହିଛନ୍ତି ଯେ ବସ୍ ପଛ ପଟରୁ ଜଳୁଛି ଏବଂ ଯାତ୍ରୀମାନେ ଚିତ୍କାର କରୁଛନ୍ତି। ସେ ବାଇକରେ ବସକୁ ଫଲୋ କରି ଡ୍ରାଇଭରଙ୍କୁ ଜଣାଇ ବସ୍ ଅଟକାଇଥିଲେ। ଯାତ୍ରୀମାନେ ଓହ୍ଲାଇବା ବେଳକୁ ନିଆଁ ପୁରା ବସ୍‌ରେ ଲାଗିଯାଇଥିଲ।