ହରିୟାଣାରେ ବିଜେପି ସରକାର ଉପରେ ସଂକଟ, ୩ ନିର୍ଦଳୀୟ ବିଧାୟକ ପ୍ରତ୍ୟାହାର କଲେ ସମର୍ଥନ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ମଧ୍ୟରେ ହରିୟାଣାରେ କ୍ଷମତାସୀନ ବିଜେପିକୁ ବଡ଼ ଝଟକା ଲାଗିଛି । ତିନି ନିର୍ଦଳୀୟ ବିଧାୟକ ମଙ୍ଗଳବାର ନାୟବ ସିଂ ସାଇନିଙ୍କ ସରକାରଠାରୁ ନିଜ ସମର୍ଥନ ପ୍ରତ୍ୟାହାର କରିଥିବା ଘୋଷଣା କରିଛନ୍ତି । ସୋମବୀର ସାଙ୍ଗୱାନ, ରଣଧୀର ଗୋଲେନ ଏବଂ ଧର୍ମପାଲ ଗୋନ୍ଦର କହିଛନ୍ତି ଯେ ଚଳିତ ନିର୍ବାଚନରେ କଂଗ୍ରେସକୁ ସମର୍ଥନ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ।ରୋହତକରେ ସାମ୍ୱାଦିକ ସମ୍ମିଳିନୀରେ ତିନି ନିର୍ଦଳୀୟ ବିଧାୟକ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡ୍ଡା ଏବଂ ପ୍ରଦେଶ ଅଧ୍ୟକ୍ଷ ଉଦୟଭାନଙ୍କ ଉପସ୍ଥିତିରେ ଏହି ଘୋଷଣା କରିଛନ୍ତି । ଗୋନ୍ଦର କହିଛନ୍ତି, ଆମେ ସରକାରଙ୍କଠାରୁ ନିଜ ସମର୍ଥନ ଫେରାଇ ନେଇଛୁ ଏବଂ କଂଗ୍ରେସକୁ ନିଜ ସମର୍ଥନ ଦେଉଛୁ । ସେ କହିଛନ୍ତି ଯେ ଚାଷୀଙ୍କ ସମେତ ଅନେକ ପ୍ରସଙ୍ଗକୁ ନେଇ ସେ ଏହି ନିଷ୍ପତ୍ତି ନେଇଛନ୍ତି ।#WATCH | Former Haryana CM & Congress leader Bhupinder Singh Hooda says, "Their decision is right the right decision taken at the right time. It is in the interest of the people...There is a wave of Congress. I welcome them..." pic.twitter.com/VyDc2YfdKR— ANI (@ANI) May 7, 2024ନିର୍ଦଳୀୟ ବିଧାୟକଙ୍କ ଦ୍ୱାରା ସମର୍ଥନ ଫେରାଇ ନିଆଯିବା ପରେ ହରିୟାଣାରେ ବହୁମତର ଗଣିତ ବିଗିଡି ଯାଇଛି ।
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ମଧ୍ୟରେ ହରିୟାଣାରେ କ୍ଷମତାସୀନ ବିଜେପିକୁ ବଡ଼ ଝଟକା ଲାଗିଛି । ତିନି ନିର୍ଦଳୀୟ ବିଧାୟକ ମଙ୍ଗଳବାର ନାୟବ ସିଂ ସାଇନିଙ୍କ ସରକାରଠାରୁ ନିଜ ସମର୍ଥନ ପ୍ରତ୍ୟାହାର କରିଥିବା ଘୋଷଣା କରିଛନ୍ତି । ସୋମବୀର ସାଙ୍ଗୱାନ, ରଣଧୀର ଗୋଲେନ ଏବଂ ଧର୍ମପାଲ ଗୋନ୍ଦର କହିଛନ୍ତି ଯେ ଚଳିତ ନିର୍ବାଚନରେ କଂଗ୍ରେସକୁ ସମର୍ଥନ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
ରୋହତକରେ ସାମ୍ୱାଦିକ ସମ୍ମିଳିନୀରେ ତିନି ନିର୍ଦଳୀୟ ବିଧାୟକ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡ୍ଡା ଏବଂ ପ୍ରଦେଶ ଅଧ୍ୟକ୍ଷ ଉଦୟଭାନଙ୍କ ଉପସ୍ଥିତିରେ ଏହି ଘୋଷଣା କରିଛନ୍ତି । ଗୋନ୍ଦର କହିଛନ୍ତି, ଆମେ ସରକାରଙ୍କଠାରୁ ନିଜ ସମର୍ଥନ ଫେରାଇ ନେଇଛୁ ଏବଂ କଂଗ୍ରେସକୁ ନିଜ ସମର୍ଥନ ଦେଉଛୁ । ସେ କହିଛନ୍ତି ଯେ ଚାଷୀଙ୍କ ସମେତ ଅନେକ ପ୍ରସଙ୍ଗକୁ ନେଇ ସେ ଏହି ନିଷ୍ପତ୍ତି ନେଇଛନ୍ତି ।
#WATCH | Former Haryana CM & Congress leader Bhupinder Singh Hooda says, "Their decision is right the right decision taken at the right time. It is in the interest of the people...There is a wave of Congress. I welcome them..." pic.twitter.com/VyDc2YfdKR— ANI (@ANI) May 7, 2024
ନିର୍ଦଳୀୟ ବିଧାୟକଙ୍କ ଦ୍ୱାରା ସମର୍ଥନ ଫେରାଇ ନିଆଯିବା ପରେ ହରିୟାଣାରେ ବହୁମତର ଗଣିତ ବିଗିଡି ଯାଇଛି । ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାରେ ମ୍ୟାଜିକ୍ ନମ୍ୱର ୪୫ । ବିଜେପି ପାଖରେ ୪୧ ବିଧାୟକ ଏବଂ ୬ ବିଧାୟକଙ୍କ ସମର୍ଥନ ରହିଛି । ଏଥିରୁ ଏବେ ତିନି ଜଣ ନିଜ ସମର୍ଥନ ଫେରାଇ ନେଇଛନ୍ତି । ଏବେ ଦେଖିବାକୁ ଗଲେ ହରିୟାଣାର ସାଇନି ସରକାରଙ୍କ ପାଖରେ ବର୍ତ୍ତମାନ ସମୟରେ ୪୪ ବିଧାୟକ ଅଛନ୍ତି । ଏହାରି ଭିତରେ ଖବର ଏହା ମଧ୍ୟ ଆସୁଛି ଯେ ହରିୟାଣାରେ ଅତୀତରେ ବିଜେପିର ସହଯୋଗୀ ଥିବା ଜେଜେପିର ୧୦ରୁ ୭ ଜଣ ବିଧାୟକ ନିଜ ପାର୍ଟିରେ ଅସନ୍ତୁଷ୍ଟ ଅଛନ୍ତି । ବିଧାନସଭାରେ ଭୋଟିଂ ସ୍ଥିତିରେ ଏହି ୭ ବିଧାୟକ କ୍ରସ ଭୋଟ୍ କରି ବିଜେପିକୁ ସମର୍ଥନ ଦେଇପାରନ୍ତି କିମ୍ୱା ଭୋଟିଂ ବେଳେ ଉପସ୍ଥିତ ନ ରହି ବିଜେପି ପାଇଁ ବିଶ୍ୱାସମତ ହାସଲ କରିବାରେ ସହଯୋଗ କରିପାରନ୍ତି ।