ନିଷ୍ଠୁର ହୋଇଗଲେ ସିଡିପିଓ, ମାନସିକ ଯନ୍ତ୍ରଣାରେ ଜନ୍ମ ପୂର୍ବରୁ ଆଖିବୁଜିଲା କର୍ମଚାରୀଙ୍କ ଶିଶୁ
କେନ୍ଦ୍ରାପଡା ୨୯/୧୦: ନିର୍ଦ୍ଦୟୀ, ନିଷ୍ଠୁର, ଭାରି କଠୋର । ଜଣେ ମହିଳା ହୋଇ ବି ଶୁଣିଲେଣି ଜଣେ ମହିଳାଙ୍କ କଷ୍ଟ । ଆଖି ଆଗରେ କଷ୍ଟ ପାଉଥିବା ଗର୍ଭବତୀଙ୍କ ପ୍ରତି ହୋଇଗଲେ ପଥର । ଗର୍ଭ ଯନ୍ତ୍ରଣାରେ ଛଟପଟ ମହିଳାଙ୍କ କଷ୍ଟ ଦେଖି ତାଙ୍କ ହୃଦୟ ବି ତରଳିଲାନି । ନିଜ ପଦବୀ ବଳରେ ନିଜର ଜଣେ ଅଧୀନସ୍ଥ ଗର୍ଭବତୀ ମହିଳା କର୍ମଚାରୀଙ୍କୁ ମେଡିକାଲ ଯିବାକୁ ଦେଲେନି ଅନୁମତି । ଅଫିସରେ ଗର୍ଭ ଯନ୍ତ୍ରଣାରେ ଛଟପଟ ହୋଇଥିଲେ ମହିଳା କର୍ମଚାରୀ ଜଣକ । ଶେଷରେ ସବୁଦିନ ପାଇଁ ଜନ୍ମ ପୂର୍ବରୁ ଆଖିବୁଜିଥିଲା ତାଙ୍କ ଗର୍ଭସ୍ଥ ସନ୍ତାନ । କେନ୍ଦ୍ରାପଡାରୁ ନଜର ଆସିଛି ଏମିତି ଅଭାବନୀୟ ଘଟଣା । କହିବାକୁ ଗଲେ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ମହିଳା ଓ ଶିଶୁ ବିକାଶ ବିଭାଗରେ କାର୍ଯ୍ୟରତ କିରାଣୀ ବର୍ଷା ପ୍ରିୟଦର୍ଶିନୀ ମହାପାତ୍ର । ସେ ୭ ମାସର ଗର୍ଭବତୀ ଥିଲେ। ସେ ନିୟମିତ କାର୍ଯ୍ୟାଳୟ ଆସି କାମ କରୁଥିଲେ । ଗତ ୨୫ ତାରିଖରେ ସେ କାର୍ଯ୍ୟାଳୟରେ ଥିବାବେଳେ ଆରମ୍ଭ ହୋଇଥିଲା ଗର୍ଭ ଯନ୍ତ୍ରଣା । ତାଙ୍କୁ ତୁରନ୍ତ ଡାକ୍ତରଖାନା ନେବାକୁ ବର୍ଷା ବିଭାଗୀୟ ଅଧିକାରୀ ତଥା CDPO ସ୍ନେହଲତା ସାହୁଙ୍କୁ ନିବେଦନ କରିଥିଲେ। କିନ୍ତୁ ସିଡିପିଓ ତାଙ୍କୁ ମେଡିକାଲ ନ ଛାଡ଼ି ଓଲଟା ଖରାପ ବ୍ୟବହାର କରିଥିଲେ । ଏମିତିକି ତାଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ କରିଛନ୍ତି ନିଜେ ବର୍ଷା।ତେବେ ଉପରିସ୍ଥ ଅଧିକାରୀଙ୍କ ଏପରି ବ୍ୟବହାର ଫଳରେ ବର୍ଷାଙ୍କ ଗର୍ଭ ନ
କେନ୍ଦ୍ରାପଡା ୨୯/୧୦: ନିର୍ଦ୍ଦୟୀ, ନିଷ୍ଠୁର, ଭାରି କଠୋର । ଜଣେ ମହିଳା ହୋଇ ବି ଶୁଣିଲେଣି ଜଣେ ମହିଳାଙ୍କ କଷ୍ଟ । ଆଖି ଆଗରେ କଷ୍ଟ ପାଉଥିବା ଗର୍ଭବତୀଙ୍କ ପ୍ରତି ହୋଇଗଲେ ପଥର । ଗର୍ଭ ଯନ୍ତ୍ରଣାରେ ଛଟପଟ ମହିଳାଙ୍କ କଷ୍ଟ ଦେଖି ତାଙ୍କ ହୃଦୟ ବି ତରଳିଲାନି । ନିଜ ପଦବୀ ବଳରେ ନିଜର ଜଣେ ଅଧୀନସ୍ଥ ଗର୍ଭବତୀ ମହିଳା କର୍ମଚାରୀଙ୍କୁ ମେଡିକାଲ ଯିବାକୁ ଦେଲେନି ଅନୁମତି ।
