ହଷ୍ଟେଲରୁ ମିଳିଲା ଫାର୍ମାସୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ: ସୁଇସାଇଡ଼ ନୋଟରେ…

ବ୍ରହ୍ମପୁର,୨୭।୯(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋପାଳପୁର ପୋଲିସ ଶୁକ୍ରବାର ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ମୃତକ ଜଣଙ୍କ ପୁରୀ ଜିଲା କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ଶିଆଳ ଗ୍ରାମର ବିଦ୍ୟାଧର ଦାଶଙ୍କ ଝିଅ ଋତୁପର୍ଣ୍ଣା ଦାଶ (୧୯) । ପୋଲିସ ଏକ ଘରୋଇ କଲେଜ ଛାତ୍ରୀବାସରୁ ତାଙ୍କର ଝୁଲନ୍ତା ମୃତଦେହ ଜବତ କରିଛି। ସେହିପରି ଉକ୍ତ କୋଠରୀରୁ ଏକ ସୁଇସାଇଡ଼ ନୋଟ ଓ ଛାତ୍ରୀଙ୍କ ମୋବାଇଲ ଜବତ କରିଥିବା କହିଛି। ଅନ୍ୟପଟେ ଘଟଣାର ଖବରପାଇ […] The post ହଷ୍ଟେଲରୁ ମିଳିଲା ଫାର୍ମାସୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ: ସୁଇସାଇଡ଼ ନୋଟରେ… appeared first on Dharitri Odia News.

ହଷ୍ଟେଲରୁ ମିଳିଲା ଫାର୍ମାସୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ: ସୁଇସାଇଡ଼ ନୋଟରେ…
ବ୍ରହ୍ମପୁର,୨୭।୯(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋପାଳପୁର ପୋଲିସ ଶୁକ୍ରବାର ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ମୃତକ ଜଣଙ୍କ ପୁରୀ ଜିଲା କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ଶିଆଳ ଗ୍ରାମର ବିଦ୍ୟାଧର ଦାଶଙ୍କ ଝିଅ ଋତୁପର୍ଣ୍ଣା ଦାଶ (୧୯) । ପୋଲିସ ଏକ ଘରୋଇ କଲେଜ ଛାତ୍ରୀବାସରୁ ତାଙ୍କର ଝୁଲନ୍ତା ମୃତଦେହ ଜବତ କରିଛି।
ସେହିପରି ଉକ୍ତ କୋଠରୀରୁ ଏକ ସୁଇସାଇଡ଼ ନୋଟ ଓ ଛାତ୍ରୀଙ୍କ ମୋବାଇଲ ଜବତ କରିଥିବା କହିଛି। ଅନ୍ୟପଟେ ଘଟଣାର ଖବରପାଇ ତାଙ୍କ ପରିବାର ବର୍ଗ ଏମକେସିଜି ମେଡିକାଲରେ ପହଞ୍ଚିଛନ୍ତି। ତାଙ୍କରି ଉପସ୍ଥିତିରେ ପୋଲିସ ଛାତ୍ରୀଙ୍କ ମୃତଦେହ ପଞ୍ଚନାମା କରି ବ୍ୟବଛେଦ ପାଇଁ ପଠାଇଛି ବୋଲି ସଦର ଏସଡିପିଓ ଶୁଭ୍ରାଂଶୁ ପରିଢା ସୂଚନା ଦେଇଛନ୍ତି। ପ୍ରାଥମିକ ତଦନ୍ତରୁ ଛାତ୍ରୀ ଜଣଙ୍କ କୌଣସି ମାନସିକ ଚାପରୁ ଏଭଳି ଭାବେ ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ  ତଦନ୍ତରୁ ସନ୍ଧେହ କରୁଛି। ସେପଟେ ଜବତ ସୁଇସାଇଡ଼ ନୋଟରେ ଲେଖାଯାଇଥିବା ତଥ୍ୟକୁ ପୋଲିସ ବର୍ତ୍ତମାନ ସାର୍ବଜନୀନ କରୁନାହିଁ। ଛାତ୍ରୀଙ୍କ ମୋବାଇଲକୁ ଗତ ରାତ୍ର ଆସିଥିବା କଲ ଗୁଡିକ ଟ୍ରାକିଂ କରିବା ସହ   ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ଛାତ୍ରୀଙ୍କ ଆତ୍ମହତ୍ୟାର ସଠିକ କାରଣ ଜଣାପଡୁନଥିବା ପୋଲିସ କହିଛି।
ଅନ୍ୟପଟେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ପୂର୍ବରୁ ଛାତ୍ରୀଙ୍କ କୋଠରୀ କବାଟ ଖୋଲାଥିବା ଦେଖିବାକୁ ପାଇଥିଲା। ଘଟଣାରୁ ପ୍ରକାଶ ଯେ ଉକ୍ତ ଛାତ୍ରୀ ଜଣଙ୍କ ଗୋପାଳପୁର ଜଙ୍କସନରେ ଥିବା ଏକ ଘରୋଇ କଲେଜରେ ବି.ଫାର୍ମା ପଢୁଥିଲେ। ସେ ଦିତ୍ୱୀୟ ବର୍ଷ ଛାତ୍ରୀ ଥିବା ବେଳେ କଲେଜ ୩ ନଂ ଛାତ୍ରୀବାସ ର ୪ନଂ କୋଠରୀରେ ରହୁଥିଲେ। ଗୁରୁବାର ରାତ୍ରଭୋଜନ କରି ନିଜ କୋଠରୀକୁ ଯାଇଥିଲେ। ତେବେ ଶୁକ୍ରବାର ସକାଳେ ସେ ରୁମ ବାହାରକୁ ଆସି ନ ଥିଲେ। ଏ ନେଇ ତାଙ୍କର ସହପାଠୀ ଛାତ୍ରାବାସ ୱାର୍ଡେନଙ୍କେୁ  ଏନେଇ ଜଣାଇଥିଲେ।  ସେଠାରେ ସେ ପହଞ୍ଚି କବାଟ ଖୋଲିବାକୁ ଛାତ୍ରୀଙ୍କୁ କହିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ  କବାଟ ନ ଖୋଲିବାରୁ କବାଟ ଭାଙ୍ଗି ସେ କୋଠରୀ ଭିତରକୁ ଯାଇଥିଲେ। ଛାତ୍ରୀ ଜଣଙ୍କ ନିଜ ବେକରେ ଓଢ଼ଣୀ  ଲଗାଇ ଆତ୍ମହତ୍ୟା କରିଥିବା ସେ ଦେଖିବାକୁ ପାଇଥିଲେ। ପରେ ସେ ଏନେଇ ଥାନାକୁ ଖବର କରିଥିଲେ।

The post ହଷ୍ଟେଲରୁ ମିଳିଲା ଫାର୍ମାସୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ: ସୁଇସାଇଡ଼ ନୋଟରେ… appeared first on Dharitri Odia News.