ହଳଦୀଗଡ଼ିଆରେ ଜଳ ସଙ୍କଟ

କୋରେଇ,୪ା୩ (ଚନ୍ଦ୍ରକାନ୍ତ ପତି):ଯାଜପୁର ଜିଲା କୋରେଇ ବ୍ଲକ ଅଧୀନ ହଳଦୀଗଡ଼ିଆ ଗ୍ରାମରେ ଦୀର୍ଘଦିନ ହେବ ଜଳସଙ୍କଟ ଲାଗି ରହିଛି। ଫଳରେ ପିଇବା ପାଣି ପାଇଁ ଶତାଧିକ ଲୋକ ଦହଗଞ୍ଜ ହେଉଛନ୍ତି। ଏପରି କି ପାଣି ପାଇଁ ଗ୍ରାମର ମହିଳାମାନଙ୍କୁ ମାଇଲମାଇଲ ଦୂର ଚାଲିବାକୁ ପଡୁଛି। ଏନେଇ ଗ୍ରାମବାସୀ ବ୍ଲକ କର୍ତ୍ତୃପକ୍ଷଙ୍କଠାରୁ ଆରମ୍ଭ କରି ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସ୍ଥାୟୀ ପ୍ରତିକାର ହୋଇପାରୁନାହିଁ। ସୂଚନା ଅନୁଯାୟୀ, ଗ୍ରାମୀଣ ଜଳ ଯୋଗାଣ ଏବଂ ପରିମଳ […] The post ହଳଦୀଗଡ଼ିଆରେ ଜଳ ସଙ୍କଟ appeared first on Dharitri Odia News.

ହଳଦୀଗଡ଼ିଆରେ ଜଳ ସଙ୍କଟ

କୋରେଇ,୪ା୩ (ଚନ୍ଦ୍ରକାନ୍ତ ପତି):ଯାଜପୁର ଜିଲା କୋରେଇ ବ୍ଲକ ଅଧୀନ ହଳଦୀଗଡ଼ିଆ ଗ୍ରାମରେ ଦୀର୍ଘଦିନ ହେବ ଜଳସଙ୍କଟ ଲାଗି ରହିଛି। ଫଳରେ ପିଇବା ପାଣି ପାଇଁ ଶତାଧିକ ଲୋକ ଦହଗଞ୍ଜ ହେଉଛନ୍ତି। ଏପରି କି ପାଣି ପାଇଁ ଗ୍ରାମର ମହିଳାମାନଙ୍କୁ ମାଇଲମାଇଲ ଦୂର ଚାଲିବାକୁ ପଡୁଛି। ଏନେଇ ଗ୍ରାମବାସୀ ବ୍ଲକ କର୍ତ୍ତୃପକ୍ଷଙ୍କଠାରୁ ଆରମ୍ଭ କରି ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସ୍ଥାୟୀ ପ୍ରତିକାର ହୋଇପାରୁନାହିଁ।
ସୂଚନା ଅନୁଯାୟୀ, ଗ୍ରାମୀଣ ଜଳ ଯୋଗାଣ ଏବଂ ପରିମଳ ବିଭାଗ (ଆରଡବ୍ଲ୍ୟୁଏସ୍‌ଏସ୍‌) ପକ୍ଷରୁ ଏହି ଗ୍ରାମରେ ପ୍ରାୟ ୫ ବର୍ଷ ତଳେ ବସୁଧା ଯୋଜନାରେ ଏକ ବୋରିଂ କରାଯାଇଥିଲା। ଗ୍ରାମର ୩ ସାହିର ପ୍ରାୟ ୧୫୦ ପରିବାରଙ୍କୁ ପାଇପ୍‌ ଯୋଗେ ଜଳ ଯୋଗାଇବା ଲକ୍ଷ୍ୟରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ମାତ୍ର ପରିତାପର ବିଷୟ ଗତ ୧ ବର୍ଷ ହେବ ଏହି ପ୍ରକଳ୍ପ ବନ୍ଦ ହୋଇ ପଡ଼ିରହିଛି। ପଞ୍ଚାୟତ ଅଫିସ ପକ୍ଷରୁ ବିଦ୍ୟୁତ୍‌ ବିଲ ପୈଠ କରାଯାଇ ନ ଥିବାରୁ ବିଦ୍ୟୁତ୍‌ ବିଭାଗ ଅଧିକାରୀ ଏହି ପ୍ରକଳ୍ପରୁ ବିଜୁଳି କାଟିଦେଇଛନ୍ତି। ଫଳରେ ବର୍ଷେ ହେବ ହଳଦୀଗଡ଼ିଆ ଗ୍ରାମବାସୀ ପାଣି ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏବେ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଉଥିରୁ ଗ୍ରାମବାସୀଙ୍କ ଏହି ସମସ୍ୟା ମୁଣ୍ଡ ବ୍ୟଥାର କାରଣ ହୋଇଛି। ତେଣୁ ଏହି ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି। ଏନେଇ କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ବକେୟା ବିଦ୍ୟୁତ୍‌ ବିଲ ଏବଂ ଶୀତଦିନ ପାଇଁ ଜଳ ଯୋଗାଣ ବନ୍ଦ ରହିଛି। ଖୁବ୍‌ଶୀଘ୍ର ଏହାକୁ ଚାଲୁ କରାଯିବ। ଦେଖିବାକୁ ଅପେକ୍ଷା କେବେ ଏହାକୁ ଚାଲୁ କରାଯାଉଛି।

The post ହଳଦୀଗଡ଼ିଆରେ ଜଳ ସଙ୍କଟ appeared first on Dharitri Odia News.