ସେବା ସମବାୟ ସମିତିରେ ଲାଗିଲା ନିଆଁ, ଜଳିଗଲା ଲକ୍ଷାଧିକ ଟଙ୍କାର ଜିନିଷପତ୍ର
ଜଳେଶ୍ବର ୧୨।୩: ଅଗ୍ନିକାଣ୍ଡରେ ଜଳିଗଲା ସେବା ସମବାୟ ସମିତି । ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପୋଡି ନଷ୍ଟ ହେବା ସହ ଚାଷୀମାନଙ୍କ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, କମ୍ପ୍ୟୁଟର, ହାର୍ଡଡିସ୍କ, ଆଲମିରା ଜଳିପୋଡି ନଷ୍ଟ ହୋଇଯାଇଛି । ସୋମବାର ବିଳମ୍ବିତ ରାତିରେ ପାଖାପାଖି ୩ଟା ସମୟରେ ଏଭଳି ଭୟାବହ ଅଗ୍ନିକାଣ୍ଡ ଘଟିଛି । ସେବା ସମବାୟ ସମିତି ଘରପୋଡ଼ି ପାଉଁଶ ହୋଇଯାଇଛିଛି । ସୂଚନାଯୋଗ୍ୟ ଯେ, ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ୍ ଭୋଗରାଇ ଠାରେ ଥିବା ଚକପଳାସିଆ ସେବା ସମବାୟ ସମିତିରେ କର୍ମଚାରୀମାନେ ଧାରଣାରେ ଅଛନ୍ତି । ସୋମବାର ରାତିରେ କୌଣସି କାରଣ ଯୋଗୁଁ ସେବା ସମବାୟ ସମିତିରେ ନିଆଁ ଲାଗିଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଛି । ତେବେ ସର୍ଟ ସର୍କିଟ୍ରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।
ଜଳେଶ୍ବର ୧୨।୩: ଅଗ୍ନିକାଣ୍ଡରେ ଜଳିଗଲା ସେବା ସମବାୟ ସମିତି । ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପୋଡି ନଷ୍ଟ ହେବା ସହ ଚାଷୀମାନଙ୍କ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, କମ୍ପ୍ୟୁଟର, ହାର୍ଡଡିସ୍କ, ଆଲମିରା ଜଳିପୋଡି ନଷ୍ଟ ହୋଇଯାଇଛି । ସୋମବାର ବିଳମ୍ବିତ ରାତିରେ ପାଖାପାଖି ୩ଟା ସମୟରେ ଏଭଳି ଭୟାବହ ଅଗ୍ନିକାଣ୍ଡ ଘଟିଛି । ସେବା ସମବାୟ ସମିତି ଘରପୋଡ଼ି ପାଉଁଶ ହୋଇଯାଇଛିଛି ।
ସୂଚନାଯୋଗ୍ୟ ଯେ, ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ୍ ଭୋଗରାଇ ଠାରେ ଥିବା ଚକପଳାସିଆ ସେବା ସମବାୟ ସମିତିରେ କର୍ମଚାରୀମାନେ ଧାରଣାରେ ଅଛନ୍ତି । ସୋମବାର ରାତିରେ କୌଣସି କାରଣ ଯୋଗୁଁ ସେବା ସମବାୟ ସମିତିରେ ନିଆଁ ଲାଗିଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଛି । ତେବେ ସର୍ଟ ସର୍କିଟ୍ରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।