ଅଫିସରେ ଗର୍ଭ ଯନ୍ତ୍ରଣାରେ ଛଟପଟ ହୋଇଥିଲେ ମହିଳା କର୍ମଚାରୀ ଜଣକ । ଶେଷରେ ସବୁଦିନ ପାଇଁ ଜନ୍ମ ପୂର୍ବରୁ ଆଖିବୁଜିଥିଲା ତାଙ୍କ ଗର୍ଭସ୍ଥ ସନ୍ତାନ । କେନ୍ଦ୍ରାପଡାରୁ ନଜର ଆସିଛି ଏମିତି ଅଭାବନୀୟ ଘଟଣା ।
କହିବାକୁ ଗଲେ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ମହିଳା ଓ ଶିଶୁ ବିକାଶ ବିଭାଗରେ କାର୍ଯ୍ୟରତ କିରାଣୀ ବର୍ଷା ପ୍ରିୟଦର୍ଶିନୀ ମହାପାତ୍ର । ସେ ୭ ମାସର ଗର୍ଭବତୀ ଥିଲେ। ସେ ନିୟମିତ କାର୍ଯ୍ୟାଳୟ ଆସି କାମ କରୁଥିଲେ । ଗତ ୨୫ ତାରିଖରେ ସେ କାର୍ଯ୍ୟାଳୟରେ ଥିବାବେଳେ ଆରମ୍ଭ ହୋଇଥିଲା ଗର୍ଭ ଯନ୍ତ୍ରଣା । ତାଙ୍କୁ ତୁରନ୍ତ ଡାକ୍ତରଖାନା ନେବାକୁ ବର୍ଷା ବିଭାଗୀୟ ଅଧିକାରୀ ତଥା CDPO ସ୍ନେହଲତା ସାହୁଙ୍କୁ ନିବେଦନ କରିଥିଲେ। କିନ୍ତୁ ସିଡିପିଓ ତାଙ୍କୁ ମେଡିକାଲ ନ ଛାଡ଼ି ଓଲଟା ଖରାପ ବ୍ୟବହାର କରିଥିଲେ । ଏମିତିକି ତାଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ କରିଛନ୍ତି ନିଜେ ବର୍ଷା।
ତେବେ ଉପରିସ୍ଥ ଅଧିକାରୀଙ୍କ ଏପରି ବ୍ୟବହାର ଫଳରେ ବର୍ଷାଙ୍କ ଗର୍ଭ ନଷ୍ଟ ହୋଇଯାଇଥିବା ସେ ଅଭିଯୋଗ କରିଛନ୍ତି । ବର୍ଷାଙ୍କ କହିବା କଥା ସେ ୭ ମାସର ଗର୍ଭବତୀ ଥିଲେ । ଗତ ୨୫ ତାରିଖ ଦିନ ସେ ନିଜ କାର୍ଯ୍ୟାଳୟରେ ଥିବା ବେଳେ ହଠାତ୍ ତାଙ୍କର ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥଲା । ସେ ଡାକ୍ତରଖାନା ଯିବାପାଇଁ ଉପରିସ୍ଥ ଅଧିକାରୀ CDPO ସ୍ନେହଲତା ସାହୁଙ୍କୁ ଅନୁରୋଧ କରିଥିଲେ l
କିନ୍ତୁ ସେ ତାଙ୍କୁ ଅନୁମତି ଦେବା ତ ଦୂରର କଥା ଓଲଟା ବିରକ୍ତ ହୋଇଥିଲେ । ଏହା ପରେ ଗର୍ଭ ଯନ୍ତ୍ରଣାରେ ଅସୁସ୍ଥ ହୋଇ ପଡିଥିଲେ। ଏ ବିଷୟରେ ସମ୍ପର୍କୀୟ ମାନେ ଖବର ପାଇ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲ ନେଇଥିଲେ। ସେଠାରେ ପରୀକ୍ଷା ନିରୀକ୍ଷା ପରେ ବର୍ଷାଙ୍କ ଗର୍ଭ ନଷ୍ଟ ହୋଇଯାଇଥିବା ଜଣାପଡ଼ିଥିଲା ।
ତେବେ କେବଳ ଏହି ଘଟଣାରେ ନୁହଁ ବରଂ ବିଭିନ୍ନ ସମୟରେ CDPO ତାଙ୍କୁ ମାନସିକ ନିର୍ଯ୍ୟାତନା ଦେବା ସହ ନାନା ପ୍ରକାର ଟାହିଟାପରା କରନ୍ତି ବୋଲି ବର୍ଷା ପ୍ରିୟଦର୍ଶିନୀ ଅଭିଯୋଗ କରିଛନ୍ତି । ଏ ନେଇ ସେ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଶାସ୍ତିବିଧାନ କରିବା ପାଇଁ ବର୍ଷାଙ୍କ ପରିବାର ଦାବି କରିଛନ୍ତି l