ହରିୟାଣାରେ କଂଗ୍ରେସକୁ ବଡ଼ ଝଟକା, ଦଳ ଛାଡିଲେ ବରିଷ୍ଠ ନେତା

ଚଣ୍ଡିଗଡ,୧୭।୧୦: କଂଗ୍ରେସର ବରିଷ୍ଠ ନେତା କ୍ୟାପଟେନ ଅଜୟ ସିଂ ଯାଦବ ହରିୟାଣାରେ ଦଳକୁ ଏକ ବଡ଼ ଝଟକା ଦେଇଛନ୍ତି। ସେ ଗୁରୁବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପୂର୍ବରୁ ଆଜି ସକାଳେ ଅଜୟ ଯାଦବ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ। ସେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ଘନିଷ୍ଠ ବନ୍ଧୁ ମଧ୍ୟ। ଅଜୟ ଯାଦବ ଏମ୍ସରେ ଲେଖିଛନ୍ତି ଯେ, ମୁଁ ଏଆଇସିସି ଓବିସି ବିଭାଗର ସଭାପତି ଏବଂ ଭାରତୀୟ ଜାତୀୟ କଂଗ୍ରେସ […] The post ହରିୟାଣାରେ କଂଗ୍ରେସକୁ ବଡ଼ ଝଟକା, ଦଳ ଛାଡିଲେ ବରିଷ୍ଠ ନେତା appeared first on Dharitri Odia News.

ହରିୟାଣାରେ କଂଗ୍ରେସକୁ ବଡ଼ ଝଟକା, ଦଳ ଛାଡିଲେ ବରିଷ୍ଠ ନେତା

ଚଣ୍ଡିଗଡ,୧୭।୧୦: କଂଗ୍ରେସର ବରିଷ୍ଠ ନେତା କ୍ୟାପଟେନ ଅଜୟ ସିଂ ଯାଦବ ହରିୟାଣାରେ ଦଳକୁ ଏକ ବଡ଼ ଝଟକା ଦେଇଛନ୍ତି। ସେ ଗୁରୁବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପୂର୍ବରୁ ଆଜି ସକାଳେ ଅଜୟ ଯାଦବ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ। ସେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ଘନିଷ୍ଠ ବନ୍ଧୁ ମଧ୍ୟ।

ଅଜୟ ଯାଦବ ଏମ୍ସରେ ଲେଖିଛନ୍ତି ଯେ, ମୁଁ ଏଆଇସିସି ଓବିସି ବିଭାଗର ସଭାପତି ଏବଂ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟତା ଇସ୍ତଫା ଦେଇଛି। ମୁଁ ମୋର ଇସ୍ତଫାପତ୍ର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଗେର୍ର୍ଙ୍କ ନିକଟକୁ ପଠାଇଛି। ଏହି ପୋଷ୍ଟରେ ସେ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ରାହୁଲ ଗାନ୍ଧୀଙ୍କୁ ଟ୍ୟାଗ କରିଛନ୍ତି।

ସେ କହିଛନ୍ତି, ଏହି ନିଷ୍ପତ୍ତି ବାସ୍ତବରେ କଷ୍ଟସାଧ୍ୟ ଥିଲା, କାରଣ ମୋ ପରିବାର ସହିତ ୭୦ ବର୍ଷ ଧରି ସମ୍ପର୍କ ରହିଥିଲା। ମୋ ବାପା ସ୍ବର୍ଗତ ରାଓ ଅଭୟ ସିଂ ୧୯୫୨ରେ ବିଧାୟକ ହୋଇଥିଲେ ଏବଂ ଏହା ପରେ ମୁଁ ପାରିବାରିକ ପରମ୍ପରା ଜାରି ରଖିଥିଲି, କିନ୍ତୁ ସୋନିଆ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ମୋ ସହ ଖରାପ ବ୍ୟବହାର କରାଯାଇଛି।

The post ହରିୟାଣାରେ କଂଗ୍ରେସକୁ ବଡ଼ ଝଟକା, ଦଳ ଛାଡିଲେ ବରିଷ୍ଠ ନେତା appeared first on Dharitri Odia News.