ହରିୟାଣାରେ ପ୍ରଚାର ଆରମ୍ଭ କଲେ ସୁନୀତା

ନନ୍ଦିଘୋଷ ବ୍ୟୁରୋ: ହରିୟାଣାରେ ଆମ ଆଦମୀ ପାର୍ଟି ଫୁଙ୍କିଲା ନିର୍ବାଚନୀ ପ୍ରଚାର ବିଗୁଲ। ଦଳ ପାଇଁ ପ୍ରଚାର ଆରମ୍ଭ କଲେ... The post ହରିୟାଣାରେ ପ୍ରଚାର ଆରମ୍ଭ କଲେ ସୁନୀତା appeared first on .

ହରିୟାଣାରେ ପ୍ରଚାର ଆରମ୍ଭ କଲେ ସୁନୀତା

ନନ୍ଦିଘୋଷ ବ୍ୟୁରୋ: ହରିୟାଣାରେ ଆମ ଆଦମୀ ପାର୍ଟି ଫୁଙ୍କିଲା ନିର୍ବାଚନୀ ପ୍ରଚାର ବିଗୁଲ। ଦଳ ପାଇଁ ପ୍ରଚାର ଆରମ୍ଭ କଲେ ଆପ୍ ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ପତ୍ନୀ ତଥା ଆପ୍ ନେତ୍ରୀ ସୁନୀତା କେଜରିୱାଲ। ଯମୁନାନଗରରେ ରାଲି କରି କେନ୍ଦ୍ର ଉପରେ ତୀବ୍ର ଭାବେ ବର୍ଷିଛନ୍ତି ସୁନୀତା। ହରିଆଣାରେ ଆଜି ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ ସୁନୀତା। ଏବେ ଦୁଇ ଦିନିଆ ହରିଆଣା ଗସ୍ତରେ ଅଛନ୍ତି ଆମ ଆଦମୀ ପାର୍ଟି ନେତ୍ରୀ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପତ୍ନୀ ସୁନୀତା କେଜରିୱାଲ। ହରିଆଣାର ଅମ୍ବାଲା, ରୋହତକ ଓ ଭିବାନୀରେ ଆମ ଆଦମୀ ପାର୍ଟି ପାଇଁ ପ୍ରଚାର କାର୍ଯ୍ୟକ୍ରମ ରହିଛି। ଗତ ସପ୍ତାହରେ ପଞ୍ଚକୁଲାରେ ଏକ କାର୍ଯ୍ୟକ୍ରମରେ କେଜରିୱାଲଙ୍କ ଗ୍ଯାରେଣ୍ଟି ଘୋଷଣା କରିଥିଲେ ସୁନୀତା। ଏହି ଅବସରରେ କେନ୍ଦ୍ର ଉପରେ ତୀବ୍ର ଭାବେ ବର୍ଷିଥିଲେ ସୁନୀତା କେଜରିୱାଲ। ଗରିବ ଶ୍ରେଣୀର ଲୋକଙ୍କୁ ମାଗଣା ବିଜୁଳି, ମୋହଲ୍ଲା କ୍ଲିନିକକେ ମାଗଣା ଚିକିତ୍ସା, ମାଗଣା ଶିକ୍ଷା, ହରିଆଣାର ପ୍ରତି ମହିଳାଙ୍କୁ ମାସିକ ୧ ହଜାର ଟଙ୍କା ସହ ଯୁବକଙ୍କୁ ରୋଜଗାର ଦେବାକୁ ଗ୍ଯାରେଣ୍ଟି ପ୍ରଦାନ କରିଛନ୍ତି ସୁନୀତା କେଜରିୱାଲ। ଲୋକସଭା ନିର୍ବାଚନରେ ସୁନୀତା କେଜରିୱାଲ ଦିଲ୍ଲୀ, ହରିଆଣା ଓ ଗୁଜରାଟରେ ସକ୍ରିୟ ପ୍ରଚାରକ ଥିଲେ। ଚଳିତ ମାସ ଆରମ୍ଭରୁ ହରିଆଣା ନିର୍ବାଚନରେ ସମସ୍ତ ୯୦ ଆସନରେ ନିର୍ବାଚନ ଲଢିବା ନେଇ ଘୋଷଣା କରିଛି ଆମ ଆଦମୀ ପାର୍ଟି। ଚଳିତ ବର୍ଷ ଶେଷ ଆଡ଼କୁ ହରିଆଣାରେ ବିଧାନସଭା ନିର୍ବାଚନ ହେବାର ଅଛି। ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଦିଲ୍ଲୀ ଅବକାରୀ ନୀତି ମାମଲାରେ ବିଚାର ବିଭାଗୀୟ ହାଜତରେ ଅଛନ୍ତି ।

The post ହରିୟାଣାରେ ପ୍ରଚାର ଆରମ୍ଭ କଲେ ସୁନୀତା appeared first on .