ହଲିଉଡର ଏହି ଅଭିନେତାଙ୍କ ଦେହାନ୍ତ, ଜଙ୍ଗଲରୁ ମିଳିଲା ମୃତଦେହ

ନୂଆଦିଲ୍ଲୀ ୦୭।୦୪: ୧୯୯୩ ଫେମ୍ ଅଭିନେତା କୋଲ୍ ବ୍ରିଇଙ୍ଗ୍ସ ପ୍ଲେଣ୍ଟି। ବର୍ତ୍ତମାନ ତାଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏହି ଅଭିନେତାଙ୍କର ମାତ୍ର ୨୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ଏହି ଖବର ଆସିବା ମାତ୍ରେ ହଇଚଇ ସୃଷ୍ଟି ହୋଇଛି। କୁହାଯାଏ ଯେ ପ୍ଲେଣ୍ଟି ଦୀର୍ଘ ସମୟ ଧରି ନିଖୋଜ ଥିଲେ। ଏହି ସୂଚନା ଅଭିନେତାଙ୍କ ମାଆ ଏବଂ ଅଙ୍କଲ ପ୍ରଦାନ ଦେଇଥିଲେ । ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କୁ ଖୋଜିବା ପାଇଁ ଲୋକଙ୍କୁ ନିବେଦନ କରାଯାଇଥିଲା । ରିପୋର୍ଟ ଅନୁଯାୟୀ, ଜଙ୍ଗଲରେ କୋଲଙ୍କ ମୃତଦେହ ମିଳିଛି। କହିବାକୁ ଗଲେ ଅଭିନେତାଙ୍କ ବିରୋଧରେ ଘରୋଇ ହିଂସାର ଆଭିଯୋଗ ମଧ୍ୟ ହୋଇଥିଲା ।   View this post on InstagramA post shared by Cole Brings Plenty (@colebringsplenty)ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କୋଲଙ୍କ ବିରୋଧରେ ପୋଲିସ ଗିରଫ ୱାରେଣ୍ଟ ଜାରି କରିଥିଲା। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଗତ ମାସରେ ମାର୍ଚ୍ଚ ୩୧ରେ ମହିଳା ଜଣକ ଚିତ୍କାର କରିବା ପରେ ସେ ଆପାର୍ଟମେଣ୍ଟରୁ ଦୌଡ଼ି ପଳାଇଥିବାର ଦେଖାଯାଇଥିଲା। ଏହି ଘଟଣା ପରେ ପୋଲିସ କୋଲଙ୍କୁ ଖୋଜୁଥିଲା। ଏନେଇ ପୋଲିସ ସମସ୍ତ ଏଜେନ୍ସିକୁ ସୂଚନା ଦେଇଥିଲା। ଏହା ମଧ୍ୟ କୁହାଯାଇଛି ଜଙ୍ଗଲରେ କୋଲ୍‌ଙ୍କ ମୃତ ଦେହର ହଠାତ୍ ମିଳିବାରୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଅଭିନେତାଙ୍କ ମୃତ୍ୟୁ ବିଷୟରେ ସୋସିଆଲ ମିଡିଆ ମାଧ୍ୟମ

ହଲିଉଡର ଏହି ଅଭିନେତାଙ୍କ ଦେହାନ୍ତ, ଜଙ୍ଗଲରୁ ମିଳିଲା ମୃତଦେହ

ନୂଆଦିଲ୍ଲୀ ୦୭।୦୪: ୧୯୯୩ ଫେମ୍ ଅଭିନେତା କୋଲ୍ ବ୍ରିଇଙ୍ଗ୍ସ ପ୍ଲେଣ୍ଟି। ବର୍ତ୍ତମାନ ତାଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏହି ଅଭିନେତାଙ୍କର ମାତ୍ର ୨୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ଏହି ଖବର ଆସିବା ମାତ୍ରେ ହଇଚଇ ସୃଷ୍ଟି ହୋଇଛି। କୁହାଯାଏ ଯେ ପ୍ଲେଣ୍ଟି ଦୀର୍ଘ ସମୟ ଧରି ନିଖୋଜ ଥିଲେ। ଏହି ସୂଚନା ଅଭିନେତାଙ୍କ ମାଆ ଏବଂ ଅଙ୍କଲ ପ୍ରଦାନ ଦେଇଥିଲେ । ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କୁ ଖୋଜିବା ପାଇଁ ଲୋକଙ୍କୁ ନିବେଦନ କରାଯାଇଥିଲା । ରିପୋର୍ଟ ଅନୁଯାୟୀ, ଜଙ୍ଗଲରେ କୋଲଙ୍କ ମୃତଦେହ ମିଳିଛି। କହିବାକୁ ଗଲେ ଅଭିନେତାଙ୍କ ବିରୋଧରେ ଘରୋଇ ହିଂସାର ଆଭିଯୋଗ ମଧ୍ୟ ହୋଇଥିଲା ।  

 


ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କୋଲଙ୍କ ବିରୋଧରେ ପୋଲିସ ଗିରଫ ୱାରେଣ୍ଟ ଜାରି କରିଥିଲା। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଗତ ମାସରେ ମାର୍ଚ୍ଚ ୩୧ରେ ମହିଳା ଜଣକ ଚିତ୍କାର କରିବା ପରେ ସେ ଆପାର୍ଟମେଣ୍ଟରୁ ଦୌଡ଼ି ପଳାଇଥିବାର ଦେଖାଯାଇଥିଲା। 

ଏହି ଘଟଣା ପରେ ପୋଲିସ କୋଲଙ୍କୁ ଖୋଜୁଥିଲା। ଏନେଇ ପୋଲିସ ସମସ୍ତ ଏଜେନ୍ସିକୁ ସୂଚନା ଦେଇଥିଲା। ଏହା ମଧ୍ୟ କୁହାଯାଇଛି ଜଙ୍ଗଲରେ କୋଲ୍‌ଙ୍କ ମୃତ ଦେହର ହଠାତ୍ ମିଳିବାରୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଅଭିନେତାଙ୍କ ମୃତ୍ୟୁ ବିଷୟରେ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କର ଜଣେ ଅଙ୍କଲ ସୂଚନା ପ୍ରଦାନ କରିଛନ୍ତି।


ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ତାଙ୍କ ମାଆ କହିଛନ୍ତି ଯେ ତାଙ୍କ ପୁଅ କୋଲ୍  ଆଉ ନାହାଁନ୍ତି। ସେ ୨୭ ବର୍ଷ ବୟସରେ ଦୁନିଆକୁ ବିଦାୟ ଦେଇଛନ୍ତି। ଯେଉଁମାନେ ଏହି କଠିନ ସମୟରେ ତାଙ୍କ ପରିବାରକୁ ସମର୍ଥନ କରିଛନ୍ତି, ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। କହିବାକୁ ଗଲେ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ କରୁଛି।