ହଷ୍ଟେଲ ରୁମରୁ ଫାର୍ମାସୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
ବ୍ରହ୍ମପୁର : ଫାର୍ମାସୀ କଲେଜ୍ ହଷ୍ଟେଲରେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ରୀଙ୍କ ନାଁ ଋତୁପର୍ଣ୍ଣା ଦାଶ । ଘର ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଶିଆଳ ଗାଁରେ । ସେ ଗଞ୍ଜାମ ଜିଲ୍ଲା ଖଡ଼ାସିଙ୍ଗ ସ୍ଥିତ ରୋଲାଣ୍ଡ ଘରୋଇ ଫର୍ମାସୀ କଲେଜରେ ଡ଼ି.ଫାର୍ମର ଦ୍ଵିତୀୟ ବର୍ଷର ଛାତ୍ରୀ ଥିଲେ । ତେବେ ଛାତ୍ରୀ ଜଣଙ୍କ ଗତ ରାତିରେ ପରିବାର ଲୋକଙ୍କ ସହିତ ହସ ଖୁସିରେ କଥା ହୋଇଥିବା ବେଳେ,ସକାଳେ ଝିଅର ମୃତ […]

ବ୍ରହ୍ମପୁର : ଫାର୍ମାସୀ କଲେଜ୍ ହଷ୍ଟେଲରେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ରୀଙ୍କ ନାଁ ଋତୁପର୍ଣ୍ଣା ଦାଶ । ଘର ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଶିଆଳ ଗାଁରେ । ସେ ଗଞ୍ଜାମ ଜିଲ୍ଲା ଖଡ଼ାସିଙ୍ଗ ସ୍ଥିତ ରୋଲାଣ୍ଡ ଘରୋଇ ଫର୍ମାସୀ କଲେଜରେ ଡ଼ି.ଫାର୍ମର ଦ୍ଵିତୀୟ ବର୍ଷର ଛାତ୍ରୀ ଥିଲେ । ତେବେ ଛାତ୍ରୀ ଜଣଙ୍କ ଗତ ରାତିରେ ପରିବାର ଲୋକଙ୍କ ସହିତ ହସ ଖୁସିରେ କଥା ହୋଇଥିବା ବେଳେ,ସକାଳେ ଝିଅର ମୃତ ଦେହ ଦେଖି ହାତବାକ ହୋଇଯାଇଛନ୍ତି ପରିବାର ଲୋକେ ।
ଗତକାଲି ବିଳମ୍ବିତ ରାତିରେ ହଷ୍ଟେଲ ୱାର୍ଡେନ ପରିବାର ଲୋକଙ୍କୁ ଫୋନ୍ କରି ଝିଅ ଅସୁସ୍ଥ ଥିବା କହିଥିଲେ। ପରିବାର ଲୋକେ ସକାଳେ ହଷ୍ଟେଲରେ ପହଞ୍ଚି ଝିଅର ଝୁଲନ୍ତା ମୃତଦେହ ଦେଖିଥିଲେ। ତେବେ ଝିଅର ମୃତ୍ୟୁ କିପରି ହେଲା, ଏହା ଆତ୍ମହତ୍ୟା ନା ହତ୍ୟା କିଛି ଜାଣି ନ ଥିବା ପରିବାର ଲୋକେ କହିଛନ୍ତି। ଘଟଣା ନେଇ ପୋଲିସକୁ ସୂଚନା ମିଳିବା ପରେ ପୋଲିସ ହଷ୍ଟେଲରେ ପହଞ୍ଚି ମୃତଦେହକୁ ଜବତ କରିଛି । ପରିବାର ବର୍ଗଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯିବ । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବା ବୋଲି ପୋଲିସ ସୂଚନା ଦେଇଛି ।