ଚରମ୍ପାରେ ବ୍ୟବସାୟୀଙ୍କୁ ଗୁଳିମାଡ଼ ଘଟଣା : ଘଟଣାସ୍ଥଳରେ ଡିଆଇଜିଙ୍କ ତନାଘନା
ଭଦ୍ରକ ୨୨।୬: ଭଦ୍ରକ ସହରର ଚରମ୍ପା ଠାରେ ହୋଇଥିବା ଗୁଳିକାଣ୍ଡ ଘଟଣା ପରେ ପୋଲିସର ତନାଘନା ଆରମ୍ଭ ହୋଇଛି । ପୂର୍ବାଞ୍ଚଳ ଡିଆଇଜି ଓ ଏସ୍ପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ପ୍ରକ୍ରିୟା ଯାଞ୍ଚ କରିଛନ୍ତି । ଶନିବାର ଚରମ୍ପା ଛକ ନିକଟରୁ କିଛି ଦୂରରେ ବ୍ୟବସାୟୀ ବିଦ୍ୟାଧର ପାତ୍ରଙ୍କୁ କେତେକ ଦୁର୍ବୃତ୍ତ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ । ପରେ ସ୍ଥାନୀୟ ଲୋକେ ବିଦ୍ୟାଧରଙ୍କୁ ଗୁରୁତର ଭାବେ ପ୍ରଥମେ ଭଦ୍ରକ ମେଡିକାଲ ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ବିଦ୍ୟାଧରଙ୍କ ଦେହରୁ ଅପରେସନ ପରେ ଗୁଳି ବାହାର କରାଯାଇଛି ବୋଲି ସୂଚନା ମିଳିଛି ।ତେବେ ଘଟଣା ପରେ ପୂର୍ବାଞ୍ଚଳ ଡିଆଇଜି ଡକ୍ଟର ସତ୍ୟଜିତ ନାୟକ, ଭଦ୍ରକ ଏସ୍ପି ମନୋଜ ରାଉତଙ୍କ ସହ ଅନ୍ୟ ଅଧିକାରୀ ମାନେ ଗୁଳିକାଣ୍ଡ ହୋଇଥିବା ସ୍ଥାନକୁ ଯାଇ ତଦନ୍ତ କରିଛନ୍ତି । ବିଦ୍ୟାଧରଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି ଡିଆଇଜି । ଏବେ ପର୍ଯ୍ୟନ୍ତ ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ହୋଇଥିବା ବେଳେ ସିସିଟିଭି ଯାଞ୍ଚ ସହ ବିଭିନ୍ନ ସ୍ଥାନରେ ବ୍ଲକିଂ ଓ ଚଢ଼ାଉ ଚାଲିଥିବା କହିଛନ୍ତି ଡିଆଇଜି । ଘଟଣା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଖୁବ୍ ଶୀଘ୍ର ଅପରାଧୀ ଙ୍କୁ ପୋଲିସ ଧରିବ ବୋଲି କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଭଦ୍ରକ ସହରର ଚରମ୍ପା ଛକ ନିକଟରେ ବ୍ୟବସାୟୀଙ୍କୁ ଗୁଳିମାଡ ହୋଇଥିଲା । ଗୁଳିମାଡର ଶିକାର ହୋଇଥିଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ବେଳାମଳା ଗ୍ରାମର ବି
ଭଦ୍ରକ ୨୨।୬: ଭଦ୍ରକ ସହରର ଚରମ୍ପା ଠାରେ ହୋଇଥିବା ଗୁଳିକାଣ୍ଡ ଘଟଣା ପରେ ପୋଲିସର ତନାଘନା ଆରମ୍ଭ ହୋଇଛି । ପୂର୍ବାଞ୍ଚଳ ଡିଆଇଜି ଓ ଏସ୍ପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ପ୍ରକ୍ରିୟା ଯାଞ୍ଚ କରିଛନ୍ତି । ଶନିବାର ଚରମ୍ପା ଛକ ନିକଟରୁ କିଛି ଦୂରରେ ବ୍ୟବସାୟୀ ବିଦ୍ୟାଧର ପାତ୍ରଙ୍କୁ କେତେକ ଦୁର୍ବୃତ୍ତ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ । ପରେ ସ୍ଥାନୀୟ ଲୋକେ ବିଦ୍ୟାଧରଙ୍କୁ ଗୁରୁତର ଭାବେ ପ୍ରଥମେ ଭଦ୍ରକ ମେଡିକାଲ ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ବିଦ୍ୟାଧରଙ୍କ ଦେହରୁ ଅପରେସନ ପରେ ଗୁଳି ବାହାର କରାଯାଇଛି ବୋଲି ସୂଚନା ମିଳିଛି ।

ତେବେ ଘଟଣା ପରେ ପୂର୍ବାଞ୍ଚଳ ଡିଆଇଜି ଡକ୍ଟର ସତ୍ୟଜିତ ନାୟକ, ଭଦ୍ରକ ଏସ୍ପି ମନୋଜ ରାଉତଙ୍କ ସହ ଅନ୍ୟ ଅଧିକାରୀ ମାନେ ଗୁଳିକାଣ୍ଡ ହୋଇଥିବା ସ୍ଥାନକୁ ଯାଇ ତଦନ୍ତ କରିଛନ୍ତି । ବିଦ୍ୟାଧରଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି ଡିଆଇଜି । ଏବେ ପର୍ଯ୍ୟନ୍ତ ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ହୋଇଥିବା ବେଳେ ସିସିଟିଭି ଯାଞ୍ଚ ସହ ବିଭିନ୍ନ ସ୍ଥାନରେ ବ୍ଲକିଂ ଓ ଚଢ଼ାଉ ଚାଲିଥିବା କହିଛନ୍ତି ଡିଆଇଜି । ଘଟଣା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଖୁବ୍ ଶୀଘ୍ର ଅପରାଧୀ ଙ୍କୁ ପୋଲିସ ଧରିବ ବୋଲି କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ଭଦ୍ରକ ସହରର ଚରମ୍ପା ଛକ ନିକଟରେ ବ୍ୟବସାୟୀଙ୍କୁ ଗୁଳିମାଡ ହୋଇଥିଲା । ଗୁଳିମାଡର ଶିକାର ହୋଇଥିଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ବେଳାମଳା ଗ୍ରାମର ବିଦ୍ୟାଧର ପାତ୍ର । ଚରମ୍ପା ସ୍ଥିତ ନିଜ ଦୋକାନ ବନ୍ଦ କରି ଘରକୁ ଯାଉଥିବା ସମୟରେ କେତେକ ଦୁର୍ବୃତ୍ତ ଆସି ଗୁଳି ଫୁଟାଇଥିଲେ । ଲୁଟ୍ ଉଦ୍ଦେଶ୍ୟରେ ବିଦ୍ୟାଧରଙ୍କୁ ଗୁଳି ମାଡ଼ କରାଯାଇଥିବା ସନ୍ଦେହ କରାଯାଉଥିଲା । ପରେ ଗୁଳି ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଦୌଡ଼ି ଆସିଥିଲେ । ଦୁର୍ବୃତ୍ତ ମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ପ୍ରତ୍ୟେକ୍ଷଦର୍ଶୀଙ୍କ ଅନୁଯାୟୀ ଦୁଇ ରାଉଣ୍ଡ ଗୁଳି ଫୁଟିଥିଲା । ବାଇକରେ ଯାଉଥିବା ବିଦ୍ୟାଧର ରାସ୍ତାରେ ଟଳି ପଡ଼ିଥିଲେ । ତାଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଗୁରୁତର ଭାବେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।
You Can Read: