ହଷ୍ଟେଲ ରୁମ୍‌ରେ ଏନଆଇଏ ଅଧିକାରୀଙ୍କ ଝିଅଙ୍କ ଆତ୍ମହତ୍ୟା

ଲକ୍ଷ୍ନୌ: ଉତ୍ତରପ୍ରଦେଶା ଲକ୍ଷ୍ନୌରେ ଏକ ହଷ୍ଟେଲ୍‌ ରୁମରୁ ମିଳିଛି ଜଣେ ୧୯ ବର୍ଷୀୟ ଆଇନ ଛାତ୍ରୀଙ୍କ ମୃତଦେହ। ଲକ୍ଷ୍ନୌର ଆଶିୟାନା ଅଞ୍ଚଳରେ ଥିବା ରାମ ମନୋହର ଲୋହିଆ ଜାତୀୟ ଆଇନ ବିଦ୍ୟାଳୟରେ ଛାତ୍ରୀ ଜଣଙ୍କ ପଢ଼ୁଥିଲେ। ଆଜି ତାଙ୍କ ମୃତଦେହ ହଷ୍ଟେଲ ରୁମରୁ ମିଳିଛି। ୧୯ ବର୍ଷୀୟ ଆଇନ ଛାତ୍ର ଜଣଙ୍କ ହେଲେ ଅନିକା ରସ୍ତୋଗି। ସେ ବିଶ୍ୱବିଦ୍ୟାଳରେ ଏଲଏଲବିର ତୃତୀୟ ବର୍ଷର ଛାତ୍ରୀ। ଅନିକା ହେଉଛନ୍ତି ଆଇପିଏସ୍‌ ଅଫିସର ସନ୍ତୋଷ ରସ୍ତୋଗିଙ୍କ ଝିଅ। ସନ୍ତୋଷ ଏବେ […]

ହଷ୍ଟେଲ ରୁମ୍‌ରେ ଏନଆଇଏ ଅଧିକାରୀଙ୍କ ଝିଅଙ୍କ ଆତ୍ମହତ୍ୟା

ଲକ୍ଷ୍ନୌ: ଉତ୍ତରପ୍ରଦେଶା ଲକ୍ଷ୍ନୌରେ ଏକ ହଷ୍ଟେଲ୍‌ ରୁମରୁ ମିଳିଛି ଜଣେ ୧୯ ବର୍ଷୀୟ ଆଇନ ଛାତ୍ରୀଙ୍କ ମୃତଦେହ। ଲକ୍ଷ୍ନୌର ଆଶିୟାନା ଅଞ୍ଚଳରେ ଥିବା ରାମ ମନୋହର ଲୋହିଆ ଜାତୀୟ ଆଇନ ବିଦ୍ୟାଳୟରେ ଛାତ୍ରୀ ଜଣଙ୍କ ପଢ଼ୁଥିଲେ। ଆଜି ତାଙ୍କ ମୃତଦେହ ହଷ୍ଟେଲ ରୁମରୁ ମିଳିଛି। ୧୯ ବର୍ଷୀୟ ଆଇନ ଛାତ୍ର ଜଣଙ୍କ ହେଲେ ଅନିକା ରସ୍ତୋଗି। ସେ ବିଶ୍ୱବିଦ୍ୟାଳରେ ଏଲଏଲବିର ତୃତୀୟ ବର୍ଷର ଛାତ୍ରୀ। ଅନିକା ହେଉଛନ୍ତି ଆଇପିଏସ୍‌ ଅଫିସର ସନ୍ତୋଷ ରସ୍ତୋଗିଙ୍କ ଝିଅ। ସନ୍ତୋଷ ଏବେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ)ର ଆଇଜି ଭାବେ ଦିଲ୍ଲୀରେ କାମ କରୁଛନ୍ତି। ଶନିବାର ବିଳମ୍ବିତ ରାତିରେ ଅନିକାଙ୍କୁ ଅଚେତ ଅବସ୍ଥାରେ ହଷ୍ଟେଲ ରୁମରୁ ଉଦ୍ଧାର କରାଯାଇଥିଲା। ଏହାପରେ ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆ ଯାଇଥିଲା। କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ତାଙ୍କ ମୃତ୍ୟୁର କାରଣ ଏଯାଏ ଜଣାପଡ଼ିନି। ପୁଲିସ୍‌ ଏବେ ଉକ୍ତ ଘଟଣାର ତଦନ୍ତ କରୁଛି।